ଖାଦ୍ୟପେୟ

ଫ୍ଲାଓ୍ଵାର ମଠରୀ ସହିତ ନିଅନ୍ତୁ ଚା ଚୁସକିର ମଜା, ସମସ୍ତଙ୍କୁ ଆସିବ ବହୁତ ପସନ୍ଦ

ଆପଣ କେବେ ମଠରୀର ସ୍ୱାଦ ଚାଖିଛନ୍ତି। ଯଦି ଆପଣ ଖାଇଛନ୍ତି ତାହେଲେ ତାର ସ୍ୱାଦକୁ ଆଉ ଟିକେ ଖାସ୍‌ କରିବାକୁ ବନାନ୍ତୁ ଫ୍ଲାଓ୍ଵାର ମଠରୀ ରେସିପି। ଏହାର ସ୍ୱାଦରେ ଯେମିତି ବନାଇବା ବି ବହୁତ ସହଜ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ମଇଦା – ୨ କିଲୋ
  • ଭଜା ଜିରା ପାଉଡର – ୨ ଚାମଚ୍‌
  • ଜୁଆଣୀ – ୨ ଚାମଚ୍‌
  • ଗୋଲ ମରୀଚ ପାଉଡର – ୨ ଚାମଚ୍‌
  • ତେଲ – ଆବଶ୍ୟକ ଅନୁସାରେ
  • ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଆପଣ ଏକ ପାତ୍ରରେ ମଇଦାକୁ ନିଅନ୍ତୁ। ଏହାପରେ ଏଥିରେ ଜୁଆଣୀ, କଲୋଞ୍ଜୀ, ଗୋଲ ମରୀଚ ପାଉଡର ଏବଂ ଲୁଣ ମିଶାନ୍ତୁ।
  • ଏହି ସମସ୍ତ ଜିନିଷକୁ ଭଲଭାବେ ମିକ୍ସ କରନ୍ତୁ। ଏହାପରେ ତେଲକୁ ଅଳ୍ପ କରନ୍ତୁ ଏବଂ ୪-୫ ଚାମଚ ତେଲ ମଇଦାରେ ମିଶାଇ ଡୋ ବନାଇ ଦିଅନ୍ତୁ।
  • ଅଳ୍ପ ଅଳ୍ପ ପାଣି ମିଶାଇ ମଇଦାକୁ ନରମ ହେବା ପର୍ଯ୍ୟନ୍ତ ଚକଟି ଦିଅନ୍ତୁ। ଚକଟିବା ପରେ ଏହାକୁ ୧୫ ରୁ ୨୦ ମିନିଟ ସେଟ୍‌ ହେବା ପାଇଁ ରଖିଦିଅନ୍ତୁ।
  • ନିର୍ଦ୍ଧିଷ୍ଟ ସମୟରେ ପରେ ଅଟା ଚକଟାର ମିଶ୍ରଣକୁ ଆଣି ଗୋଲ କରି ବେଲି ଦିଅନ୍ତୁ।
  • ଏହାପରେ କୌଣସି ଏକ ଗ୍ଲାସରେ ଗୋଲ କରି କାଟି ଦିଅନ୍ତୁ।
  • ଗୋଲାକାର କାଟିବା ପରେ ଏହାକୁ ହାତରେ ଫ୍ଲାଓ୍ଵାର ଭଳି ସେପ୍‌ ଦିଅନ୍ତୁ।
  • ଏକ କଡାରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଟେ ଗୋଟେ କରି ମଠରୀକୁ ନେଇ ତେଲରେ ଛାଣି ଦିଅନ୍ତୁ।
  • ମଠରୀକୁ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଯେତେବେଳେ ଦୁଇ ପାଖରୁ ମଠରୀ କ୍ରିସପି ହୋଇଯିବ ସେତେବେଳେ ଏହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।
  • ଆପଣଙ୍କ ଫ୍ଲାଓ୍ଵାର ମଠରୀ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ଘରକୁ ଆସିଥିବା ଅତିଥିଙ୍କୁ ଖାଇବାକୁ ଦିଅନ୍ତୁ।
Pritiparna

Share
Published by
Pritiparna
Tags: recipe

Recent Posts

ସଂସଦ ଇତିହାସରେ ପ୍ରଥମ, ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ

ନୂଆଦିଲ୍ଲୀ: ସଂସଦ ଇତିହାସରେ ପ୍ରଥମ । ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ। ସ୍ପିକର ପଦ ପାଇଁ…

44 seconds ago

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

22 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

24 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

28 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

29 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

34 mins ago