ଆଜି ପୁଣି ବଢିଲା ସୁନା ରେଟ୍, ଜାଣନ୍ତୁ ଆଜି କେତେ ରହିଛି ଆପଣଙ୍କ ସହରରେ ଦାମ୍

ଆପଣ ଯଦି ସୁନା କିଣିବାକୁ ଚାହୁଁଚନ୍ତି, ତେବେ ନିଶ୍ଚିତ ଦାମ୍ ବିଷୟରେ ଜାଣିବା ଜରୁରୀ। ତେବେ ତାଜା ଅପଡେଟ୍ ଜାଣିବା ପାଇଁ ଏଠାରେ ପଢନ୍ତୁ ଖବର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୦ ଟଙ୍କା ବଢି ୪୫,୦୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ଯ ମଧ୍ୟ ଦଶ ଗ୍ରାମ ପ୍ରତି ୬୦ ଟଙ୍କା ବଢି ୪୬,୦୭୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୨୫୦ ଟଙ୍କା ଓ ୪୮,୨୭୦ ଟଙ୍କା ଛୁଇଁଛି।

gold

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୫,୦୭୦ ଟଙ୍କା ଓ ୪୬,୦୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୪୦୦ ଟଙ୍କା ଓ ୫୦,୬୨୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୪,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୦୩୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୯୦୦ ଟଙ୍କା ଓ ୪୯,୬୦୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ବଢ଼ି ୬୮,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Leave A Reply

Your email address will not be published.