ଖାଦ୍ୟପେୟ

ପ୍ରଥମାଷ୍ଟମୀରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଏଣ୍ଡୁରୀ ପିଠା ସହିତ କୋଶିଳା ଶାଗର ତରକାରୀ

ଓଡିଆମାନଙ୍କ ଘରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ସେହି ସବୁ ପର୍ବ ମଧ୍ୟରେ ଗୋଟିଏ ହେଉଛି ପ୍ରଥମାଷ୍ଟମୀ । ଏହି ଦିନ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରିବା ସହ ନୂଆ ଡ୍ରେସ୍‌ ମଧ୍ୟ ଦିଆଯାଏ । ଏହାସହ ଘରେ ଏଣ୍ଡୁରୀ ପିଠା ସହିତ କୋଶିଳା ଶାଗର ତରକାରୀ ମଧ୍ୟ ତିଆରି କରାଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କିପରି ଭାବେ ଘରେ ସ୍ପେଶାଲ ଏଣ୍ଡୁରୀ ପିଠା ପ୍ରସ୍ତୁତ କରିବେ । ଏହି ଏଣ୍ଡୁରୀ ପିଠା ତିଆରି କରିବା ଯେତିକି ସହଜ ଖାଇବା ପାଇଁ ମଧ୍ୟ ସେତିକି ଟେଷ୍ଟି । ତାହେଲେ ଆସନ୍ତୁ ପ୍ରସ୍ତୁତ ପ୍ରଣାଳୀ ଜାଣିବା ।

ଆବଶ୍ୟକ ସାମଗ୍ରୀ :
ଆବଶ୍ୟକ ଅନୁସାରେ ବିରି ଏବଂ ଅରୁଆ ଚାଉଳ
ଆବଶ୍ୟକ ଅନୁସାରେ ଗୁଜୁରାତି ଗୁଣ୍ଡ
ଅଳ୍ପ କିଛି ନଡିଆ ଓ ଛେନା
ସ୍ୱାଦ ଅନୁସାରେ ଚିନି ଓ ଲୁଣ
ଆବଶ୍ୟକ ଅନୁସାରେ ପାଣି
ଛୋଟ ପିସ୍‌ରେ କାଟା ହୋଇଥିବା ହଳଦୀ ପତ୍ର

ପ୍ରସ୍ତୁତ ପ୍ରଣାଳୀ :
ଏହି ପ୍ରଥମାଷ୍ଟମୀରେ ଏଣ୍ଡୁରୀ ପିଠା ତିଆରି କରିବା ପାଇଁ ବିରି ଓ ଅରୁଆ ଚାଉଳକୁ କିଛି ଘଣ୍ଟା ଭିଜାଇ ଦେବେ । ଏହା ପରେ ତାଙ୍କୁ ଭଲ ଭାବେ ଗାଢା କରି ଗ୍ରାଇଣ୍ଡିଂ କରିଦେବେ । ସେହି ଆଣକୁ ଏକ ପାତ୍ରରେ ରଖିଦେବେ । ଏହାପରେ ନଡିଆକୁ କୋରି ଦେବେ ଏବଂ ଛେନାକୁ ସେଥିରେ ଭଲ ଭାବେ ମିଶାଇ ଏକ ପୂର ତିଆରି କରିଦେବେ । ସେହି ପୂରରେ ଚିନି, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଭାଜି ଦେବେ ।

ଏହାପରେ ବିରି ଚାଉଳ ବଟାରେ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦେବେ । ତାପରେ ଏକ ଛୋଟ ଡୀସ୍‌ରେ କିଛି ପାଣି ଦେଇ ଚୁଲି ଲଗାଇ ସେଥିରେ ବସାଇବେ । ଏହାପରେ ଦେଖିବେ ପାଣି ଫୁଟିବା ପରେ କାଟିକି ରଖିଥିବା ହଳଦୀ ପତ୍ରରେ ଅଳ୍ପ ଆଣ ଦେବେ ଏବଂ ତାଉପରେ ଭାଜିକି ରଖିଥିବା ପୂର ରଖି ସେହି ହଳଦୀ ପତ୍ରକୁ ଭଲ ଭାବେ ଘୋଡାଇ ଦେବେ । କିନ୍ତୁ ଧ୍ୟାନ ରଖିବେ ଯେପରି ହଳଦୀ ପତ୍ର ଟିକେ ବଡ ସାଇଜ୍‌ର କଟା ହୋଇଥିବ ।

ପ୍ରାୟ ୨୦ ମିନିଟ୍‌ ପ୍ରର୍ଯ୍ୟନ୍ତ କମ୍‌ ଆଞ୍ଚରେ ପିଠାକୁ ସିଝିବାକୁ ଛାଡି ଦେବେ । ଏହାପରେ ପିଠା ଭଲ ଭାବେ ସିଝିଛି କି ନାହିଁ ଦେଖିବେ । ଯଦି ପିଠା ଠିକ୍‌ ଭାବେ ସିଝି ନଥିବ, ତାହେଲେ ତାଙ୍କୁ ଆଉ କିଛି ସମୟ ସିଝିବା ପାଇଁ ଛାଡି ଦେବେ । ତାପେରେ ଦେଖିବେ କେତେ ସହଜରେ ପ୍ରସ୍ତୁତ ହୋଇଯିବ, ପ୍ରଥମାଷ୍ଟମୀ ସ୍ପେଶାଲ ସୁଆଦିଆ ଏଣ୍ଡୁରୀ ପିଠା । ଯାହା ଖାଇବା ପାଇଁ ଭାରି ଟେଷ୍ଟି । ଏହି ସୁଆଦିଆ ଏଣ୍ଡୁରୀ ପିଠା ସହିତ କୋଶିଳା ଶାଗର ତରକାରୀ ଖାଇବା ପାଇଁ ଭାରି ସୁଆଦିଆ । ଏହି ଦିନ ଘରର ବଡ ସନ୍ତାନଙ୍କୁ ମୂଳା ମଧ୍ୟ ଖାଇବା ପାଇଁ ଦିଆଯାଏ । ଏହା ସହ ସେହିଦିନ ମୂଳା ଖାଇବା ଶୁଭ ବୋଲି ମଧ୍ୟ କୁହାଯାଏ ।

KNews Bureau

Share
Published by
KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

9 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago