ଦିନ ଆରମ୍ଭରୁ ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତ ହେବା ମଉକା ପାଇପାରିବେ।

ବୃଷ : ଆଶା ଠାରୁ ଅଧିକ ଶୁଭଫଳ ମିଳିବ। ଉଦ୍ୟମରେ ସଫଳତା ମିଳିବ। ଗ୍ରହମାନଙ୍କ ସ୍ଥିତି ଭଲ ରହିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ନୂଆ କାର୍ଯ୍ୟ କରିବେ। ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।

ମିଥୁନ : ଅତି ଚତୁରତାର ସହିତ କାର୍ଯ୍ୟ ହାସଲ କରିବେ। ଚାକିରିରେ ପଦୋନ୍ନତି ମିଳିବ। ମାଙ୍ଗଳିକ କାର୍ଯ୍ୟ କରିବେ। ମନ ପସନ୍ଦ ଜାଗାରେ ଚାକିରି ମିଳିବ। ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କର୍କଟ: ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।

ସିଂହ: ଆଜିର କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସହକର୍ମୀଙ୍କ ଯୋଗୁ ହୁଏତ କର୍ମକ୍ଷେତ୍ରର ଗତି ମନ୍ଥର ରହିବ। ସଭାସମିତି, ଗବେଷଣା କ୍ଷେତ୍ର, ଆଇନ ଅଦାଲତରେ ସଫଳତା ହାସଲ କରିବେ।

କନ୍ୟା: ପ୍ରତ୍ୟକ ଉଦ୍ୟମରେ ସଫଳତା ମିଳିବ। ଭୂସମ୍ପତ୍ତି କ୍ରୟ କରିବେ। ମାଲିମକଦମାରେ ବିଜୟୀ ହେବେ। ଶୃଙ୍ଖଳତା, କାର୍ଯ୍ୟଦକ୍ଷତା ପାଇଁ ଶୀର୍ଷ ସ୍ଥାନରେ ପହଞ୍ଚିବେ। ଦେହ ମନ ସୁସ୍ଥ ରହିବ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ।ଜୀବନର ସଫଳତା ଲାଗି ଦିନଟିଏ। ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।

ତୁଳା: ବିଜୟୀ ହେବେ। କାର୍ଯ୍ୟଦକ୍ଷତା ପାଇଁ ପଦୋନ୍ନତିର ରାସ୍ତା ସରଳ ହେବ। ଦେହ ସୁସ୍ଥ ରହିବ। ସ୍ଥିତି ସୁଦୃଢ ରହିବ। ମନବଳ ଦ୍ୱିଗୁଣିତ ହେବ। ମନର ସନ୍ଦେହ ଦୂର ହେବ। ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ବୃଦ୍ଧି ହେବ। ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ।

ବିଛା: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। କୌଣସି କାମରେ ଭାଇଭଉଣୀଙ୍କର ସହଯୋଗ ପାଇବେ। ନୂଆ ଚାକିରି ମିଳିବାର ଯୋଗ ରହିଛି। ମାନ ସମ୍ମାନ ମିଳିବ। ଆର୍ଥିକ କ୍ଷତିରୁ ମୁକୁଳିବେ। ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବେପାରରେ ଲାଭର ଯୋଗ ରହିଛି। ପରିବାରରେ ସୁଖ ଶାନ୍ତି ବଢ଼ିବ। ଛାତ୍ରଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।

ଧନୁ: ନିଜ କାର୍ଯ୍ୟ ହାସଲ କରିବା ପାଇଁ କିଛି ବି କରିପାରିବେ। ଜନପ୍ରିୟହେବେ। ଦେହ ମନ ସୁସ୍ଥ ରହିବ। ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

ମକର: ଆପଣଙ୍କ ପ୍ରୟାସ ଲାଭଦାୟକ ପ୍ରମାଣିତ ହେବ। ରାଜ୍ୟ ବାହାରକୁ ଯିବାର ରାସ୍ତା ଉନ୍ମୁକ୍ତ ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

କୁମ୍ଭ: ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ। ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ମୀନ : ଆପଣଙ୍କ ଉତ୍ସାହିତ ମନୋଭାବ ସହଯୋଗୀଙ୍କୁ ପ୍ରଭାବିତ କରିବ। ଆଜି ଆପଣ ସାନମାନଙ୍କୁ ପାଣିର ମହତ୍ୱ ଓ ମୂଲ୍ୟ ବିଷୟରେ କିଛି ଜ୍ଞାନ ଦେଇପାରନ୍ତି। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ।

Leave A Reply

Your email address will not be published.