ଜାଣନ୍ତୁ ଆଜିର ଦିନ ଆପଣଙ୍କର କେମିତି କଟିବ, କଣ କରିବେ କଣ ନକରିବେ

ଆଜି ଦଶହରା । ମା’ ଦୁର୍ଗାଙ୍କର ମହାଦେଶମୀ ତିଥି । ପୁରାଣ ଅନୁଯାୟୀ ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ମା’ଙ୍କ ଆଶୀର୍ବାଦ ନେଇ ରାବଣର ବଦ୍ଧ କରିଥିଲେ । ସେଥିପାଇଁ ତ ବିଭିନ୍ନ ସ୍ଥାନ ମାନଙ୍କରେ ରାବଣ ପୋଡିର ଆୟୋଜନ କରାଯାଇଥାଏ । ତେଣୁ ଆଜିର ଦିନରେ ଯେମିତି ହେଲେବି ମା’ ଙ୍କ ଆଶୀର୍ବାଦ ନିଅନ୍ତୁ ଆଉ ନିଜ ସମସ୍ତ କାର୍ଯ୍ୟରେ ବିଜୟ ଲାଭ କରନ୍ତୁ । ରାଶି ଅନୁସାରେ ଆପଣଙ୍କ ଏହି ଦିନରେ କଣ କଣ ଯୋଗ ରହିଛି ପ୍ରଥମେ ଜାଣିରଖନ୍ତୁ ।

ମେଷ: ପଦୋନ୍ନତିର ଯୋଗ ରହିଛି । ପୂଜାରେ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । କିନ୍ତୁ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ ।

ବୃଷ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ଦୁର୍ଘଟଣା ଯୋଗ ରହିଛି । କିଛିଟା ସତର୍କତା ପାଳନ କରନ୍ତୁ ।

ମିଥୁନ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ମାନ-ସମ୍ମାନ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

କର୍କଟ: ଅସୁସ୍ଥ ଅନୁଭବ କରିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ସିଂହ: ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବେ । ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ । ଧନପ୍ରାପ୍ତି ଯୋଗ ରହିଛି ।

କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଚର୍ଚ୍ଚା କରିପାରନ୍ତି। ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ତୁଳା: ଖର୍ଚ୍ଚ ବଢ଼ିବ। କୌଣସି କଥାକୁ ନେଇ ଦ୍ୱନ୍ଦ୍ୱ ଭିତରେ ରହିବେ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ ।

ବିଚ୍ଛା: ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆତ୍ମବିଶ୍ୱାସ ବଢ଼ିବ। ନୂତନ ପୋଷାକ କିଣିପାରନ୍ତି ।

ଧନୁ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରେ ହସଖୁସିର ପରିବେଶ ରହିବ। ଆଧ୍ୟାତ୍ମିକ ସ୍ଥାନକୁ ଯାଇପାରନ୍ତି ।

ମକର: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ ବସ୍ତ୍ର କିଣିପାରନ୍ତି ।

କୁମ୍ଭ: ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ଈଶ୍ୱରଙ୍କୁ ଆରାଧନା କରନ୍ତୁ। ମନ ଖୁସି ରହିବ ।

ମୀନ: ବୌଦ୍ଧିକ ଚର୍ଚ୍ଚାରେ ସାମିଲ ହୋଇପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ । ସହକର୍ମୀଙ୍କ ସହଯୋଗ ମିଳିବ ।

Leave A Reply

Your email address will not be published.