ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ, ଶନିବାର ଏହି ରାଶିର ଲୋକଙ୍କୁ ମିଳିବ ଆକସ୍ମିକ ଧନ ଓ ବଢ଼ିବ ପ୍ରେମ ସମ୍ପର୍କ

ମେଷ : କ୍ଷଣିକ ଆବେଗରେ ବହିଯାଇ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ । ଦିପହର ପରେ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଦିନକୁ ସୁନ୍ଦର କରିଦେବ । ଜୀବନ ସାଥୀ ସହ ଟିକେ ମନୋ ମାଳିନ୍ୟ ହୋଇପାରେ । ହେଲେ ସେ ଆପଣଙ୍କ ପାଇଁ କିଛି ଭଲ କରିବେ । ଚିନ୍ତା କରନାହିିଁ, ସ୍ଥିତି ଆପେ ସୁଧୁରିବ । ଉପାୟ – ଧଳା ଗାଇଙ୍କୁ ରୁଟି ଖୁଆନ୍ତୁ, ସ୍ୱାସ୍ଥ୍ୟ ଭଲ ରହିବ ।

ବୃ ଷ : ଆପଣଙ୍କ ଉଦାର ସ୍ୱଭାବ ଆପଣଙ୍କ ପାଇଁ କିଛି ଭଲ ସମୟ ନେଇ ଆସିବ । ନିବେଶ ପାଇଁ ଦିନ ଭଲ ରହିବ । ଆବଶ୍ୟକ ସମୟରେ ବନ୍ଧୁଙ୍କ ସହଯୋଗ ମିଳିବ । ଆପଣ ନିଜ ପ୍ରେମୀ ସହ ମିଶି ପ୍ରେମ ସମୁଦ୍ରରେ ଘୁରି ବୁଲିବେ । ପରିବାର ସହ କୁଆଡେ ବୁଲିବାକୁ ଯାଇ ପାରନ୍ତି । ଦିନ ଭଲରେ କଟିବ । ଉପାୟ- ମିଠା ଭାତ ତିଆରି କରି ଗରୀବଙ୍କୁ ବାଣ୍ଟନ୍ତୁ, ସ୍ଥିତି ଭଲ ହେବ ।

ମିଥୁନ : ଆଜି ଦିନଟି କାମ କରିବା ପାଇଁ ବେଶ ଅନୁକୂଳ । ନିବେଶ କରିବା ଆପଣଙ୍କ ପାଇଁ ଅନୁକୂଳ ହୋଇପାରେ । କାରଣ କିଛି ପୁରୁଣା ନିବେଶରୁ ଆପଣଙ୍କୁ ଫାଇଦା ମିଳିପାରେ । ମନୋରଂଜନ କାର୍ଯ୍ୟକ୍ରମ ମଜାଦାର ରହିବ । ଆଜି ଆପଣଙ୍କ ଜୀବନ ସାଥୀକୁ ସରପ୍ରାଇଜ ଦେଇପାରନ୍ତି । ସବୁ କାମ ଛାଡି ଆପଣ ପତ୍ନୀ ସହ ସମୟ କଟାଇବେ । ଉପାୟ – ରୋଷେଇ ଘରେ ଖାଆନ୍ତୁ, ପ୍ରେମ ସମ୍ପର୍କ ମଜବୁତ ହେବ ।

କର୍କଟ : ବେକ ଓ ଗଳାରେ ଦରଜ ଅନୁଭବ କରିବେ । ଏହାକୁ ଅଣଦେଖା କରନ୍ତୁ ନାହିଁ । ଆଜି ଦିନରେ ଆରାମ କରିବା ଆପଣଙ୍କ ପାଇଁ ଭଲ ହେବ । ଆପଣଙ୍କ ପ୍ରିୟଙ୍କ ମୁଡ ଠିକ ନାହିଁ,ତେଣୁ ଭାବି ଚିନ୍ତି କିଛି କାମ କରନ୍ତୁ । ଘରର ଜିନିଷପତ୍ର ଠିକ ଭାବେ ରଖନ୍ତୁ, ଦିନ ଭଲ ହେବ । ଉପାୟ – ହନୁମାନଜୀଙ୍କୁ ସିନ୍ଦୁର ଚଢ଼ାନ୍ତୁ,ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ : ଦିନରେ ବ୍ୟସ୍ତ ରହିଲେ ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିବ । ଖର୍ଚ୍ଚ ଉପରେ କାବୁ ରଖିବା ପାଇଁ ଚେଷ୍ଟା କରନ୍ତୁ । ଜୀବନ ସାଥୀଙ୍କ ସହ ଗୋପନୀୟ ତଥ୍ୟ ବାଣ୍ଟିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ । ଆଜି ଏପରି ଲୋକଙ୍କ ସହ ଦେଖା ହେବ ଯିଏ ଆପଣଙ୍କ ହୃଦୟକୁ ଛୁଇଁଯିବ । ଉପାୟ – ରୁପା ଗହଣା ଅଧିକ ବ୍ୟବହାର କରନ୍ତୁ, ଜୀବନ ଭଲରେ କଟିବ ।

କନ୍ୟା : କୌଣସି ସନ୍ଥଙ୍କ ଆଶିର୍ବାଦ ଆପଣଙ୍କୁ ମାନସିକ ଶାନ୍ତି ଦେବ । ଆକସ୍ମିକ ଧନ ଲଟେରୀ ମାଧ୍ୟମରେ ପାଇ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଘରେ ବୃଦ୍ଧ ଲୋକଙ୍କ ଉପଦେଶ ଶୁଣନ୍ତୁ ।ଆପଣଙ୍କ ଯଶ ବଢ଼ିବ, ବିପରୀତ ଲିଙ୍ଗକୁ ଆକର୍ଷିତ କରିପାରିବେ । ଆପଣଙ୍କ ପ୍ରେମୀ ସହ ଫିଲ୍ମ ଦେଖିବା ସହ ଭଲ ସମୟ କାଟିବାକୁ ସମୟ ମିଳିବ । ଉପାୟ- ମଦ ତ୍ୟାଗ କରିବା ଦ୍ୱାରା ପାରିବାରିକ ସମ୍ପର୍କ ଭଲ ରହିବ ।

ତୁଳା : ଧାର୍ମିକ କାର୍ଯ୍ୟରେ ରୁଚି ରଖିବା ପାଇଁ ଉପଯୁକ୍ତ ଦିନ । ଆର୍ଥିକ ସଂକଟରେ ଥିବା ଲୋକେ ଅର୍ଥ ପ୍ରାପ୍ତି କରିବେ । ବହୁ ଅସୁବିଧା ଦୂର ହେବ । ପାରିବାରିକ ସମ୍ପର୍କ ଭଲ ରହିବ । ଆପଣଙ୍କ ଘରେ ଆଜି ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ ହେବ । ଉପାୟ – ଭଲ ସ୍ୱାସ୍ଥ୍ୟ ପାଇଁ ପକେଟରେ ଲାଲ ରୁମାଲ ରଖନ୍ତୁ ।

ବିଚ୍ଛା : ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ମହତ କାର୍ଯ୍ୟକୁ ପିତା-ମାତାଙ୍କୁ କହିବାର ପ୍ରକୃଷ୍ଟ ସମୟ । ସେ ଆପଣଙ୍କୁ ସହଯୋଗ କରିବେ । ଆଜି କଠିନ ପରିଶ୍ରମ କରବା ଆବଶ୍ୟକ । ସନ୍ଧ୍ୟା ବେଳକୁ କିଛି ଚିନ୍ତା ଆସିପାରେ । ଆପଣଙ୍କ ଜୀବନ ସାଥୀ କିଛି ସୁନ୍ଦର ଶବ୍ଦରେ ଆପଣଙ୍କୁ ପ୍ରଶଂସା କରିବେ । ଭଲ ସ୍ୱାସ୍ଥ୍ୟ ପାଇଁ ପାର୍କ ଓ ଜିମ ଯାଆନ୍ତୁ । ଉପାୟ – ଘରେ ଇଷ୍ଟଦେବଙ୍କ ରୁପା ମୂର୍ତ୍ତି ସ୍ଥାପନ କରି ପୂଜା କରନ୍ତୁ । ଅର୍ଥ ଲାଭ ହେବ ।

ଧନୁ : ସାମାଜିକ କାର୍ଯ୍ୟରେ ଅଧିକ ମନ ଦେବା ଜରୁରୀ । ଭାଇ-ଭଉଣୀଙ୍କ ଠାରୁ ଧନ ଲାଭ ମଳିବ । ଘରୋଇ ଦୁଶ୍ଚିନ୍ତା ଦୂର ହେବ । କାହିଁ ଧନ ପଛରେ ଧାଇଁ ସମ୍ପର୍କ ବିଗିଡି ନଯାଏ । ଉପାୟ – କ୍ରୋଧ ପତନର କାରଣ,ଏହାକୁ ନିୟନ୍ତ୍ରଣରେ ରଖନ୍ତୁ ।

ମକର : କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କ ଚାପ ଓ ଘରେ ଠିକ ନରହିବା,ଆପଣଙ୍କ ଦୁଶ୍ଚିନ୍ତାର କାରଣ ହୋଇପାରେ । ବିଦେଶରେ ବେପାର କରୁଥିବା ଏହି ରାଶିର ବ୍ୟକ୍ତିଙ୍କୁ ଭଲ ଧନ ଲାଭ ହେବ । ଡାକ ବା ଇ ମେଲ ରୁ ଭଲ ଖବର ପାଇବେ । ପ୍ରେମ ସମ୍ପର୍କକୁ ମଜବୁତ କରିବା ପାଇଁ ଆଜି ପ୍ରେମୀଙ୍କ ଆଗରେ ବିବାହ ପ୍ରସ୍ତାବ ରଖି ପାରନ୍ତି । ଉପାୟ – ମସୁର ଡାଲି ଓ କିଛି ପଇସା ଦାନ କରନ୍ତୁ ।

କୁମ୍ଭ : କିଛି ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ । ଜୀବନ ସାଥୀ ସହ ମିଶି ଭବିଷ୍ୟତ ପାଇଁ କିଛି ଯୋଜନା କରିବେ । ସନ୍ଧ୍ୟାରେ ହସ ଖୁସିର ସମୟ କାଟିବେ । ଆଜି କିଛି କଥା ପୂରଣ କରି ପାରିବେ ନାହିଁ । ଫଳରେ ଆପଣଙ୍କ ପ୍ରେମୀ ଅସନ୍ତୁଷ୍ଟ ହେବେ । ଘରେ କାହା ଉପରେ ରାଗି ପାରନ୍ତି । ଉପାୟ – ପାଣିରେ ରାବିଡି ଭସାନ୍ତୁ, ଲଭ ଲାଇଫ ଭଲ ରହିବ ।

ମୀନ : ଆଜି ଦିନ ଲାଭଦାୟକ ହେବ । କିଛି ପୁରୁଣା ରୋଗରୁ ଆରାମ ପାଇବେ । ଯଦି ଧନ ସମ୍ବନ୍ଧିତ କିଛି ମାମଲା କୋର୍ଟରେ ଅଛି,ଆଜି ଏଥିରେ ବିଜୟ ହେବ । ଧନ ଲାଭ ହୋଇପାରେ । ପାରବାରିକ ସମୟ ଶାନ୍ତିପୂର୍ଣ୍ଣ ରହିବ । ମନରେ ସନ୍ନ୍ୟାସ ହେବା ଚିନ୍ତା ଆସିପାରେ । ଦୂର ଜାଗାକୁ ଯାଇ ପାରିନ୍ତି । ଉପାୟ – ପ୍ରେମୀ/ପ୍ରେମିକାଙ୍କୁ ଧଳା ବତକ ଉପହାର ଦେବା ଯୋଗୁ ଲଭ ଲାଇଫ ଭଲ ରହିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.