Categories: ରାଶିଫଳ

ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : ଆଜି ଆପଣ ଦୈନନ୍ଦିନ ଚର୍ଚ୍ଚାରେ ଏକ ନୂଆ ଦିଗ ଦେବେ। ଆଜି ଆପଣ ସର୍ବଦା କାମ କରିବା ଅଭ୍ୟାସ ଛାଡି ସାଙ୍ଗମାନଙ୍କ ସହ ବୁଲିବାକୁ ଯିବେ। ପୁରୁଣା ବିଚାର ତ୍ୟାଗ କରି ଜୀବନରେ ନୂଆ ବିଚାର ଆଣିବେ।

ବୃଷ : ଆଜି ଆପଣ ଆତ୍ମ ନିର୍ଭରତାକୁ ମୂଳମନ୍ତ୍ର ରୂପେ ଗ୍ରହଣ କରିବେ। ଘରେ କିମ୍ବା ସାଙ୍ଗମାନଙ୍କ ପାଖରେ କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତି ସ୍ଥିର କରିବାକୁ ଥିଲେ ତାହା ନିଜେ ସ୍ଥିର କଲେ ଆପଣଙ୍କ ପାଇଁ ଭଲ ରହିବ।

ମିଥୁନ : ଆଜି ଆପଣ ଏଭଳି କିଛି କରିବେ ଯାହା ଦ୍ବାରା ଆପଣ ଆଖ-ପାଖରେ ଥିବା ଲୋକମାନଙ୍କୁ ପ୍ରଭାବିତ କରିପାରିବେ। ଆଜି ଆପଣଙ୍କ ଯୋଗ୍ୟତା ଚରମ ସୀମାରେ ରହିବ। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିବ।

କର୍କଟ : ଯଦି ଆପଣ କୌଣସି ସ୍ଥାନରେ ଭଲଭାବେ ରହିବା ପାଇଁ ଭାବୁଛନ୍ତି ତେବେ ପୁଣି ଥରେ ଭଲଭାବେ ଚିନ୍ତା କରନ୍ତୁ। ଆଜି ଆପଣଙ୍କୁ ନିଜ ଘର ବଦଳାଇବାକୁ ପଡ଼ିପାରେ। ଯଦି ଆପଣଙ୍କ ଇଛା ବିନା ଘର ବଦଳାଇବାକୁ ପଡ଼ିଥାଏ ତେବେ ନିରାଶ ହୁଅନ୍ତୁ ନାହିଁ। କାରଣ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ହେବ।

ସିଂହ : ଆଜି ଆପଣ ଭାବିଚିନ୍ତି ନିଷ୍ପତି ନିଅନ୍ତୁ। କାରଣ ପଛରେ ଯେପରି ପଶ୍ଚ୍ୟାତାପ କରିବାକୁ ନପଡେ। ଭାବିଚିନ୍ତି ନିଷ୍ପତି ନେଲେ ଆପଣ ଶେଷରେ ସୁଖ ଭୋଗ କରିବେ।

କନ୍ୟା : ଆଜି ଆପଣ ନିଜର ଦୈନନ୍ଦିନ କାର୍ଯ୍ୟରେ କିଛି ନୂଆ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ। ଯାହା ଆପଣ ବହୁତ ପୂର୍ବରୁ କରିବା ପାଇଁ ଚାହୁଁଥିଲେ ସେଥିପ୍ରତି ଧ୍ୟାନ ଦେବେ। ଆଜି ଦିନଟି ଆପଣଙ୍କର ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ସହ ଭଲରେ କଟିବ।

ତୁଳା : ଆଜି ଆପଣ ନିଜର ଉଗ୍ର ସ୍ବଭାବ ଉପରେ ନିୟନ୍ତ୍ରଣ ରଖିବେ। ନଚେତ୍ ଆପଣଙ୍କ ପ୍ରିୟଜନ ଆପଣଙ୍କଠାରୁ ଦୂରେଇ ପାରନ୍ତି। ଆପଣ ନିଜ ଜୀବନକୁ ନେଇ ଚିନ୍ତା କଲେ ମଧ୍ୟ ମସ୍ତିଷ୍କକୁ ଶାନ୍ତ ରଖନ୍ତୁ। କାହାକୁ ଖରାପ ବ୍ୟବହାର ନକରିବା ପାଇଁ ମଧ୍ୟ ସେଥିପ୍ରତି ଧ୍ୟାନ ରଖନ୍ତୁ।

ବିଛା : ଆପଣ ଆଖି ବନ୍ଦ କରି ବିଶ୍ବାସ କରୁଥିବା ଅଭ୍ୟାସ ପରିବର୍ତ୍ତନ କରନ୍ତୁ। ନଚେତ୍ କୌଣସି ଦିନ ଆପଣ ସମସ୍ୟାରେ ପଡ଼ିପାରନ୍ତି। ନିଷ୍ପତି ନେବା ସମୟରେ ଆପଣ ନିଜ ମନର କଥା ଶୁଣନ୍ତୁ। ଯଦି ସାମ୍ନା ଲୋକର କଥା ସତ ଲାଗିଥାଏ ତେବେ ନିଷ୍ପତି ତାଙ୍କ ହାତରେ ଛାଡନ୍ତୁ ନାହିଁ।

ଧନୁ : ଆଜି ଆପଣଙ୍କ ଜଣାଶୁଣା ଲୋକମାନଙ୍କ ମଧ୍ୟରେ ଚାଲିଥିବା ସମସ୍ୟାର ସମଧାନ ହେବ। ଏଥିପାଇଁ ଆପଣ ପ୍ରଶଂସନୀୟ ହେବେ।

ମକର : ଆପଣ ଯଦି ନିଜ କାର୍ଯ୍ୟକୁ ସ୍ଥିର ହୋଇଥିବା ତାରିଖ ପୂର୍ବରୁ ଶେଷ କରିପାରୁ ନାହାନ୍ତି ତେବେ ସାବଧାନ ରୁହନ୍ତୁ। ଯଦି ଆପଣ କୌଣସି ଚାକିରି କିମ୍ବା ଛାତ୍ରବୃତ୍ତି ପାଇଁ କାମ କରୁଛନ୍ତି ତେବେ ସର୍ତକତା ଅବଲମ୍ବନ କରନ୍ତୁ।

କୁମ୍ଭ :  ଆଜି ଆପଣ କୌଣସି ସରକାରୀ ଉଚ୍ଚାଧୀକାରୀଙ୍କ ସହ ସାକ୍ଷାତ ହୋଇପାରେ, ଯିଏ ଆପଣଙ୍କୁ ସରକାରଙ୍କ ସମ୍ବନ୍ଧିତ କାମ କରିବାରେ ସାହାଯ୍ୟ କରିବେ।

ମୀନ : ଆଜି ଆପଣ ସାମାନ୍ୟ ଦୁଃଖିତ ରହିବେ। କାରଣ ଆଜି ଆପଣଙ୍କୁ ନିଜ ଲୋକ ହିଁ ନିରାଶ କରିପାରନ୍ତି। ଆପଣଙ୍କ କାମରେ ଦେଖାଯାଉଥିବା ବାଧା କ୍ଷଣସ୍ଥାୟୀ ଅଟେ, ଯାହା ଉପଯୁକ୍ତ ସମୟରେ ସମାପ୍ତ ହୋଇଯିବ।

Pritiparna

Recent Posts

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ଆଜି ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

11 mins ago

ପଶ୍ଚିମବଙ୍ଗ ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାର ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

13 mins ago

‘ଫାଦର୍ସ ଡେ’ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ବିମାନ ଦୁର୍ଘଟଣା, ୨ ମୃତ

ଆମେରିକାରେ ଫାଦର୍ସ ଡେ ରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ବିମାନରେ ଥିବା…

40 mins ago

ମା’ ସିଂହାସନୀଙ୍କ ମନ୍ଦିରରେ ପାଳିତ ହେଲା ପ୍ରସିଦ୍ଧ ରଜପର୍ବ, ଛୁଟିଲା ଭକ୍ତଙ୍କ ସୁଅ

ପୋଲସରା(କେନ୍ୟୁଜ): ଅସହ୍ୟ ଗରମରେ ଭକ୍ତମାନେ ଛୁଟି ଆସିଛନ୍ତି ମନ୍ଦିର । ମା’ଙ୍କ ଅପୂର୍ବ ଆଳତି ଦର୍ଶନ କରିବାର ସୌଭାଗ୍ୟ ନେଇଛନ୍ତି…

46 mins ago

ଓ୍ଵାଟର ପାର୍କରେ ସ୍ଲାଇଡିଂ କରିବା ବେଳେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ, ହାର୍ଟ ଆଟାକ୍‌ ଆଶଙ୍କା

ଉତ୍ତର ପ୍ରଦେଶର ମେରଠରେ ଥିବା ଏକ ଓ୍ଵାଟର ପାର୍କରେ ଘଟିଛି ବଡ଼ ଦୁର୍ଘଟଣା । ଏଠାରେ ସ୍ଲାଇଡିଂ କରିବା ସମୟରେ…

49 mins ago

୨୭ ଟିକିଆ ହାତୀପଲଙ୍କ ଉତ୍ପାତ, ବନ ବିଭାଗର ମୁଣ୍ଡବିନ୍ଧା

କରଞ୍ଜିଆ : କେନ୍ଦୁଝର ଓ ମୟୂରଭଞ୍ଜରେ ୨୭ ଟିକିଆ ହାତୀପଲଙ୍କ ଉତ୍ପାତ । ଲୋକଙ୍କ ଆଖିରୁ ନିଦ ହଜି ଗଲାଣି…

49 mins ago