ଆର୍ଥିକ ନେଣ ଦେଣରେ ସାବଧାନ ରୁହନ୍ତୁ ଏହି ରାଶିର ବ୍ୟକ୍ତି, ଜାଣନ୍ତୁ ଆଜି କ’ଣ କହୁଛି ଆପଣଙ୍କ ରାଶି

ମେଷ : ଆଜି ଦିନଟି ଆପଣଙ୍କ ପାଇଁ ସୁନ୍ଦର ରହିବ । ଅଟକି ଥିବା କାମ ପୂର୍ଣ୍ଣ ହେବ । କିଛି ନୂଆ କାମ କରିବା ପାଇଁ ଚିନ୍ତା କରିପାରନ୍ତି । ପରିବାରରେ ଆପଣଙ୍କ ସମ୍ପର୍କ ଭଲ ରହିବ । ଏହି ରାଶିର ଛାତ୍ର ପଢ଼ାରେ ଭଲ କରିବେ ।

ବୃଷ : ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ । ଅପଶବ୍ଦ ପ୍ରୟୋଗ କରନ୍ତୁ ନାହିଁ । ନଚେତ ସମ୍ପର୍କରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ । କାର୍ଯ୍ୟସ୍ଥଳରେ କାହା ପ୍ରତି ଆପଣଙ୍କ ଆକର୍ଷଣ ବଢ଼ିପାରେ ।

ମିଥୁନ : ଦିନଟିକୁ ଭଲ କରିବା ପାଇଁ କଡା ପରିଶ୍ରମ କରିବାକୁ ପଡିବ । କଠିନ ପରିଶ୍ରମ କଲେ ଯାଇ ଆପଣଙ୍କୁ କିଛି ଭଲ ଫଳ ମିଳିବ । ପ୍ରତିଯୋଗୀତମୂଳକ ପରୀକ୍ଷାରେ ଦିନ ଅନୁକୂଲ ରହିବ ।

କର୍କଟ : ଆଜି ଆପଣଙ୍କ ଧ୍ୟାନ ପୁରୁଣା କାମକୁ ପୁରା କରିବାରେ ରହିବ । ମାନସିକ ଭାବେ ଆପଣ ସୁସ୍ଥ ଅନୁଭବ କରିବେ । ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବାର ଯୋଜନା କରିବେ । ଅର୍ଥ ଦେଣ ନେଣରେ ସାବଧାନ ରହିବା ଉଚିତ୍‌ ।

ସିଂହ : ଆଜି ବ୍ୟବସାୟରେ ନୂଆ ସମ୍ଭାବନା ଦେଖାଦେଇପାରେ । ଅର୍ଥ ସମ୍ପର୍କୀୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପକେଟ ଦେଖନ୍ତୁ । ନଚେତ କରଜ ନେବା ସ୍ଥିତି ହୋଇପାରେ । ଅଂହକାର ଓ କ୍ରୋଧ ଯୋଗୁ ପାରିବାରିକ ସମ୍ପର୍କ ବିଗିଡିପାରେ ।

କନ୍ୟା : ଆଜି ଦିନଟି ଆପଣଙ୍କ ପାଇଁ ଭଲ ହେବ । ପରିବାର ଓ କାର୍ଯ୍ୟକ୍ଷେତ୍ରରେ ଦେଖା ଦେଇଥିବା ଅସୁବିଧା କିଛିକାଂଶରେ ଦୂର ହେବ । ଆପଣଙ୍କ କାର୍ଯ୍ୟ ଓ ପରିବାର ମଧ୍ୟରେ ସନ୍ତୁଳନ ବନାଇ ରଖିବାକୁ ହେବ । ନହେଲେ ନକରାତ୍ମକ ପ୍ରଭାବ ପଡିବ ।

ତୁଳା : ଆଜି ଦିନଟି ଆପଣଙ୍କ ପାଇଁ ଭଲ ହେବ । ଅଂହକାର ଓ କ୍ରୋଧ ଯୋଗୁ କାମ ବିଗିଡିପାରେ । କ୍ରୋଧକୁ କାବୁରେ ରଖନ୍ତୁ । ଅଫିସରେ ବେକାର କଥାରୁ ଦୂରରେ ରୁହନ୍ତୁ ।

ବିଚ୍ଛା : ଆଜି ପାରିବାରିକ ଜୀବନରେ ଚାପ କମ ରହିବ । ପାରିବାରିକ ଜୀବନର ଆନନ୍ଦ ଭରପୁର ଉଠାଇବେ । ଚାକିରି ସହ ଜଡିତ ଲୋକ ସହକର୍ମୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ନଚେତ ବିବାଦରେ ଫସି ଯାଇ ପାରନ୍ତି ।

ଧନୁ : ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ । କାମ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ । ଆର୍ଥିକ ଦିଗ ଆଜି ଅନୁକୂଳ ରହିବ ।

ମକର : ଆଜି ଆପଣଙ୍କ ପରାକ୍ରମ ବୃଦ୍ଧି ପାଇବ । ଘରୋଇ ସାମଗ୍ରୀ କିଣି ପାରନ୍ତି । ମହିଳାଙ୍କ ପାଇଁ ଦିନ ଭଲ ରହିବ । ମାତା-ପିତାଙ୍କ ସହଯୋଗ ପାଇଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ ।

କୁମ୍ଭ : ଆଜି ଆପଣଙ୍କୁ କିଛି ନୂଆ କାମ ମିଳିବାର ସମ୍ଭାବନା ରହିଛି । ଦୀର୍ଘ ସଂଘର୍ଷ ପରେ ଆଜି ଆପଣଙ୍କୁ ସଫଳତା ମିଳିବାର ସୁଯୋଗ ଆସିଛି । ହେଲେ ବ୍ୟବସାୟ କରୁଥିବା ବ୍ୟକ୍ତି କିଛି ଅନ୍ୟ ଲୋକର ଉପଦେଶ ନେବାରୁ ବଂଚିତ ରୁହନ୍ତୁ ।

ମୀନ : ଗତ କିଛି ଦିନ ଧରି ଭାଗ୍ୟ ଆପଣଙ୍କୁ ବହୁତ ସହଯୋଗ ଦେଇଛି । ଆଜି ବି ଆପଣଙ୍କୁ ଭାଗ୍ୟ ସହାୟତା କରିବ । ତେଣୁ ଭରପୁର ଲାଭ ଉଠାଇବେ । ଆଜିର ନିଷ୍ପତ୍ତି ଆଗାମୀ ଦିନରେ ଆପଣଙ୍କୁ ବହୁତ ଲାଭ ଦେବ । ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ ।