Sabuthi Sabubele Hata Muthare Khabar

ପୁଣି ଆସୁଛି ବଡ ବର୍ଷା, ଲଘୁଚାପରେ ପରିଣତ ହୋଇଛି ଘୂର୍ଣ୍ଣିବଳୟ

ପୁଣି ଆସୁଛି ବଡ ବର୍ଷା। ଉତ୍ତର-ପଶ୍ମିମ ବଙ୍ଗୋପସାଗର, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିଛି। ଆସନ୍ତା ୨୮ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ବର୍ଷା ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା, ବରଗଡ଼, କନ୍ଧମାଳ, ସୋନପୁର, ବୈଦ୍ଧ ଓ ପୁରୀରେ ପ୍ରବଳ ବର୍ଷା ସମ୍ଭବାନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ଟିଟିଲାଗଡ଼ରେ ସର୍ବାଧିକ ୬୨ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୭ଟି ଜିଲ୍ଲାକୁ ୟେଲୋ ଓ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.