ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

mesha

ମେଷ :ଆଜି ଆପଣ ଅନ୍ୟ ଲୋକଙ୍କ ଖରାପ ବ୍ୟବହାରରେ ଦୁଃଖିତ ରହିବେ। ଧ୍ୟାନ ରଖନ୍ତୁ ଆପଣ ଅଯଥା ଅନ୍ୟ ଲୋକମାନଙ୍କ କଥାରେ ପଡ଼ନ୍ତୁ ନାହିଁ।

brushaବୃଷ : ଆଜି ଆମଣ ସେହି ଜିନିଷ ଉପରେ ଗୁରୁତ୍ବ ଦିଅନ୍ତୁ, ଯାହା ଆପଣଙ୍କ ପାଇଁ ମହତ୍ୱପୂର୍ଣ୍ଣ ଅଟେ। ଆପଣ ନିଜର ପରିବାର, ସାଙ୍ଗସାଥୀ ଏବଂ କାମ ମଧ୍ୟରେ ସନ୍ତୁଳନ ରଖନ୍ତୁ। ଆଜି ଆପଣ କୌଣସି ଯୋଜନା ବିଷୟରେ ଚିନ୍ତା କଲେ ତାହା ନିଶ୍ଚୟ ସଫଳ ହେବ।

mithunaମିଥୁନ : ଆଜି ଆପଣ କୌଣସି ନିଷ୍ପତି ନେବା ପୂର୍ବରୁ ସତ୍ୟତା ଉପରେ ଅନୁସନ୍ଧାନ କରନ୍ତୁ। ସଠିକ୍ ସୂଚନାରେ କାମ କରିବା ପାଇଁ ବିଶେଷ ଧ୍ୟାନ ଦିଅନ୍ତୁ।

karkataକର୍କଟ : ଆଜି ଆପଣ ହଠାତ୍ କୌଣସି ସମସ୍ୟାରେ ପଡିପାରନ୍ତି। ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ପରିସ୍ଥିତ ଅନୁଯାୟୀ ସମସ୍ୟାର ସାମ୍ନା କଲେ ନିଶ୍ଚୟ ବିଜୟ ହାସଲ କରିବେ।

singhaସିଂହ : ଆଜି ଆପଣ ନିୟନ୍ତ୍ରଣ ବାହାରେ କୌଣସି ପରିସ୍ଥିତିରେ ମଧ୍ୟସ୍ଥି କରନ୍ତୁ ନାହିଁ। ଧର୍ଯ୍ୟ ଏବଂ ସାହାସର ସହ ସମସ୍ୟାର ସମଧାନ କଲେ ନିଶ୍ଚୟ ସଫଳତା ହାସଲ କରିପାରିବେ।

kanyaକନ୍ୟା : ହାର ନ ମାନି ସମସ୍ୟାର ସାମ୍ନା କରନ୍ତୁ। ଆଜି ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। କିନ୍ତୁ ଆତ୍ମବିଶ୍ବାସ ଏବଂ ସକରାତ୍ମକ ଦ୍ବାରା ବିଜୟ ହୋଇପାରିବେ। ଜୀବନରେ ସକରାତ୍ମକ ଭାବନା ରଖନ୍ତୁ।

tulaaତୁଳା : ଆପଣ ଯେଉଁ ପରିସ୍ଥିତିରେ ଅସୁବିଧା ଅନୁଭବ କରୁଛନ୍ତି ସେଥିରୁ ନିଜକୁ ଦୂରେଇ ରଖନ୍ତୁ। ବେକାର କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ ଏବଂ ଅଜଣା ବ୍ୟକ୍ତିଙ୍କ ଠାରୁ ସାବଧାନ ରୁହନ୍ତୁ।

bichhaବିଛା : ଆଜି ଆପଣ ନିଜକୁ ସମାଜ ସେବାରେ ନିୟୋଜିତ କରିବେ ଏବଂ ଲୋକମାନଙ୍କ ସାହାଯ୍ୟ କରିବା ପାଇଁ ସମୟ ଦେବେ। ଆଜି ଦିନଟି ଆପଣଙ୍କର ସୁଖମୟ ହେବ।

dhanuଧନୁ : ଆଜି ଆପଣ ନିଜର ଇଛା ଏବଂ ଦାୟିତ୍ବ ମଧ୍ୟରେ ଦ୍ବନ୍ଦରେ ରହିପାରନ୍ତି। ଆପଣ କୌଣସି ସାମାଜିକ ସମାରୋହରେ ମଧ୍ୟ ଭାଗ ନେଇପାରନ୍ତି। ଯଦି ଆପଣ ସନ୍ତୁଳନ ରକ୍ଷା କରନ୍ତି ତେବେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ।

makaraମକର : ଆଜି ଆପଣ କୌଣସି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ନିଜ ମନର କଥା ଶୁଣନ୍ତୁ ଏବଂ କୌଣସି ସାମାଜିକ ସଂସ୍ଥାକୁ ସାହଯୋଗ କରିବା ପାଇଁ ଚେଷ୍ଟା କରନ୍ତୁ।

kumbhaକୁମ୍ଭ : ଆଜି ଆପଣ ନିଜ ନିଷ୍ପତିରୁ ହଟି ପାରନ୍ତି ଏବଂ ଅନ୍ୟ ଲୋକଙ୍କ କଥାରେ ପ୍ରଭାବିତ ହୋଇପାରନ୍ତି। ନିଜ ବିଚାରକୁ ଶୁଣିଲେ ଆପଣଙ୍କ ପାଇଁ ଭଲ ରହିବ। ମନର ଭାବନା ଆଜି ଆପଣଙ୍କ ସାଥ୍ ଦେବ।

minaମୀନ : ଆଜି ଆପଣ ସାଧନା ବଳରେ ସମାଜର କଲ୍ୟାଣ ଏବଂ ନିଜର ପ୍ରିୟଜନମାନଙ୍କୁ ସୁଖରେ ରଖିବା ପାଇଁ ଚେଷ୍ଟା କରିବେ। ଆପଣ ଆଜି କିଛି ଜିନିଷ ଦାନ କରିବେ କିମ୍ବା ଆପଣଙ୍କ ସାଥୀଙ୍କ ପାଇଁ କିଛି ଉପହାର କିଣିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.