ରାଶିଫଳ

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣ ଏଭଳି କିଛି କରିବେ ଯାହା ଦ୍ବାରା ଆପଣ ଆଖ-ପାଖରେ ଥିବା ଲୋକମାନଙ୍କୁ ପ୍ରଭାବିତ କରିପାରିବେ। ଆଜି ଆପଣଙ୍କ ଯୋଗ୍ୟତା ଚରମ ସୀମାରେ ରହିବ। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିବ।

ବୃଷ : ଆଜି ଆପଣ ଆତ୍ମ ନିର୍ଭରତାକୁ ମୂଳମନ୍ତ୍ର ରୂପେ ଗ୍ରହଣ କରିବେ। ଘରେ କିମ୍ବା ସାଙ୍ଗମାନଙ୍କ ପାଖରେ କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତି ସ୍ଥିର କରିବାକୁ ଥିଲେ ତାହା ନିଜେ ସ୍ଥିର କଲେ ଆପଣଙ୍କ ପାଇଁ ଭଲ ରହିବ।

ମିଥୁନ : ଆଜି ଆପଣ ଦୈନନ୍ଦିନ ଚର୍ଚ୍ଚାରେ ଏକ ନୂଆ ଦିଗ ଦେବେ। ଆଜି ଆପଣ ସର୍ବଦା କାମ କରିବା ଅଭ୍ୟାସ ଛାଡି ସାଙ୍ଗମାନଙ୍କ ସହ ବୁଲିବାକୁ ଯିବେ। ପୁରୁଣା ବିଚାର ତ୍ୟାଗ କରି ଜୀବନରେ ନୂଆ ବିଚାର ଆଣିବେ।

କର୍କଟ : ଯଦି ଆପଣ କୌଣସି ସ୍ଥାନରେ ଭଲଭାବେ ରହିବା ପାଇଁ ଭାବୁଛନ୍ତି ତେବେ ପୁଣି ଥରେ ଭଲଭାବେ ଚିନ୍ତା କରନ୍ତୁ। ଆଜି ଆପଣଙ୍କୁ ନିଜ ଘର ବଦଳାଇବାକୁ ପଡ଼ିପାରେ। ଯଦି ଆପଣଙ୍କ ଇଛା ବିନା ଘର ବଦଳାଇବାକୁ ପଡ଼ିଥାଏ ତେବେ ନିରାଶ ହୁଅନ୍ତୁ ନାହିଁ। କାରଣ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ହେବ।

ସିଂହ : ଆଜି ଆପଣ ଭାବିଚିନ୍ତି ନିଷ୍ପତି ନିଅନ୍ତୁ। କାରଣ ପଛରେ ଯେପରି ପଶ୍ଚ୍ୟାତାପ କରିବାକୁ ନପଡେ। ଭାବିଚିନ୍ତି ନିଷ୍ପତି ନେଲେ ଆପଣ ଶେଷରେ ସୁଖ ଭୋଗ କରିବେ।

କନ୍ୟା : ଆଜି ଆପଣ ନିଜର ଦୈନନ୍ଦିନ କାର୍ଯ୍ୟରେ କିଛି ନୂଆ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ। ଯାହା ଆପଣ ବହୁତ ପୂର୍ବରୁ କରିବା ପାଇଁ ଚାହୁଁଥିଲେ ସେଥିପ୍ରତି ଧ୍ୟାନ ଦେବେ। ଆଜି ଦିନଟି ଆପଣଙ୍କର ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ସହ ଭଲରେ କଟିବ।

ତୁଳା : ଆଜି ଆପଣ ନିଜର ଉଗ୍ର ସ୍ବଭାବ ଉପରେ ନିୟନ୍ତ୍ରଣ ରଖିବେ। ନଚେତ୍ ଆପଣଙ୍କ ପ୍ରିୟଜନ ଆପଣଙ୍କଠାରୁ ଦୂରେଇ ପାରନ୍ତି। ଆପଣ ନିଜ ଜୀବନକୁ ନେଇ ଚିନ୍ତା କଲେ ମଧ୍ୟ ମସ୍ତିଷ୍କକୁ ଶାନ୍ତ ରଖନ୍ତୁ। କାହାକୁ ଖରାପ ବ୍ୟବହାର ନକରିବା ପାଇଁ ମଧ୍ୟ ସେଥିପ୍ରତି ଧ୍ୟାନ ରଖନ୍ତୁ।

ବିଛା : ଆପଣ ଆଖି ବନ୍ଦ କରି ବିଶ୍ବାସ କରୁଥିବା ଅଭ୍ୟାସ ପରିବର୍ତ୍ତନ କରନ୍ତୁ। ନଚେତ୍ କୌଣସି ଦିନ ଆପଣ ସମସ୍ୟାରେ ପଡ଼ିପାରନ୍ତି। ନିଷ୍ପତି ନେବା ସମୟରେ ଆପଣ ନିଜ ମନର କଥା ଶୁଣନ୍ତୁ। ଯଦି ସାମ୍ନା ଲୋକର କଥା ସତ ଲାଗିଥାଏ ତେବେ ନିଷ୍ପତି ତାଙ୍କ ହାତରେ ଛାଡନ୍ତୁ ନାହିଁ।

ଧନୁ : ଆଜି ଆପଣଙ୍କ ଜଣାଶୁଣା ଲୋକମାନଙ୍କ ମଧ୍ୟରେ ଚାଲିଥିବା ସମସ୍ୟାର ସମଧାନ ହେବ। ଏଥିପାଇଁ ଆପଣ ପ୍ରଶଂସନୀୟ ହେବେ।

ମକର : ଆପଣ ଯଦି ନିଜ କାର୍ଯ୍ୟକୁ ସ୍ଥିର ହୋଇଥିବା ତାରିଖ ପୂର୍ବରୁ ଶେଷ କରିପାରୁ ନାହାନ୍ତି ତେବେ ସାବଧାନ ରୁହନ୍ତୁ। ଯଦି ଆପଣ କୌଣସି ଚାକିରି କିମ୍ବା ଛାତ୍ରବୃତ୍ତି ପାଇଁ କାମ କରୁଛନ୍ତି ତେବେ ସର୍ତକତା ଅବଲମ୍ବନ କରନ୍ତୁ।

କୁମ୍ଭ :  ଆଜି ଆପଣ କୌଣସି ସରକାରୀ ଉଚ୍ଚାଧୀକାରୀଙ୍କ ସହ ସାକ୍ଷାତ ହୋଇପାରେ, ଯିଏ ଆପଣଙ୍କୁ ସରକାରଙ୍କ ସମ୍ବନ୍ଧିତ କାମ କରିବାରେ ସାହାଯ୍ୟ କରିବେ।

ମୀନ : ଆଜି ଆପଣ ସାମାନ୍ୟ ଦୁଃଖିତ ରହିବେ। କାରଣ ଆଜି ଆପଣଙ୍କୁ ନିଜ ଲୋକ ହିଁ ନିରାଶ କରିପାରନ୍ତି। ଆପଣଙ୍କ କାମରେ ଦେଖାଯାଉଥିବା ବାଧା କ୍ଷଣସ୍ଥାୟୀ ଅଟେ, ଯାହା ଉପଯୁକ୍ତ ସମୟରେ ସମାପ୍ତ ହୋଇଯିବ।

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago