ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ସୁନା ଦର !

ଏବେ ଚାଲିଛି ବିବାହ ଋତୁ। ଆଉ ଏହି ସମୟରେ ଗ୍ରାହକଙ୍କ ଝଟକା ଦେଉଛି ସୁନା ରୂପା ଦର। ସୁନା ଦର ଏବେ ସବୁ ସୀମା ପାର୍ କରିଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଆସିଥିବା ବୃଦ୍ଧି ହିସାବରେ ଶନିବାର ପାଖାପାଖି ୦.୮% ସୁନା ଦର ବୃଦ୍ଧି ପାଇଛି।

ଶୁକ୍ରବାର ଏହି ଦର ୧୦ ଗ୍ରାମ ପିଛା ୪୬,୮୧୯ ଟଙ୍କା ରହିଥିବାବେଳେ ଶନିବାର ସନ୍ଧ୍ୟାରେ ଏହାର ମୂଲ୍ୟ ବୃଦ୍ଧି ପାଇଛି। ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ସୁନା ଦର ୦.୮% ବୃଦ୍ଧି ପାଇଁ ୪୮୦୦୦ରେ ପହଁଚିଛି। ଏହା ନିହାତି ଭାବରେ ସୁନା ପ୍ରେମୀଙ୍କୁ ଝଟକା ଦେଇପାରେ।

ସେହିପରି କେବଳ ସୁନା ନୁହେଁ ବିଶ୍ୱ ବଜାରରେ ରୂପା ଦାମ ମଧ୍ୟ ବୃଦ୍ଧି ପାଇଛି। ପ୍ରତି ୧ କେଜି ରୂପା ଉପରେ ୫୦ ଟଙ୍କା ବୃଦ୍ଧି ପାଇ ଦାମ ପହଁଚିଛି ୪୮, ୫୫୦ ଟଙ୍କାରେ।

Leave A Reply

Your email address will not be published.