ଭିଣୋଇଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଶାଳୀ, ବିବାହ ଦିନ ଉଭୟଙ୍କ ଭିଡିଓ ସେୟାର କରିଦେଲେ ଭାବୀ ସ୍ୱାମୀ

ଚୀନ୍‌ରେ ଏକ ଦମ୍ପତିଙ୍କ ପ୍ରେମ, ଧୋକା ଓ ବିବାହ ଭଳି ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ପ୍ରେମରେ ଧୋକା ଖାଇଥିବା ଜଣେ ବ୍ୟକ୍ତି ଏମିତି ପ୍ରତିଶୋଧ ନେଇଛନ୍ତି ଯାହା ଏବେ ଚୀନ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

Image result for woman-who-cheated-with-sisters-husband-humiliated-on-wedding-day

ରିପୋର୍ଟ ମୁତାବକ, କପଲ ଗତ ୨ ବର୍ଷ ଧରି ରିଲେସନସିପ୍‌ରେ ଥିଲେ ଓ ୬ ମାସ ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ବିବାହ ପାଇଁ ଘରେ କୁଣିଆ ଭର୍ତ୍ତି ହୋଇଥିଲେ। କପଲଙ୍କ ଏଣ୍ଟ୍ରି ପାଇଁ ଖାସ୍‌ ବ୍ୟବସ୍ଥା କରାଯାଇଥିଲା। ବିବାହକୁ ଅଧିକ ଆକର୍ଷଣୀୟ କରିବା ପାଇଁ ହଲ୍‌ରେ ଭିଡିଓ ଦେଖାଯାଉଥିଲା। ଏକ ଭିଡିଓ ପରେ କୁହାଯାଇଥିଲା ଏବେ ଆମେ ଆପଣଙ୍କୁ କପଲ କେମିତି ପରସ୍ପରର ନିକଟତର ହେଲେ ତାହା ଦେଖାଇବୁ। କିନ୍ତୁ ଯେଉଁ ଭିଡିଓ ଚାଲିଲା ତାହା ଦେଖି ଉପସ୍ଥିତ ଅତିଥିଙ୍କ ହୋସ୍‌ ଉଡ଼ିଗଲା।

Related image

ଭିଡିଓଟି ଏକ ସେକ୍ସ ଭିଡିଓ ଥିଲା। ସେଥିରେ ବିବାହ ହେଉଥିବା ଝିଅ ତାଙ୍କ ଭିଣୋଇ ସହ ଶାରୀରିକ ସମ୍ପର୍କ ରଖୁଥିବା ଦେଖିବାକୁ ମିଳିଥିଲା। ଭିଡିଓ ଦେଖି କନ୍ୟା ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ବର ତାତ୍ସଲ୍ୟ କରି କହିଥିଲା ତତେ କ’ଣ ଲାଗିଲା ମୁଁ କିଛି ଜାଣିନି? ଏହା ଶୁଣି କନ୍ୟା ବର ଉପରକୁ ଫୁଲତୋଡ଼ା ଫିଙ୍ଗିଦେଇଥିଲା।

Image result for woman-who-cheated-with-sisters-husband-humiliated-on-wedding-day

ରିପୋର୍ଟ ମୁତାବକ ବର ପୂର୍ବରୁ ନିଜ ଭାବୀ ସ୍ତ୍ରୀ ଓ ଭିଣୋଇଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିବା ଜାଣିଥିଲେ। ସୂଚନାଯୋଗ୍ୟ ଯେ, ବିବାହ ପରେ ରହିବା ପାଇଁ ଏହି କପଲ ଏକ ନୂଆ ଘର ନେଇଥିଲେ। ସେହି ଘରେ ଯୁବକ ଜଣକ ଏକ ସିକ୍ରେଟ୍‌ କ୍ୟାମେରା ଲଗାଇଥିଲେ। ଘରର ଚାବି ଉଭୟଙ୍କ ପାଖରେ ଥିଲା। ଏହି ନୂଆ ଘରକୁ ଯୁବତୀ ଜଣକ ପ୍ରାତଃ ନିଜ ଭିଣୋଇଙ୍କ ସହ ଆସୁଥିଲେ। ଯୁବକ ଜଣକ ଯେତେବେଳେ ଫୁଟେଜ୍‌ ଚେକ୍‌ କଲେ ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲେ।

Related image

ଏଣୁ ବିବାହ ଦିନ ହିଁ ସେ ନିଜ ଭାବୀ ପତ୍ନୀ ଓ ତାଙ୍କ ଭିଣୋଇଙ୍କ ଶାରୀରିକ ସମ୍ପର୍କ ରଖିବା ବେଳର ଭିଡିଓକୁ ସମସ୍ତଙ୍କ ସାମ୍ନାରେ ଦେଖାଇଥିଲେ। କେବଳ ଏତିକି ନୁହେଁ ସେ ଭିଡିଓକୁ ଇଣ୍ଟରନେଟ୍‌ରେ ମଧ୍ୟ ସେୟାର କରିଥିଲେ। ଯୁବକ ଜଣକ ମହିଳାଙ୍କ ସହ ନିର୍ବନ୍ଧ ଓ ବିବାହ ଭାଙ୍ଗି ଦେଇଥିବା ବେଳେ ଯୁବତୀ ନିଜ ସମସ୍ତ ଭିଡିଓକୁ ସୋସିଆଲ ମିଡିଆରୁ ହଟାଇବାକୁ ଦାବି କରିଥିବା ଜଣାଯାଇଛି।

Leave A Reply

Your email address will not be published.