ଗଜପତି: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ ଆଜି ଏକ ନବବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ଏନେଇ ଯୁବକ ଜଣକ ବେକରେ ରସି ଲଗାଇ ଆତ୍ମହତ୍ଯା କରିଥିବା ସନ୍ଦେହ କରାଯାଉଛି। ମୃତ ବ୍ଯକ୍ତି ଜଣକ ହେଉଛନ୍ତି ଗୁରାଣ୍ଡି ଗ୍ରାମର ବି.ଗୁନା ରାଓ।

ରିପୋର୍ଟ ଅନୁଯାୟୀ ବି.ଗୁନା କିଛି ମାସ ପୂର୍ବରୁ ବିବାହ କରିଥିବା ବେଳେ ଆତ୍ମହତ୍ଯା କରିଛନ୍ତି। ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ କାରଣ ଖୋଜିବା ଆରମ୍ଭ କରିଛି।

Leave A Reply

Your email address will not be published.