ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ, ମା’ ଲକ୍ଷ୍ମୀଙ୍କ କୃପାରୁ ହେବ ଧନ ଲାଭ,ଜାଣନ୍ତୁ ଆପଣଙ୍କ ରାଶି କ’ଣ କହୁଛି

ମନରେ ଅଶାନ୍ତି ଆସିଲେ ବି ଆତ୍ମବିଶ୍ୱାସ ଭରପୁର ରହିବ । ବ୍ୟବସାୟରେ ବୃଦ୍ଧି ଘଟିବ । ଲାଭ ଯୋଗ ରହିଛି । ସନ୍ତାନ ସୁଖରେ ବୃଦ୍ଧି ଘଟିବ ।

ମେଷ : ମନ ଅଶାନ୍ତ ରହିବ । ଧୈର୍ଯ୍ୟଶିଳତା ଜାରି ରଖିବାକୁ ଚେଷ୍ଟା କରନ୍ତୁ । ମାତାଙ୍କ ସାନିଧ୍ୟ ମିଳିବ । ବ୍ୟବସାୟରେ ବ୍ୟସ୍ତତା ବଢ଼ିବ । ବାହାରକୁ ଯାତ୍ରା କରିପାରନ୍ତି । ନୂତନ ଆୟର ବାଟ ଖୋଲିବ ।

ବୃଷ : ମନରେ ଅଶାନ୍ତି ଆସିଲେ ବି ଆତ୍ମବିଶ୍ୱାସ ଭରପୁର ରହିବ । ବ୍ୟବସାୟରେ ବୃଦ୍ଧି ଘଟିବ । ଲାଭ ଯୋଗ ରହିଛି । ସନ୍ତାନ ସୁଖରେ ବୃଦ୍ଧି ଘଟିବ ।

ମିଥୁନ : ଆତ୍ମବିଶ୍ୱାସରେ ହ୍ରାସ ଘଟିବ । ସଂଯମୀ ହୁଅନ୍ତୁ, ବ୍ୟର୍ଥ କଥାରେ ଝଗଡା ଓ ବିବାଦ ଠାରୁ ଦୂରରେ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନ ରୁହନ୍ତୁ । କାର୍ଯ୍ୟରେ ଅଧିକ ଚାପ ବଢ଼ିବ । ସୁସ୍ୱାଦୁ ଖାଦ୍ୟ ପାଇବେ ।

କର୍କଟ : ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ । ମନ ପ୍ରସନ୍ନ ରହିବ । ଚାକିରିରେ ପ୍ରମୋଶନ ମିଳିବ । ହେଲେ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ଯାତ୍ରା ଯୋଗ ରହିଛି ।

ସଂହ : ମନରେ ବିଭିନ୍ନ ଚିନ୍ତା ଦେଖାଦେବ । ଧୈର୍ଯ୍ୟ ରଖିବାକୁ ଚେଷ୍ଟା କରନ୍ତୁ । କାର୍ଯ୍ୟକ୍ଷେତ୍ରରେ କଠିନ ସମୟ ଆସିପାରେ । ମାତାଙ୍କ ସହଯୋଗରେ କିଛି ନୂଆ ବ୍ୟବସାୟ କରିପାରନ୍ତି ।

କନ୍ୟା : ମନ ଶାନ୍ତ ରହିବ । ଆତ୍ମ ବିଶ୍ୱାସରେ ଭରପୁର ରହିବେ । ଚାକିରିରେ ଉନ୍ନତି ଘଟିବ । ଆୟରେ ବୃଦ୍ଧି ଘଟିଲେ ବି ଖର୍ଚ୍ଚ ବଢ଼ିବ । ସନ୍ତାନ କଷ୍ଟ ହୋଇପାରେ ।

ତୁଳା : ସଂଯମୀ ରୁହନ୍ତୁ । ବ୍ୟର୍ଥ ବାଦ-ବିବାଦରୁ ଦୂରରେ ରୁହନ୍ତୁ । ପରିଶ୍ରମ ଅଧିକ ରହିବ । କିଛି କଠିନ ଆସିପାରେ । ଲାଭ ଯୋଗ ରହିଛି ।

ବିଚ୍ଛା : ମନ ପ୍ରଶନ୍ନ ରହିବ । ଧର୍ମ ପ୍ରତି ଶ୍ରଦ୍ଧାଭାବ ବଢ଼ିବ । ଚାକିରିରେ ଅଫିସରଙ୍କ ସହଯୋଗରେ ପ୍ରମୋଶନ ମାର୍ଗ ସୁଗମ ହେବ । ଆୟରେ ବୃଦ୍ଧି ଘଟିବ । ପରିବାରରେ ସୁଖ ଶାନ୍ତି ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଧନୁ : ସଂଯମୀ ରୁହନ୍ତୁ । କ୍ରୋଧ ଓ ବିବାଦରୁ ଦୂରରେ ରୁହନ୍ତୁ । ମନ ଅଶାନ୍ତି ହୋଇପାରେ । ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ଭାଇଙ୍କ ସହଯୋଗ ରହିବ ।

ମକର : ମନ ପ୍ରସନ୍ନ ରହିବ । ଦାମ୍ପତ୍ୟ ସୁଖରେ ବୃଦ୍ଧି ଘଟିବ । କାରବାରରେ ବୃଦ୍ଧି ଘଟିବ । ପରିବାରର କିଛି ବୟସ୍କ ବ୍ୟକ୍ତିଙ୍କ ଠାରୁ ଧନ ମିଳିପାରେ । ଉନ୍ନତିର ମଉକା ମଳିବ ।

କୁମ୍ଭ : ମନ ଅଶାନ୍ତ ରହିବ । ସଂଯମ ରୁହନ୍ତୁ । ପରିବାରଙ୍କ ସହଯୋଗ ମିଳିବ । କୌଣସି ଅନ୍ୟ ସ୍ଥାନକୁ ଯାଇପାରନ୍ତି । ଆୟରେ ବୃଦ୍ଧି ଘଟିବ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ମୀନ : ମାନସିକ ଶାନ୍ତି ରହିବ । ଆତ୍ମ ବିଶ୍ୱାସରେ ଭରପୁର ରହିବେ । କାରବାରରେ ଲାଭ ମିଳିବ । ହେଲେ ଧାଁ ଦଉଡ କରି ପାରନ୍ତି । ଯାତ୍ରା ଖର୍ଚ୍ଚ ମଧ୍ୟ ବଢ଼ିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଭାଇଙ୍କ ସହଯୋଗ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.