OCA ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଆଶ୍ୱସ୍ତି,ତାଙ୍କ ବିରୋଧରେ ଚାଲିଥିବା ସିବିଆଇ ତଦନ୍ତ ବନ୍ଦ କରିବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ଅଲିମ୍ପିକ ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଆଶ୍ୱସ୍ତି । ତାଙ୍କ ବିରୋଧରେ ଚାଲିଥିବା ସିବିଆଇ ତଦନ୍ତ ବନ୍ଦ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଗତ ଶୁକ୍ରବାର ସିବିଆଇ ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିଥିଲା । ଯେଉଁଥିରେ ଉଲ୍ଲେଖ ଥିଲା, ଓଡ଼ିଶା ଅଲିମ୍ପିକ ଆସୋସିଏସନ୍‌ୟ ଜମି ଜବରଦଖଲ କିମ୍ବା ସେଠାରେ ବେଆଇନ୍‌ ନିର୍ମାଣ ଅବା ତାକୁ ନେଇ ଆର୍ଥିକ ଅନିୟମିତତାର ଯେଉଁ ଅଭିଯୋଗ ଆଧାରରେ ସିବିଆଇ ତଦନ୍ତ ହେଉଥିଲା।

ସେଥିରେ ତାଙ୍କର କୌଣସି ଅପରାଧିକ ପୃଷ୍ଠଭୂମି ଥିବା ନେଇ ମାମଲାଯୋଗ୍ୟ ପ୍ରାମଣ ମିଳିନାହିଁ । ତେଣୁ ତଦନ୍ତ ବନ୍ଦ କରିବାକୁ ସିବିଆଇ ତା ରିପୋର୍ଟରେ ଦର୍ଶାଇବା ପରେ ସୁପ୍ରିମକୋର୍ଟ ଏହାକୁ ମଞ୍ଜୁର କରିଛନ୍ତି ।

Leave A Reply

Your email address will not be published.