ଆଜି ହି ଘରେ ବନାନ୍ତୁ କସୁରୀ ପନିର, ସ୍ୱାଦ ଏକଦମ୍ ଲାଜବାବ

ପନିରରେ ବହୁ ପ୍ରକାରର ଆଇଟମ ତିଆରି ହୋଇଥାଏ । କିନ୍ତୁ ସେଥି ମଧ୍ୟରୁ କସୁରୀ ପନିରର ସ୍ଵାଦ ନିଆରା । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ...

ଅଧିକାଂଶ ଲୋକଙ୍କୁ ପନିର ଖାଇବାକୁ ବହୁତ ଭଲ ଲାଗିଥାଏ । ପନିରରେ ବହୁ ପ୍ରକାରର ଆଇଟମ ତିଆରି ହୋଇଥାଏ । କିନ୍ତୁ ସେଥି ମଧ୍ୟରୁ କସୁରୀ ପନିରର ସ୍ଵାଦ ନିଆରା । ଏହାକୁ ତିଆରି କରିବା ବି ବହୁତ ସହଜ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ…

ଆବଶ୍ୟକୀୟ ସାମଗ୍ରୀ :

୩୫୦ ଗ୍ରାମ ପନିର, ୧ ସିମଲା ଲଙ୍କା, ୧ ପିଆଜ (କଟା ହୋଇଥିବା), ୨ ଚାମଚ କସ୍ତୁରୀ ମେଥି, ୧ ଚାମଚ ଲଙ୍କା ପାଉଡର, ୧ ଚାମଚ ଜିରା ପାଉଡର, ୧ ଚାମଚ କିଚେନ କିଙ୍ଗ ମସଲା, ୧ ଚାମଚ ରସୁଣ ପେଷ୍ଟ, ୧ ଚାମଚ ଚିନି, ୪ଟି ଟମାଟୋ ପ୍ୟୁରୀ, ୧/୪ କପ ଫ୍ରେଶ୍ କ୍ରିମ, ଅରେଞ୍ଜ ରେଡ କଲର, ୧ ଛୋଟ ଖଣ୍ଡ ଅଦା ପେଷ୍ଟ, ୨ ଚାମଚ ବଟର, ଲୁଣ ସ୍ଵାଦାନୁସାରେ, ଅଳ୍ପ ଧନିଆପତ୍ର (କଟା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ :

କସୁରୀ ପନିର ତିଆରି କରିବା ପାଇଁ ପ୍ରଥମେ କଡ଼େଇରେ ବଟର ପକାଇ ଗରମ କରିବା ପରେ ଚିନି ଓ ପିଆଜ ପକାଇ ଭାଜନ୍ତୁ । ଏହାପରେ ସେଥିରେ ଅଦା ଓ ରସୁଣ ପେଷ୍ଟ ପକାଇ ୨ରୁ ୩ ମିନିଟ୍ ଭାଜିବା ପରେ ସିମଲା ଲଙ୍କା ପକାଇ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ । ତା’ ପରେ ଜିରା ପାଉଡର, ଲଙ୍କା ପାଉଡର, କିଚେନ କିଙ୍ଗ ମସଲା, ଟମାଟୋ ପ୍ୟୁରୀ, ଲୁଣ, ଅରେଞ୍ଜ ରେଡ କଲର ପକାଇ ୧୦ ମିନିଟ୍ ଯାଏଁ ଭଲଭାବେ କଷି ଦିଅନ୍ତୁ । ଏହାପରେ ସେଥିରେ କସୁରୀ ମେଥି, ଫ୍ରେଶ କ୍ରିମ୍ ପକାଇ ୫ ମିନିଟ୍ ଭାଜିବା ପରେ ପନିର ପକାନ୍ତୁ । ପନିରକୁ ପକାଇ ୫ ମିନିଟ୍ ଫୁଟାଇବା ପରେ ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା କସୁରୀ ପନିର । ଏହାକୁ ଗରମ ଗରମ ରୁଟି କିମ୍ବା ନାନ୍ ସହିତ ଖାଇବାର ମଜା ନିଅନ୍ତୁ ।

You might also like