ରାଶିଫଳ

ଜାଣିରଖନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ: ନିଜର କାମ ଯଥା ସମୟରେ ପୂରା କରିନେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି।

ବୃଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ଆପଣଙ୍କୁ କୌଣସି ଭଲ ସୁଯୋଗ ମିଳିପାରେ। ବିବାହିତ ଲୋକଙ୍କୁ ଶୁଭ ସମାଚାର ମିଳିବ।

ମିଥୁନ: ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ରହିପାରନ୍ତି। ଜୀବନସାଥୀଙ୍କ ପରାମର୍ଶ କାମରେ ଆସିବ। ବାହନ ସାବଧାନତାର ସହ ଚଳାନ୍ତୁ।

କର୍କଟ: ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବେପାରରେ ଲାଭର ଯୋଗ ରହିଛି। ପରିବାରରେ ସୁଖ ଶାନ୍ତି ବଢ଼ିବ। ଛାତ୍ରଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।

ସି˚ହ: ସାମାଜିକ କାର୍ଯ୍ୟରେ ଅ˚ଶ ଗ୍ରହଣ କରିବେ। ଆପଣଙ୍କୁ ଖୁସି ଖବର ମଳିବ। ନୂଆ ଉତ୍ସରୁ ଧନଲାଭ ହେବ। ପ୍ରେମରେ ସଫଳତା ମିଳିବ।

କନ୍ୟା: ଦିନଟି ଆତ୍ମବିଶ୍ବାସଭରା ରହିବ। ଆପଣଙ୍କ ବ୍ୟବହାରରେ ଅନ୍ୟ ଲୋକମାନେ ପ୍ରସନ୍ନ ରହିବେ। ବ୍ୟବସାୟ‌େର ଲାଭ ହୋଇପାରେ।

ତୁଳା: ଆପଣଙ୍କ ଉଦାର ସ୍ବଭାବ ଲୋକମାନଙ୍କୁ ପ୍ରଭାବିତ କରିବ। ସରକାରୀ କାମରେ ସଫଳତା ମିଳିପାରେ। ପରିବାରର ସ୍ଥିତି ଠିକ୍‌ ରହିବ।

ବିଛା: ଆପଣଙ୍କ କାମ ସମୟ ପୂର୍ବରୁ ପୂରା କରିନେବେ। ଧନଲାଭର ନୂଆ ମାର୍ଗ ଖୋଲିବ। ସପରିବାର ମନ୍ଦିର ଯାଇ ଠାକୁର ଦର୍ଶନ କରିବେ।

ଧନୁ: ଅବିରତ ପ୍ରୟାସରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସୁଧୁରିବ। ଅଫିସରେ ସନ୍ତୁଷ୍ଟ ରହିବେ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ।

ମକର: ବେପାରୀଙ୍କ ଲାଗି ଦିନଟି ଭଲ। ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ନିଜର କାମ ସୁରୁଖୁରୁରେ କରିବେ। ପାରିବାରିକ ଜୀବନ ସୁଖମୟ ହେବ।

କୁମ୍ଭ: ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ଅନୁମତି ନିଅନ୍ତୁ। ଉଚ୍ଚ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ।

ମୀନ: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। କୌଣସି କାମରେ ଭାଇଭଉଣୀଙ୍କର ସହଯୋଗ ପାଇବେ। ନୂଆ ଚାକିରି ମିଳିବାର ଯୋଗ ରହିଛି।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

23 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

54 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

57 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

60 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago