ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର

ଗୋଟେ ପଟେ ଦେଶରେ କରୋନା ମହାମାରୀ ନିଜ କାୟା ବିସ୍ତାର କରି କରିଚାଲିଥିବା ବେଳେ ସୁନା ଦରରେ ବି ପରିବର୍ତ୍ତନ ଆସିବାରେ ଲାଗିଛି । ଭାରତୀୟ ବଜାରରେ ସୁନା ମୂଲ୍ୟରେ ମଧ୍ୟମ ଧରଣର ହ୍ରାସ ଘଟିଥିବା ଦେଖାଦେଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୫୩୫୦୦ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ସମାନ ଭାବେ ୫୨୫୦୦ ଟଙ୍କାରେ ପହଁଚିଥିବା ଜଣାଯାଇଛି । ସେହିପରି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୬୪୯୦ ଟଙ୍କା ଓ ୫୧୭୮୦ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି ।

gold rate today

ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ସାମାନ୍ୟ ଧରଣର ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୩୫୦୦ ଟଙ୍କା ଓ ୫୨୫୦୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୫୩୪୫୦ ଟଙ୍କା ଓ ୫୨୨୫୦ ଟଙ୍କା ଥିବା ରେକର୍ଡ ହୋଇଛି । ସେପଟେ ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୪ କ୍ୟାରେଟ

ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୬୪୯୦ ଟଙ୍କା ଓ ୫୧୭୮୦ ଟଙ୍କା ଥିବା ବେଳେ କୋଲକାତା ସହରରେ ଏହି ଦର ୫୪୦୦୦ ଟଙ୍କା ଓ ୫୨୬୦୦ ଟଙ୍କା ଥିବା ଜଣାଯାଇଛି । ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ଦରରେ ବି ସାମାନ୍ୟ ବୃଦ୍ଧି ଆସିଥିବା ଲକ୍ଷ୍ୟ କରାଯାଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ରୂପା କିଲୋଗ୍ରାମ ପ୍ରତି ମାତ୍ର ୧୦୦ ଟଙ୍କା ବଢି ୬୫୧୧୦ ଟଙ୍କାରେ ପହଁଚିଥିବା ଜଣାଯାଇଛି ।

Leave A Reply

Your email address will not be published.