ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ପୋଷ୍ଟ ଦେଖି ହସି ହସି ଗଡିଗଲେ ବିରାଟ, ଜାଣନ୍ତୁ କାହିଁକି

ଟିମ ଇଣ୍ଡିଆର ଶାନଦାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡ଼ିଆ ମାନଙ୍କରେ ଆକ୍ଟିଭ ରୁହନ୍ତି । ଏବେ ନିକଟରେ ହିଁ ପାଣ୍ଡ୍ୟା ନିଜ ଭାଇ ମାନଙ୍କ ସହ କ୍ୟାରମ ଖେଳୁଥିବାର ଏକ ଭିଡିଓ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି । ତାଙ୍କର ଏହି ଫଟୋ ଗୁଡିକୁ ବି ପ୍ରଶଂସକ ମାନେ ବି ଖୁବ ପସନ୍ଦ କରିଥିବା ଜଣାଯାଇଛି । ଏମିତିକି ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ଏହି ଫଟୋ ଦେଖି ହସି ହସି ଗଡି ଯାଇଛନ୍ତି । ଯଦି ଆପଣ ବି ହାର୍ଦ୍ଦିକଙ୍କ ଏହି ଫଟୋକୁ ଲକ୍ଷ କରି ଦେଖିବେ ହୁଏତ ଆପଣ ନିଜ ହସକୁ ରୋକି ପାରିବେନି । ଫଟୋ ଟିକୁ ସେୟାର କରିବା ସହିତ ହାର୍ଦ୍ଦିକ ଏହାର କ୍ୟାପ୍ସନ ଲେଖିଛନ୍ତିକି, ଭାଇ ମାନଙ୍କ ସହିତ କ୍ୟାରମ ଖେଳିବା ଠାରୁ ମଜାଦାର ଜିନିଷ ଆଉ କିଛି ନାହିଁ । ଏକାଠି ଖେଳିବା ଦ୍ୱାରା ଅନେକ ପୁରୁଣା ସ୍ମୃତି ସବୁ ତାଜା ହୋଇଯାଏ । ଯଦି ଆପଣ ଟିକେ ଧ୍ୟାନର ସହ ଏହି ଫଟୋ ଟିକୁ

 

View this post on Instagram

 

Nothing like a great game of carrom with my brothers 🤗 Brings back a lot of memories #PandyaBrothers

A post shared by Hardik Pandya (@hardikpandya93) on

ଦେଖିବେ ତ ଜାଣି ପାରିବେଯେ, ହାର୍ଦ୍ଦିକଙ୍କ ଗୋଟେ ହାତ କ୍ୟାରମ ବୋର୍ଡ ଉପରେ ଥିବା ବେଳେ ସାମ୍ନାରେ ବସିଥିବା ସେ ନିଜ ଭାଇ କୃନାଲ ପାଣ୍ଡ୍ୟାଙ୍କୁ ଘୁରି ଘୁରିକି ଅନାଉଛନ୍ତି । ପୋଷ୍ଟ ସେୟାର କରିବା ମାତ୍ରେ ହିଁ କୋହଲିଙ୍କ ନଜର ଏହି ପୋଷ୍ଟଟି ଉପରେ ପଡିଥିଲା । ଏହା ପରେ ତୁରନ୍ତ ସେ କମେଣ୍ଟରେ ହାର୍ଦ୍ଦିକଙ୍କ ଉଦ୍ଦେଶ୍ୟରେ ଲେଖିଥିଲେକି, “ତମେ ନିଜ ପାଳିର ଅପେକ୍ଷା କରିଛ ନା କୄନାଲଙ୍କୁ ଡରେଇବାକୁ ଚେଷ୍ଟା କରୁଛ | ତମ ହାତ ତ ବୋର୍ଡ ଉପରେ କିନ୍ତୁ ନଜର କୄନାଲଙ୍କ ଉପରେ” । ମାତ୍ର ଗୋଟିଏ ଘଣ୍ଟା ଭିତରେ ହିଁ ହାର୍ଦ୍ଦିକ୍ଙ୍କୁ ଏହି ପୋଷ୍ଟଟି ବହୁଳ ଭାବରେ ଭାଇରାଲ ହୋଇଯାଇଥିଲା । ଏଯାବତ ଏହାକୁ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଲୋକଙ୍କୁ ଲୋକଙ୍କ ଏହି ଷ୍ଟାଇଲଟି ବି ଖୁବ ପସନ୍ଦ ଆସିଛି ।

Leave A Reply

Your email address will not be published.