ମେଷ : ଆଜି ଶାରୀରିକ ଓ ମାନସିକ ରୂପରେ ସ୍ୱାସ୍ଥ୍ୟ ଭଲ ରହିବ । ନକରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ । ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ନୂଆ ଘର ନିର୍ମାଣ ପାଇଁ ଯୋଜନା କରିପାରନ୍ତି ।
ବୃଷ : ଆର୍ଥିକ ସ୍ଥିତି ମଜବୁତ ହେବ । ଧାର କରଜରୁ ମୁକ୍ତି ମିଳିବ । କର୍ମକ୍ଷେତ୍ରରେ ସଫଳତା ହାସଲ ହୋଇପାରେ । କୌଣସି ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି । ବଡ଼ କମ୍ପାନୀରୁ ଚାକିରି ଅଫର ଆସିବାର ସମ୍ଭାବନା ରହିଛି ।
ମିଥୁନ : ବ୍ୟବସାୟୀଙ୍କୁ ମୋଟା ଅଙ୍କର ଲାଭ ମିଳିବାର ସମ୍ଭାବନା ରହିଛି । ବୈବାହିକ ଓ ପାରିବାରିକ ଜୀବନରେ ଖୁସିର ଲହରୀ ଦେଖାଦେବ । ସନ୍ଧ୍ୟାରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରିପାରନ୍ତି ।
କର୍କଟ : ଉଚ୍ଚଶିକ୍ଷା ପାଇଁ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ । ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ନିଜ ସାଥୀଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।
ସିଂହ : ଦିନଟି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ଅତିବାହିତ ହୋଇପାରେ । କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ଚାକିରି ବଦଳାଇବା ପାଇଁ ଚିନ୍ତା କରିପାରନ୍ତି । ରାଜନୀତି କ୍ଷେତ୍ରରେ ଶୁଭଫଳ ମିଳିପାରେ ।
କନ୍ୟା : ବ୍ୟବସାୟ ଦୃଷ୍ଟିରୁ ଦିନଟି ଭଲ । ବ୍ୟବସାୟୀମାନେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ । ଅଫିସରେ କାମର ବୋଝ ଅଧିକ ରହିବ । ପିତାମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଖର୍ଚ୍ଚ ବୃଦ୍ଧି ହୋଇପାରେ ।
ତୁଳା : ଦୀର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯାଇପାରେ । ଘରେ କୌଣସି ଶୁଭକାର୍ଯ୍ୟର ଆୟୋଜନ କରିପାରନ୍ତି । ନୂତନ ଘର କିମ୍ବା ଜାଗା କିଣିବାର ଯୋଗ ରହିଛି ।
ବିଛା : ଆଜି ଯାତାୟତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ପଇସା ଯେମିତି ଆସିବ, ସେମିତି ଖର୍ଚ୍ଚ ହୋଇଯିବ । କୌଣସି ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମା ବୃଦ୍ଧି ହୋଇପାରେ ।
ଧନୁ : ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ । ବିଦେଶରେ ଚକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସଙ୍କେତ ମିଳିପାରେ । ମନୋବଳ ଦୃଢ଼ ରହିବ । ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ ।
ମକର : ପ୍ରଭୁଙ୍କ କୃପା ଦୃଷ୍ଟିରୁ ଦିନଟି ଅତି ସୁନ୍ଦର ଭାବେ ଅତିବାହିତ ହେବ । ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ । ନୂତନ ଗାଡ଼ି କିଣିବା ପାଇଁ ମନ ବଳାଇବେ । ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ ।
କୁମ୍ଭ : ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ । ନିଜର କାମ ସାବଧାନତା ସହ କରନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିବ । ଘରକୁ ଅତିଥି ଆସିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ ।
ମୀନ : କୌଣସି ଧାର୍ମିକ ଯାତ୍ରାରେ ଯାଇପାରନ୍ତି । ଆତ୍ମବିଶ୍ୱାସ ଆପଣଙ୍କ ସଫଳତାର ଚାବିକାଠି ହେବ । ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ ରହିବ । ଅଚାନକ ଧନଲାଭ ଯୋଗ ରହିଛି । ସ୍ୱାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ ।