ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : କୌଣସି ଭଲ ଖବର ମିଳିବାର ସମ୍ଭାବନା। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

ବୃଷ : ମନରେ ନୂଆ ବିଚାର ଆସିବ। କୌଣସି କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କୋର୍ଟ-କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

ମିଥୁନ : ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

କର୍କଟ : ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ।

ସିଂହ : ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

କନ୍ୟା : ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ତୁଳା : ବ୍ୟବସାୟରେ ଲାଭ। ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବଢ଼ିଆ ରହିବ।

ବିଛା : ମନ ପ୍ରଫୁଲ୍ଲ ରହିବ। କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହୋଇପାରେ। ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ।

ଧନୁ : ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ।

ମକର : ଆପଣଙ୍କ ଉତ୍ସାହିତ ମନୋଭାବ ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ।

କୁମ୍ଭ : ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦ ହେବ। ଅର୍ଥ ଉପାର୍ଜନ ଲାଗି ନୂଆ ସୁଯୋଗ ମିଳିବ। ପରିବାରରେ ଖୁସି ଦେଖାଯିବ।

ମୀନ : ନୂଆ ରଣନୀତି ଆପଣଙ୍କ ଲାଗି ଲାଭଦାୟକ ହେବ। ମହିଳାମାନେ ଆଗକୁ ବଢ଼ିବେ। ସାହିତ୍ୟିକଙ୍କୁ ଖୁସି ଖବର ମିଳିବ।

Leave A Reply

Your email address will not be published.