ରାଶିଫଳ

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ବ୍ୟବସାୟରେ ଲାଭ। ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବଢ଼ିଆ ରହିବ।

ବୃଷ : ମନରେ ନୂଆ ବିଚାର ଆସିବ। କୌଣସି କାର୍ଯ୍ୟ କିଂବା ବ୍ୟବସାୟ ଆରମ୍ଭ ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କୋର୍ଟ-କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

ମିଥୁନ : ଆପଣଙ୍କ ଉତ୍ସାହିତ ମନୋଭାବ ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତକଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ।

କର୍କଟ : ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ।

ସିଂହ : କୌଣସି ଭଲ ଖବର ମିଳିବାର ସମ୍ଭାବନା। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

କନ୍ୟା : ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ତୁଳା : ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟକ କାମ ପାଇଁ ସମାଧାନର ବାଟ ମିଳିଯିବ।

ବିଛା : ମନ ପ୍ରଫୁଲ୍ଲ ରହିବ। କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହୋଇପାରେ। ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ।

ଧନୁ : ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ।

ମକର : ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

କୁମ୍ଭ : ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦ ହେବ। ଅର୍ଥ ଉପାର୍ଜନ ଲାଗି ନୂଆ ସୁଯୋଗ ମିଳିବ। ପରିବାରରେ ଖୁସି ଦେଖାଯିବ।

ମୀନ : ନୂଆ ରଣନୀତି ଆପଣଙ୍କ ଲାଗି ଲାଭଦାୟକ ହେବ। ମହିଳାମାନେ ଆଗକୁ ବଢ଼ିବେ। ସାହିତ୍ୟିକଙ୍କୁ ଖୁସି ଖବର ମିଳିବ।

Pritiparna

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

9 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

15 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

28 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago