ରାଶିଫଳ

ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : ଆପଣ ଆଖି ବନ୍ଦ କରି ବିଶ୍ବାସ କରୁଥିବା ଅଭ୍ୟାସ ପରିବର୍ତ୍ତନ କରନ୍ତୁ। ନଚେତ୍ କୌଣସି ଦିନ ଆପଣ ସମସ୍ୟାରେ ପଡ଼ିପାରନ୍ତି। ନିଷ୍ପତି ନେବା ସମୟରେ ଆପଣ ନିଜ ମନର କଥା ଶୁଣନ୍ତୁ। ଯଦି ସାମ୍ନା ଲୋକର କଥା ସତ ଲାଗିଥାଏ ତେବେ ନିଷ୍ପତି ତାଙ୍କ ହାତରେ ଛାଡନ୍ତୁ ନାହିଁ।

ବୃଷ : ଆଜି ଆପଣ ଆତ୍ମ ନିର୍ଭରତାକୁ ମୂଳମନ୍ତ୍ର ରୂପେ ଗ୍ରହଣ କରିବେ। ଘରେ କିମ୍ବା ସାଙ୍ଗମାନଙ୍କ ପାଖରେ କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତି ସ୍ଥିର କରିବାକୁ ଥିଲେ ତାହା ନିଜେ ସ୍ଥିର କଲେ ଆପଣଙ୍କ ପାଇଁ ଭଲ ରହିବ।

ମିଥୁନ : ଆଜି ଆପଣ ଦୈନନ୍ଦିନ ଚର୍ଚ୍ଚାରେ ଏକ ନୂଆ ଦିଗ ଦେବେ। ଆଜି ଆପଣ ସର୍ବଦା କାମ କରିବା ଅଭ୍ୟାସ ଛାଡି ସାଙ୍ଗମାନଙ୍କ ସହ ବୁଲିବାକୁ ଯିବେ। ପୁରୁଣା ବିଚାର ତ୍ୟାଗ କରି ଜୀବନରେ ନୂଆ ବିଚାର ଆଣିବେ।

କର୍କଟ : ଯଦି ଆପଣ କୌଣସି ସ୍ଥାନରେ ଭଲଭାବେ ରହିବା ପାଇଁ ଭାବୁଛନ୍ତି ତେବେ ପୁଣି ଥରେ ଭଲଭାବେ ଚିନ୍ତା କରନ୍ତୁ। ଆଜି ଆପଣଙ୍କୁ ନିଜ ଘର ବଦଳାଇବାକୁ ପଡ଼ିପାରେ। ଯଦି ଆପଣଙ୍କ ଇଛା ବିନା ଘର ବଦଳାଇବାକୁ ପଡ଼ିଥାଏ ତେବେ ନିରାଶ ହୁଅନ୍ତୁ ନାହିଁ। କାରଣ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ହେବ।

ସିଂହ : ଆଜି ଆପଣ ଭାବିଚିନ୍ତି ନିଷ୍ପତି ନିଅନ୍ତୁ। କାରଣ ପଛରେ ଯେପରି ପଶ୍ଚ୍ୟାତାପ କରିବାକୁ ନପଡେ। ଭାବିଚିନ୍ତି ନିଷ୍ପତି ନେଲେ ଆପଣ ଶେଷରେ ସୁଖ ଭୋଗ କରିବେ।

କନ୍ୟା : ଆଜି ଆପଣ ନିଜର ଦୈନନ୍ଦିନ କାର୍ଯ୍ୟରେ କିଛି ନୂଆ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ। ଯାହା ଆପଣ ବହୁତ ପୂର୍ବରୁ କରିବା ପାଇଁ ଚାହୁଁଥିଲେ ସେଥିପ୍ରତି ଧ୍ୟାନ ଦେବେ। ଆଜି ଦିନଟି ଆପଣଙ୍କର ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ସହ ଭଲରେ କଟିବ।

ତୁଳା : ଆଜି ଆପଣ ନିଜର ଉଗ୍ର ସ୍ବଭାବ ଉପରେ ନିୟନ୍ତ୍ରଣ ରଖିବେ। ନଚେତ୍ ଆପଣଙ୍କ ପ୍ରିୟଜନ ଆପଣଙ୍କଠାରୁ ଦୂରେଇ ପାରନ୍ତି। ଆପଣ ନିଜ ଜୀବନକୁ ନେଇ ଚିନ୍ତା କଲେ ମଧ୍ୟ ମସ୍ତିଷ୍କକୁ ଶାନ୍ତ ରଖନ୍ତୁ। କାହାକୁ ଖରାପ ବ୍ୟବହାର ନକରିବା ପାଇଁ ମଧ୍ୟ ସେଥିପ୍ରତି ଧ୍ୟାନ ରଖନ୍ତୁ।

ବିଛା : ଆଜି ଆପଣ ଏଭଳି କିଛି କରିବେ ଯାହା ଦ୍ବାରା ଆପଣ ଆଖ-ପାଖରେ ଥିବା ଲୋକମାନଙ୍କୁ ପ୍ରଭାବିତ କରିପାରିବେ। ଆଜି ଆପଣଙ୍କ ଯୋଗ୍ୟତା ଚରମ ସୀମାରେ ରହିବ। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିବ।

ଧନୁ : ଆଜି ଆପଣଙ୍କ ଜଣାଶୁଣା ଲୋକମାନଙ୍କ ମଧ୍ୟରେ ଚାଲିଥିବା ସମସ୍ୟାର ସମଧାନ ହେବ। ଏଥିପାଇଁ ଆପଣ ପ୍ରଶଂସନୀୟ ହେବେ।

ମକର : ଆପଣ ଯଦି ନିଜ କାର୍ଯ୍ୟକୁ ସ୍ଥିର ହୋଇଥିବା ତାରିଖ ପୂର୍ବରୁ ଶେଷ କରିପାରୁ ନାହାନ୍ତି ତେବେ ସାବଧାନ ରୁହନ୍ତୁ। ଯଦି ଆପଣ କୌଣସି ଚାକିରି କିମ୍ବା ଛାତ୍ରବୃତ୍ତି ପାଇଁ କାମ କରୁଛନ୍ତି ତେବେ ସର୍ତକତା ଅବଲମ୍ବନ କରନ୍ତୁ।

କୁମ୍ଭ :  ଆଜି ଆପଣ କୌଣସି ସରକାରୀ ଉଚ୍ଚାଧୀକାରୀଙ୍କ ସହ ସାକ୍ଷାତ ହୋଇପାରେ, ଯିଏ ଆପଣଙ୍କୁ ସରକାରଙ୍କ ସମ୍ବନ୍ଧିତ କାମ କରିବାରେ ସାହାଯ୍ୟ କରିବେ।

ମୀନ : ଆଜି ଆପଣ ସାମାନ୍ୟ ଦୁଃଖିତ ରହିବେ। କାରଣ ଆଜି ଆପଣଙ୍କୁ ନିଜ ଲୋକ ହିଁ ନିରାଶ କରିପାରନ୍ତି। ଆପଣଙ୍କ କାମରେ ଦେଖାଯାଉଥିବା ବାଧା କ୍ଷଣସ୍ଥାୟୀ ଅଟେ, ଯାହା ଉପଯୁକ୍ତ ସମୟରେ ସମାପ୍ତ ହୋଇଯିବ।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

6 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

6 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

24 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

24 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

29 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

51 mins ago