କଟକ: ଚିନ୍ତା ବଢାଇଛି କ୍ୟାନସର ହସ୍ପିଟାଲ, ଆଉଟ୍‌ଡୋରକୁ ଲୋକେ ନଆସିବାକୁ ନିବେଦନ କଲେ ସ୍ୱାସ୍ଥ୍ୟ ସଚିବ

କଟକ(କେନ୍ୟୁଜ୍):  କଟକ ଏସ୍‌ସିବି ଓ କ୍ୟାନ୍‌ସର ହସ୍ପିଟାଲ ନଆସିବାକୁ ନିବେଦନ । ଗତ ତିନି ଦିନ ମଧ୍ୟରେ କ୍ୟାନ୍‌ସର ହସ୍ପିଟାଲରୁ ୧୧୩ ପଜିଟିଭ୍‌ ଓ ଏସ୍‌ସିବିରୁ ୨୫ରୁ ଅଧିକ ପଜିଟିଭ୍‌ ଚିହ୍ନଟ ପରେ ହସ୍ପିଟାଲ ନଆସିବାକୁ ଲୋକଙ୍କୁ ନିବେଦନ କରାଯାଇଛି । ଆଜି କଟକ ଏସ୍‌ସିବି ବଡ଼ ମେଡିକାଲରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ବର୍ତ୍ତମାନ ସମୟରେ ଏସ୍‌ସିବି କିମ୍ବା କ୍ୟାନ୍‌ସର ହସ୍ପିଟାଲକୁ ଆଉଟ୍‌ଡୋର ଲୋକେ ନଆସିବାକୁ ନିବେଦନ କରିଛନ୍ତି ।

ପ୍ରଥମେ କୋଭିଡ୍‌ ଟେଷ୍ଟ୍‍ କରାଯିବା ପରେ ମେଡିକାଲରେ ଆଡମିଶନ କରାଯିବ । ସବୁ ସରକାରୀ ମେଡିକାଲରେ ଆବଶ୍ୟକ ମୁତାବକ କୋଭିଡ୍‌ ସାମଗ୍ରୀ ରହିଛି । ମେଡିକାଲର ବିଭିନ୍ନ କାଉଣ୍ଟର ଭିଡ଼ ଉପରେ ନଜର ରଖିବ ପୋଲିସ । ଆସନ୍ତା ମଙ୍ଗଳବାରଠୁ କଟକର ୩ଟି ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ଆଣ୍ଟିଜେନ୍‌ ଟେଷ୍ଟ । ଏଥିପାଇଁ ଆଇସିଏମ୍‌ଆର୍‌ ଅନୁମତି ଦେଇଛି । ପୁଣେରୁ ଆସିବ ଏହି କିଟ୍‌ । ମାତ୍ର ଅଧ ଘଣ୍ଟା ଭିତରେ ଜଣାପଡ଼ିବ କୋଭିଡ୍‌ ଷ୍ଟାଟସ୍‌ ।

Leave A Reply

Your email address will not be published.