Categories: ରାଶିଫଳ

ଜାଣନ୍ତୁ ଆଜିର ଭାଗ୍ୟ

ମେଷ : ଆଜି ଆପଣ ଏଭଳି କିଛି କରିବେ ଯାହା ଦ୍ବାରା ଆପଣ ଆଖ-ପାଖରେ ଥିବା ଲୋକମାନଙ୍କୁ ପ୍ରଭାବିତ କରିପାରିବେ। ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦୂର ହେବ । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।

ବୃଷ : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ମାତାଙ୍କ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ପରିବାରରେ ଅଶାନ୍ତି ଓ ଅସନ୍ତୁଷ୍ଟି ଦେଖାଦେବ ।

ମିଥୁନ : ଧନ ଲାଭ ଯୋଗ ରହିଛି । ନୂଆ ବିଚାରରେ ଜୀବନରେ ଆସିଥିବା ପରିବର୍ତ୍ତନକୁ ଦେଖି ଆପଣ ନିଜେ ଖୁବ୍ ଖୁସି ହେବେ। ଗୁରୁଜନଙ୍କ ସମ୍ମାନ କରନ୍ତୁ । ପରିବାରରେ ମନମିଳାଇ ଚଳନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି କରିବେ ।

କର୍କଟ : ଆଜି ଆପଣଙ୍କୁ ନିଜ ଘର ବଦଳାଇବାକୁ ପଡ଼ିପାରେ। ଧନ ଲାଭ ସହ କୁଟୁମ୍ବରେ ଆନନ୍ଦ ମିଳିବ । ପୁରୁଣା କଥାକୁ ନେଇ ଚିନ୍ତିତ ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ସିଂହ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାଣୀ ନିୟନ୍ତ୍ରଣରେ ରଖିବା ସହ ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଦୂରଯାତ୍ରା କରନ୍ତୁ ନାହିଁ । ଯାହା ଆପଣ ବହୁତ ପୂର୍ବରୁ କରିବା ପାଇଁ ଚାହୁଁଥିଲେ ସେଥିପ୍ରତି ଧ୍ୟାନ ଦେବେ।

କନ୍ୟା : କର୍ମକ୍ଷେତ୍ରରେ ସଜାଗ ରହିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କୋର୍ଟ କଚେରୀ ମାମଲାରୁ ଦୂରେଇ ରହନ୍ତୁ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।

ତୁଳା : ଆପଣ ଯଦି ନିଜ କାର୍ଯ୍ୟକୁ ସ୍ଥିର ହୋଇଥିବା ତାରିଖ ପୂର୍ବରୁ ଶେଷ କରିପାରୁ ନାହାନ୍ତି ତେବେ ସାବଧାନ ରୁହନ୍ତୁ। ଗୁରୁଜନଙ୍କ ସହଯୋଗ ମିଳିବ । ସ୍ଥିରମନରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଶରୀର ଅସୁସ୍ଥ ରହିପାରେ ।

ବିଛା : କୁଟୁମ୍ବରେ ଆନନ୍ଦ ଦେଖାଦେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ସଚେତନ ହେବା ଆବଶ୍ୟକ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ ।

ଧନୁ : ଆୟ ମଧ୍ୟମ ରହିବ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ଆଜି ଆପଣ ସାମାନ୍ୟ ଦୁଃଖିତ ରହିବେ। ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।

ମକର : ଶରୀର ଅସୁସ୍ଥ ରହିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ଆପଣଙ୍କ କାମରେ ଦେଖାଯାଉଥିବା ବାଧା କ୍ଷଣସ୍ଥାୟୀ ଅଟେ, ଯାହା ଉପଯୁକ୍ତ ସମୟରେ ସମାପ୍ତ ହୋଇଯିବ।

କୁମ୍ଭ : ବହୁତ ଜଲଦି ଆପଣ ନିଜର କାର୍ଯ୍ୟ ଶେଷ କରନ୍ତୁ ନଚେତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।

ମୀନ : ଶତ୍ରୁ ବୃଦ୍ଧି ସହ ଖର୍ଚ୍ଚ ବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ପରିବାରରେ ମନମିଳାଇ ଚଳନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ ।

Sonalisa

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

1 hour ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

2 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago