Odisha News
.

ବାଲେଶ୍ୱର: ବନ୍ଦ ଘରୁ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବାଲେଶ୍ୱର(କେନ୍ୟୁଜ୍): ବନ୍ଦ ଘରୁ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିନ୍ଦୁରୀରେ ଏହି ଅଘଟଣ ଘଟିଛି। ମୃତକ ହେଲେ କୁଶ ଭାରତୀ। କୁଷ ଘରେ ଶୋଇଥିବା ବେଳେ, ବନ୍ଦ ଘରୁ ଚିତ୍କାର ଶୁଭିଥିଲା। ସ୍ଥାନୀୟ ଲୋକମାନେ ବନ୍ଦ ଘରୁ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଞ୍ଚିଥିଲା। ଘଟଣାସ୍ଥଳରେ କୁଶଙ୍କ ମୃତ୍ୟୁ ଘଟିଥିବା ବେଳେ, ତାଙ୍କ ସ୍ତ୍ରୀ ସତ୍ୟବତୀ ଭାରତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Loading...

Leave A Reply

Your email address will not be published.