ଜାଣନ୍ତୁ ଆଜିର ଭାଗ୍ୟ !

mesha

ମେଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାଣୀ ନିୟନ୍ତ୍ରଣରେ ରଖିବା ସହ ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଦୂରଯାତ୍ରା କରନ୍ତୁ ନାହିଁ । ଯାହା ଆପଣ ବହୁତ ପୂର୍ବରୁ କରିବା ପାଇଁ ଚାହୁଁଥିଲେ ସେଥିପ୍ରତି ଧ୍ୟାନ ଦେବେ।brushaବୃଷ : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ମାତାଙ୍କ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ପରିବାରରେ ଅଶାନ୍ତି ଓ ଅସନ୍ତୁଷ୍ଟି ଦେଖାଦେବ ।

mithunaମିଥୁନ : ଧନ ଲାଭ ଯୋଗ ରହିଛି । ନୂଆ ବିଚାରରେ ଜୀବନରେ ଆସିଥିବା ପରିବର୍ତ୍ତନକୁ ଦେଖି ଆପଣ ନିଜେ ଖୁବ୍ ଖୁସି ହେବେ। ଗୁରୁଜନଙ୍କ ସମ୍ମାନ କରନ୍ତୁ । ପରିବାରରେ ମନମିଳାଇ ଚଳନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି କରିବେ ।

karkataକର୍କଟ : ଆଜି ଆପଣଙ୍କୁ ନିଜ ଘର ବଦଳାଇବାକୁ ପଡ଼ିପାରେ। ଧନ ଲାଭ ସହ କୁଟୁମ୍ବରେ ଆନନ୍ଦ ମିଳିବ । ପୁରୁଣା କଥାକୁ ନେଇ ଚିନ୍ତିତ ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

singhaସିଂହ : ଆଜି ଆପଣ ଏଭଳି କିଛି କରିବେ ଯାହା ଦ୍ବାରା ଆପଣ ଆଖ-ପାଖରେ ଥିବା ଲୋକମାନଙ୍କୁ ପ୍ରଭାବିତ କରିପାରିବେ। ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦୂର ହେବ । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।

 

kanyaକନ୍ୟା : କର୍ମକ୍ଷେତ୍ରରେ ସଜାଗ ରହିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କୋର୍ଟ କଚେରୀ ମାମଲାରୁ ଦୂରେଇ ରହନ୍ତୁ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।

tulaaତୁଳା : ଆପଣ ଯଦି ନିଜ କାର୍ଯ୍ୟକୁ ସ୍ଥିର ହୋଇଥିବା ତାରିଖ ପୂର୍ବରୁ ଶେଷ କରିପାରୁ ନାହାନ୍ତି ତେବେ ସାବଧାନ ରୁହନ୍ତୁ। ଗୁରୁଜନଙ୍କ ସହଯୋଗ ମିଳିବ । ସ୍ଥିରମନରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଶରୀର ଅସୁସ୍ଥ ରହିପାରେ ।

bichhaବିଛା : କୁଟୁମ୍ବରେ ଆନନ୍ଦ ଦେଖାଦେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ସଚେତନ ହେବା ଆବଶ୍ୟକ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ ।

dhanuଧନୁ : ଆୟ ମଧ୍ୟମ ରହିବ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ଆଜି ଆପଣ ସାମାନ୍ୟ ଦୁଃଖିତ ରହିବେ। ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।

makaraମକର : ଶରୀର ଅସୁସ୍ଥ ରହିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ଆପଣଙ୍କ କାମରେ ଦେଖାଯାଉଥିବା ବାଧା କ୍ଷଣସ୍ଥାୟୀ ଅଟେ, ଯାହା ଉପଯୁକ୍ତ ସମୟରେ ସମାପ୍ତ ହୋଇଯିବ।

kumbhaକୁମ୍ଭ : ବହୁତ ଜଲଦି ଆପଣ ନିଜର କାର୍ଯ୍ୟ ଶେଷ କରନ୍ତୁ ନଚେତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।

minaମୀନ : ଶତ୍ରୁ ବୃଦ୍ଧି ସହ ଖର୍ଚ୍ଚ ବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ପରିବାରରେ ମନମିଳାଇ ଚଳନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.