କମିଛି ସୁନା ମୂଲ୍ୟ, ଜାଣନ୍ତୁ ୧୦ଗ୍ରାମ ପ୍ରତି କେତେ ରହିଛି ଦର

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସୁନା ମୂଲ୍ୟରେ କିଛିଟା ହ୍ରାସ ପାଇଥିବା ଲକ୍ଷ କରାଯାଇଛି ଜ୍ଝ ପୂର୍ବଦିନ ଅର୍ଥାତ ସୋମବାର ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୦୦୦ ଟଙ୍କା ଥିବା ବେଳେ ପରଦିନ ସନ୍ଧ୍ୟାରେ ଏହା ୭୦ ଟଙ୍କା ଖସି ୪୮,୯୩୦ ଟଙ୍କାରେ ପହଂଚିଛି । ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ବି ୧୦ ଗ୍ରାମ ପ୍ରତି ୭୦ ଟଙ୍କା ହ୍ରାସ ପାଇ ୪୮,୦୦୦ ଟଙ୍କାରୁ ୪୭,୯୩୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୧,୧୮୦ ଟଙ୍କା ଓ ୪୬,୯୨୦ ଟଙ୍କା ଥିବା ରେକର୍ଡ ହୋଇଛି । ଯେବେକି ଦେଶର ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଜଣାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏହି ଦର ଯଥାକ୍ରମେ ୪୮,୯୩୦ ଟଙ୍କା ଓ ୪୭,୯୩୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଅଛି ୪୮,୯୬୦ ଟଙ୍କା ଓ ୪୭,୭୬୦ ଟଙ୍କା ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୫୧,୧୮୦ ଟଙ୍କା ଓ ୪୬,୯୨୦ ଟଙ୍କା ଥିବା ବେଳେ କୋଲକାତାରେ ଯଥାକ୍ରମେ ୪୯,୮୫୦ ଟଙ୍କା ଓ ୪୮,୨୮୦ ଟଙ୍କା ରହିଥିବା ରେକର୍ଡ ହୋଇଛି । ଅନ୍ୟପକ୍ଷରେ ବିଶ୍ବବଜାରରେ ବି ସୁନା ମୂଲ୍ୟ ଆଉନ୍ସ ପ୍ରତି ୦.୭୭ ପ୍ରତିଶତ ବା ୧୩.୯୦ ଡ଼ଲାର ଖସି ୧୮୦୦.୨୦ ଡ଼ଲାରରେ ଟ୍ରେଣ୍ଡ କରୁଥିବା ନେଇ ବ୍ଲୁମବର୍ଗ ରିପୋର୍ଟରେ ପ୍ରକାଶ ପାଇଛି । ସୁନା ପରି ରୁପା ଦରରେ ବି ସୋମବାର ସନ୍ଧ୍ୟା ସୁଦ୍ଧା ସାମାନ୍ୟ ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ପୂର୍ବଦିନ କିଲୋଗ୍ରାମ ପ୍ରତି ଏହି ଦର ୫୨,୨୨୦ ଟଙ୍କା ଥିବା ବେଳେ ପରଦିନ ୯୦ ଟଙ୍କା କମି ୫୨,୧୩୦ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି ।

Leave A Reply

Your email address will not be published.