ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ, ରବିବାର ଏହି ରାଶିର ଲୋକଙ୍କୁ ମିଳିବ ଆକସ୍ମିକ ଧନ ଓ ବଢ଼ିବ ପ୍ରେମ ସମ୍ପର୍କ

ମେଷ : କ୍ଷଣିକ ଆବେଗରେ ବହିଯାଇ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ । ଦିପହର ପରେ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଦିନକୁ ସୁନ୍ଦର କରିଦେବ । ଜୀବନ ସାଥୀ ସହ ଟିକେ ମନୋ ମାଳିନ୍ୟ ହୋଇପାରେ । ହେଲେ ସେ ଆପଣଙ୍କ ପାଇଁ କିଛି ଭଲ କରିବେ । ଚିନ୍ତା କରନାହିିଁ, ସ୍ଥିତି ଆପେ ସୁଧୁରିବ ।

ବୃ ଷ : ଆପଣଙ୍କ ଉଦାର ସ୍ୱଭାବ ଆପଣଙ୍କ ପାଇଁ କିଛି ଭଲ ସମୟ ନେଇ ଆସିବ । ନିବେଶ ପାଇଁ ଦିନ ଭଲ ରହିବ । ଆବଶ୍ୟକ ସମୟରେ ବନ୍ଧୁଙ୍କ ସହଯୋଗ ମିଳିବ । ଆପଣ ନିଜ ପ୍ରେମୀ ସହ ମିଶି ପ୍ରେମ ସମୁଦ୍ରରେ ଘୁରି ବୁଲିବେ । ପରିବାର ସହ କୁଆଡେ ବୁଲିବାକୁ ଯାଇ ପାରନ୍ତି । ଦିନ ଭଲରେ କଟିବ ।

ମିଥୁନ : ଆଜି ଦିନଟି କାମ କରିବା ପାଇଁ ବେଶ ଅନୁକୂଳ । ନିବେଶ କରିବା ଆପଣଙ୍କ ପାଇଁ ଅନୁକୂଳ ହୋଇପାରେ । କାରଣ କିଛି ପୁରୁଣା ନିବେଶରୁ ଆପଣଙ୍କୁ ଫାଇଦା ମିଳିପାରେ । ମନୋରଂଜନ କାର୍ଯ୍ୟକ୍ରମ ମଜାଦାର ରହିବ । ଆଜି ଆପଣଙ୍କ ଜୀବନ ସାଥୀକୁ ସରପ୍ରାଇଜ ଦେଇପାରନ୍ତି । ସବୁ କାମ ଛାଡି ଆପଣ ପତ୍ନୀ ସହ ସମୟ କଟାଇବେ ।

କର୍କଟ : ବେକ ଓ ଗଳାରେ ଦରଜ ଅନୁଭବ କରିବେ । ଏହାକୁ ଅଣଦେଖା କରନ୍ତୁ ନାହିଁ । ଆଜି ଦିନରେ ଆରାମ କରିବା ଆପଣଙ୍କ ପାଇଁ ଭଲ ହେବ । ଆପଣଙ୍କ ପ୍ରିୟଙ୍କ ମୁଡ ଠିକ ନାହିଁ,ତେଣୁ ଭାବି ଚିନ୍ତି କିଛି କାମ କରନ୍ତୁ । ଘରର ଜିନିଷପତ୍ର ଠିକ ଭାବେ ରଖନ୍ତୁ, ଦିନ ଭଲ ହେବ ।

ସିଂହ: ଆପଣଙ୍କ ପାଇଁ ଆଜିର ଦିନ ଅନୁକୂଳ ରହିବ। ମାନସିକ ସ୍ତରରେ ଆପଣ ବହୁତ ଖୁସି ଏବଂ ମଜଭୁତ ରହିବେ। ମନରେ ପ୍ରସନ୍ନତା ଏବଂ ପ୍ରେମର ଭାବନା ରହିବ। ଦାମ୍ପତ୍ୟ ଜୀବନରେ ଭଲ ଫଳ ମିଳିବ।

କନ୍ୟା: ଆଜି ଆପଣଙ୍କ ଏନର୍ଜି ଭଲ ରହିବ। ଆପଣ ନିଜର ଏନର୍ଜିକୁ କୌଣସି ଭଲ କାମରେ ବ୍ୟବହାର କରିପାରନ୍ତି। ଏହାଦ୍ୱାରା ଆପଣଙ୍କୁ ଫାଇଦା ହେବ। ଆପଣ କୌଣସି ବ୍ୟବସାୟିକ ଭାଷଣ ପାଇଁ ପ୍ରସ୍ତୁତି କରିପାରନ୍ତି।

ତୁଳା: ଆପଣଙ୍କ ଘରେ କୌଣସି ଶୁଭ କାର୍ଯ୍ୟକ୍ରମର ଆୟୋଜନ ହେବାର ସମ୍ଭାବନା ରହିଛି। ଆପଣଙ୍କ ପିଲାମାନେ ମଧ୍ୟ ଘରେ ସୁଖ ଏବଂ ଶାନ୍ତିର ପରିବେଶ ଅନୁଭବ କରିପାରିବେ। ଏହାଦ୍ୱାରା ଆପଣମାନଙ୍କୁ ପରସ୍ପର ସହିତ ବ୍ୟବହାରରେ ଅଧିକ ସ୍ୱାଧୀନତା ମିଳିପାରିବ।

ବିଛା: ଆପଣଙ୍କ ପାଇଁ ଆଜିର ଦିନ ଅନୁକୂଳ ରହିବ। ପରିବାରରେ ଖୁସିର ମୁହୂର୍ତ୍ତ ଆସିବ। ଆପଣ ନିଜ ପରିବାରର ଲୋକମାନଙ୍କ ସହିତ ଭଲ ସମୟ ବିତାଇବେ, ଯଦ୍ଦ୍ଵାରା ଆପଣ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ବଢ଼ିବ।

ଧନୁ: ଆଜି ଆପଣଙ୍କ ରୁଚି ଆଧ୍ୟାତ୍ମିକତା ଆଡକୁ ବଢ଼ିବ। ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିପାରନ୍ତି। ଆଜି ଆପଣ ନିଜ କାମରେ ପୂରା ଆନନ୍ଦ ଉଠାଇବେ। ଆପଣ କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ କରିପାରନ୍ତି।

ମକର: ଆଜି ହଠାତ୍ ଧନ ଲାଭ କିମ୍ବା ଧନ ହାନିର ସମ୍ଭାବନା ରହିଛି। ଏଥିପାଇଁ ଟିକେ ସତର୍କ ରୁହନ୍ତୁ। ନିବେଶ ସମ୍ବନ୍ଧୀୟ ମାମଲାରେ ବୁଝି ବିଚାରି ନିର୍ଣ୍ଣୟ ନେବା ଦ୍ୱାରା ଲାଭ ପ୍ରାପ୍ତ ହେବ। ଆଜି ଆୟର ନୂଆ ଉତ୍ସ ମିଳିବ ଏବଂ ଧନ ଲାଭ ହେବ।

କୁମ୍ଭ: ଆଜି ଆପଣଙ୍କ ପାଇଁ ବହୁତ ଭଲ ଦିନ ହେବାକୁ ଯାଉଛି, କାରଣ, ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ମନ ମଧ୍ୟ ମଜଭୁତ ରହିବ। ଯେଉଁ ଚିନ୍ତାକୁ ମନରେ ରଖି ଆପଣ ସମସ୍ୟା ଭୋଗୁଥିଲେ, ସେଥିରୁ ଆପଣଙ୍କୁ ଛୁଟକାରା ମିଳିବ।

ମୀନ: ଦିନଟି ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣଙ୍କୁ ପୂର୍ବରୁ କରିଥିବା କୌଣସି କାମରୁ ଲାଭ ହୋଇପାରେ। ଲୋକେ ଆପଣଙ୍କ କାମକୁ ପ୍ରଶଂସା କରିପାରନ୍ତି। ଆଜି ଆପଣ ନିଜ କାମକୁ ନେଇ ମଧ୍ୟ ସନ୍ତୁଷ୍ଟ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.