ସୁନା ମୂଲ୍ୟରେ ଆସିଛି ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ ୧୦ ଗ୍ରାମ ପ୍ରତି କେତେ ରହିଛି ଦର

ଭାରତୀୟ ବଜାରରେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଥିବା ଜଣାଯାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୧୧୦ ଟଙ୍କା ବଢ଼ି ୫୧,୭୭୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ସମାନ ଭାବେ ୧୧୦ ଟଙ୍କା ବଢ଼ି ୫୦ ,୭୭୦ଟଙ୍କାରେ ପହଁଚିଥିବା ଜଣାଯାଇଛି । ସେହିପରି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୪,୯୪୦ ଟଙ୍କା ଓ ୫୦୩୭୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି ।

ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ସାମାନ୍ୟ ଧରଣର ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୧,୭୭୦ଟଙ୍କା ଓ ୫୦,୭୭୦ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୫୨,୪୬୦ ଟଙ୍କା ଓ ୫୧୨୬୦ଟଙ୍କା ଥିବା ରେକର୍ଡ ହୋଇଛି । ସେପଟେ ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୪ କ୍ୟାରେଟ

ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୪,୯୫୦ଟଙ୍କା ଓ ୫୦୩୮୦ ଟଙ୍କା ଥିବା ବେଳେ କୋଲକାତା ସହରରେ ଏହି ଦର ୫୨,୪୬୦ ଟଙ୍କା ଓ ୫୧,୦୬୦ ଟଙ୍କା ଥିବା ଜଣାଯାଇଛି । ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ଦରରେ ବି ଏକ ବଡ଼ ଧରଣର ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ରୂପା କିଲୋଗ୍ରାମ ପ୍ରତି ୬୬୦୧୦ ଟଙ୍କାରେ ପହଁଚିଥିବା ଜଣାଯାଇଛି ।

Leave A Reply

Your email address will not be published.