ସାମସଙ୍ଗ୍‌ ଲଞ୍ଚ୍‌ କଲା ମାତ୍ର ୧୨,୯୯୦ ଟଙ୍କାର ସ୍ମାର୍ଟଫୋନ, ଛୋଟ ସ୍କ୍ରୀନରେ ମିଳିବ ବଡ ସ୍କ୍ରୀନର ମଜା

Samsung ମଙ୍ଗଳବାର ନିଜର ସିରିଜର #funbelievable ଟିଭିକୁ ଲଞ୍ଚ କରିଛି ଯାହାର ପ୍ରାରମ୍ଭିକ ଦାମ ରହିଛି ୧୨,୯୯୦ ଟଙ୍କା। ଏହି ଟିଭି ଆପଣଙ୍କୁ ୩୨ ଇଞ୍ଚ ଏବଂ ୪୩ ଇଞ୍ଚର ଭେରିୟଣ୍ଟରେ ମିଳିବ। ସାମସଙ୍ଗର ସିରିଜର ଏହି ଟିଭି ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ନିର୍ମାଣ କରାଯାଇଛି। ଏକ ପ୍ରେସ୍‌ ବିଜ୍ଞପ୍ତିରେ କମ୍ପାନୀ ଜଣାଇଛି ଯେ ଏହି #funbelievableର ସମସ୍ତ ଟିଭି ଗ୍ରାହକଙ୍କର ଭରପୂର ମନୋରଞ୍ଜନ କରାଇବା ସହିତ ଏହି ଟିଭି ଗ୍ରାହକଙ୍କୁ ଖୁବ୍‌ ପସନ୍ଦ ଆସିବ।

ଏହି ଟିଭିର ସବୁଠାରୁ ବଡ ଖାସିୟତ ହେଉଛି ଟିଭିରେ ପର୍ସନାଲ କମ୍ପ୍ୟୁଟର ମୋଡର ଫିଚର ରହିଛି। ଯାହା ଏକଦମ୍‌ କମ୍ପ୍ୟୁଟର ଭଳି କାମ କରିବ। ଖୋଲାଖୋଲି ଭାବରେ କହିବାକୁ ଗଲେ ସାମସଙ୍ଗର ଏହି ଟିଭିକୁ ଆପଣ ପର୍ସନାଲ କମ୍ପ୍ୟୁଟର ବ୍ୟବହାର କରିପାରିବେ।

Samsung tvଗ୍ରାହକ ଏଥିରେ ନିଜର ଅଫିସିଆଲ କାମ ସହିତ ଆହୁରି ଅନେକ କିଛି କାମ କରିପାରିବେ। ଆପଣ ଏହି ଟିଭିରେ ଆପଣଙ୍କ ଲାପଟପରେ କରୁଥିବା ସମସ୍ତ କାମ ମଧ୍ୟ କରିପାରିବେ ତାହାପୁଣି ବିନା ଇଣ୍ଟରନେଟ କନେକସନରେ।

ଏହି ଲାଟେଷ୍ଟ ଟିଭି ସିରିଜର ସମସ୍ତ ପ୍ରୋଗ୍ରାମ ଏବଂ ଆପଣଙ୍କ ପସନ୍ଦର ଟିଭି ଶୋକୁ ଭାରତରେ ଲୋକପ୍ରିୟତା ହାସଲ କରିଥିବା ଷ୍ଟ୍ରିମିଂ ଆପ୍‌ ଯଥା ନେଟଫ୍ଲିକ୍ସ, ଆମାଜନ୍‌ ପ୍ରାଇମ୍‌ ଭିଡିଓ, Zee5, SonyLIV, VOOTରୁ ଦେଖିପାରିବେ।

Leave A Reply

Your email address will not be published.