Categories: ରାଶିଫଳ

ଜାଣନ୍ତୁ ଆଜିର ଭାଗ୍ୟ

ମେଷ : ଆପଣଙ୍କ ଦିନ ଆଜି ମିଶ୍ର ଫଳଦାୟୀ ରହିବ। ପରିଜନମାନଙ୍କ ସହିତ ବସିକରି ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ। ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ସରକାରୀ ଲାଭ ମିଳିବାର ସମ୍ଭାବନା ଅଛି। ଅଫିସ୍ ସମ୍ବନ୍ଧିତ କାର‌୍ୟ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ। କାର‌୍ୟ୍ୟଭାର ବଢ଼ି ପାରେ। ମାତାଙ୍କଠାରୁ ଲାଭ ହେବାର ସମ୍ଭାବନା ଅଛି।

ବୃଷ : ନୂଆ କାର‌୍ୟ୍ୟ କରିବାକୁ ପ୍ରେରଣା ମିଳିବ ଏବଂ ଆପଣ ତାକୁ ପ୍ରାରମ୍ଭ କରି ପାରିବେ। କୌଣସି ଧାର୍ମିକ ସ୍ଥଳକୁ ଯାଇ ଆପଣଙ୍କ ମନ ଭକ୍ତିମୟ ହୋଇଯିବ। ଲମ୍ବା ଯାତ୍ରାର ଯୋଗ ଅଛି। ସ୍ନେହୀଜନ କିମ୍ବା ମିତ୍ରମାନଙ୍କଠାରୁ ଶୁଭ ସମାଚାର ମିଳିବ। ବିଦେଶ ଯିବାର ସମ୍ଭାବନା ଅଛି। ବ୍ୟାପାରରେ ଆର୍ଥିକ ଲାଭ ହୋଇପାରେ। ସ୍ଵାସ୍ଥ୍ୟ ମଧ୍ୟମ ଧରଣର ରହିବ।

ମିଥୁନ : ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଆଜି ଯଦି ସମ୍ଭବ ତେବେ ନୂଆ କାର‌୍ୟ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। ଉଚ୍ଚ ଅଧିକାରୀମାନଙ୍କ ସହିତ ଯୁକ୍ତି କରନ୍ତୁ ନାହିଁ। କାର‌୍ୟ୍ୟରେ ସଫଳତା ପ୍ରାପ୍ତି ହେବାରେ ବିଳମ୍ବ ହୋଇପାରେ। ଖର୍ଚ୍ଚ ଅଧିକ ହୋଇପାରେ। ଖାଇବା ପିଇବା ଉପରେ ଧ୍ୟାନ ରଖିବେ। ବ୍ୟବସାୟ କ୍ଷେତ୍ରରେ ବିଘ୍ନ ଉପସ୍ଥିତ ହୋଇପାରେ।

କର୍କଟ : ଆଜି ଆମୋଦ-ପ୍ରମୋଦରେ ନିଜକୁ ଆପଣ ଭୁଲାଇ ଦେବାର ଦିନ। ମନୋରଂଜନ ପ୍ରବୃତ୍ତିରେ ଆପଣ ବୁଡ଼ି ରହିବେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଯାତ୍ରାର ଆୟୋଜନ କରିବେ। ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ। ଭାଗିଦାରୀରେ ଲାଭ ହେବ।

ସିଂହ : ଆପଣଙ୍କ ଆଜିର ଦିନ ମଧ୍ୟମ ଫଳଦାୟୀ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ବାଣୀରେ ନିୟନ୍ତ୍ରଣ ରଖିବେ। ଦୈନିକ କାର‌୍ୟ୍ୟରେ ବିଘ୍ନ ଆସିପାରେ। ସେଥିପାଇଁ କାର‌୍ୟ୍ୟ ସଂପନ୍ନ ହେବାରେ ସହାୟତା ମିଳିବ। ଅଧିକ ପରିଶ୍ରମ ପରେ ମଧ୍ୟ ସଫଳତା ପ୍ରାପ୍ତି କମ ହେବାରୁ ହତାସା ଅନୁଭବ ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟକୁ ନେଇ କରି ଚିନ୍ତା ହୋଇପାରେ।

କନ୍ୟା : ଆଜିର ଦିନ କୌଣସି ଭାବରେ କଲହ ଏବଂ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ଆକସ୍ମିକ ଖର୍ଚ୍ଚର ଆଶଂକା ଅଛି। ବିଦ୍ୟାର୍ଥିମାନଙ୍କପାଇଁ ପଢାରେ ବାଧା ଆସିବ। ପ୍ରିୟଜନମାନଙ୍କ ସହିତ ହୋଇଥିବା ସାକ୍ଷାତରେ ମନ ଆନନ୍ଦିତ ହେବ। ପେଟ ସମ୍ବନ୍ଧିତ ଯନ୍ତ୍ରଣା ହୋଇପାରେ। ଶେୟାର-ସଟ୍ଟାରେ ନିବେଶ କରିବାବେଳେ ସାବଧାନ ରହିବେ।

ତୁଳା : ଆପଣଙ୍କପାଇଁ ସମୟ ଶୁଭ ଅଟେ। ମନରେ ସମ୍ବେଦନଶୀଳତାର ମାତ୍ରା ଅଧିକ ରହିବ। ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ। ସମ୍ବନ୍ଧିମାନଙ୍କ ସହିତ ଝଗଡ଼ା କିମ୍ବା ବିବାଦ କାରଣରୁ ମାନସିକ ଯନ୍ତ୍ରଣା ହୋଇପାରେ।

ବିଚ୍ଛା : ଆଜି ପୂରା ଦିନ ଆପଣ ପ୍ରସନ୍ନ ରହିବେ। କୌଣସି ନୂଆ କାର‌୍ୟ୍ୟର ପ୍ରାରମ୍ଭ କରି ପାରିବେ। ସାଥିମାନଙ୍କଠାରୁ ସୁଖ ଏବଂ ଆନନ୍ଦର ପ୍ରାପ୍ତି ହେବ। ମିତ୍ର ଏବଂ ସ୍ଵଜନମାନଙ୍କର ଭେଟ ହୋଇପାରେ। ଯେ କୌଣସି କାମରେ ଆଜି ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ଲାଭ ଏବଂ ଭାଗ୍ୟବୃଦ୍ଧିର ଯୋଗ ଅଛି। ଭାଇ-ଭଉଣୀମାନଙ୍କର ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ବିଜୟ ମିଳିବ।

ଧନୁ : ଆପଣଙ୍କ ଦିନ ମିଶ୍ରିତ ଫଳଦାୟୀ ଅଟେ। ଅସାମଞ୍ଜସ୍ୟ କାରଣରୁ ନିର୍ଣ୍ଣୟ ନେବା କଠିନ ହେବ। ପରିଜନମାନଙ୍କ ସାଥିରେ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ନିର୍ଦ୍ଧାରିତ କାର‌୍ୟ୍ୟ ସଂପନ୍ନ ନ ହେବା କାରଣରୁ ହତାସା ଅନୁଭବ କରିପାରନ୍ତି। କାର‌୍ୟ୍ୟଭାର ମଧ୍ୟ ବଢ଼ିପାରେ। ନିରର୍ଥକ ଖର୍ଚ୍ଚ ହୋଇପାରେ। ମଧ୍ୟାହ୍ନ ପରେ ଫୁର୍ତ୍ତି ଏବଂ ଉଲ୍ଲାସ ଅନୁଭବ କରିବେ। ପାରିବାରିକ ବାତାବରଣ ଆନନ୍ଦପ୍ରଦ ଏବଂ ଶାନ୍ତ ରହିବ।

ମକର : ଆଜି ଆପଣଙ୍କ ପ୍ରତ୍ୟେକ କାର‌୍ୟ୍ୟ ସରଳତାରେ ପୂର୍ଣ୍ଣ ହେବ। କାର‌୍ୟ୍ୟାଳୟ ତଥା ବ୍ୟବସାୟ ସ୍ଥଳ ଉପରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ। ପ୍ରମୋସନର ଯୋଗ ଅଛି। ଗୃହସ୍ଥଜୀବନରେ ଆନନ୍ଦର ବାତାବରଣ ରହିବ। ଶରୀର ହାନୀର ଯୋଗ ଅଛି ସମ୍ଭାଳି କରି ରୁହନ୍ତୁ ତଥା ତଳେ ପଡ଼ିଯାଇପାରନ୍ତି ନିଜକୁ ରକ୍ଷା କରନ୍ତୁ। ମିତ୍ର, ସ୍ନେହୀଜନମାନଙ୍କ ସହିତ ଭେଟ ହେବ। ମାନସିକ ରୂପରେ ଶାନ୍ତି ମିଳିବ।

କୁମ୍ଭ : ସ୍ଵାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ମାନସିକ ସୁସ୍ଥତା କମ ରହିପାରେ। କୋର୍ଟ-କଚେରୀର ଝିନଝଟରେ ପଡ଼ନ୍ତୁନାହିଁ। ଅନୁଚିତ ସ୍ଥାନରେ ପୁଞ୍ଜି ନିବେଶ ନ ହେଉ, ଏହାର ଧ୍ୟାନ ରଖିବେ। ପରିବାରର ସଦସ୍ୟ ବିରୋଧୀ ବ୍ୟବହାର କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସ୍ଵାସ୍ଥ୍ୟ ବିଗିଡ଼ିବାର ଆଶଂକା ରହିବ, ଆବେଶପୂର୍ଣ୍ଣ ମନକୁ ନିୟନ୍ତ୍ରଣରେ ରଖିବେ। ଧନ ଅଧିକ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ।

ମୀନ : ଆଜି ଆପଣ ପାରିବାରିକ ତଥା ସାମାଜିକ କଥାଗୁଡ଼ିକରେ ବିଶେଷ ଲିପ୍ତ ରହିବେ। ମିତ୍ରମାନଙ୍କ ସହ ଭେଟ ହେବ ଏବଂ ତାଙ୍କ ପଛରେ ଖର୍ଚ୍ଚ କରିବାକୁ ପଡ଼ିପାରେ। ରମଣୀୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ଜୀବନସାଥୀ ଇଚ୍ଛୁକଙ୍କୁ ଭଲ ଜୀବନସାଥୀ ମିଳିବାର ଯୋଗ ଅଛି।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

7 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

15 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

31 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago