ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଧାର୍ମିକ ଏବଂ ଆର୍ଥିକ ମାମଲାରେ ସଫଳତା ମିଳିବ । ଜୀବିକା କ୍ଷେତ୍ରରେ ପ୍ରଗତି ହେବ । ଜୀବନରେ କିଛି ଚ୍ୟାଲେଞ୍ଜ ଆସିବାର ସମ୍ଭାବନା ଅଛି । ପ୍ରେମୀ ଠାରୁ ବହୁତ କିଛି ଆଶା କରିବା ବ୍ୟର୍ଥ ।

ବୃଷ: ମନରେ ଅଜ୍ଞାତ ଭୟ ବାସ କରିବ । ଶିକ୍ଷା ସମ୍ବନ୍ଧରେ ଏକ ଖୁସି ଖବର ମିଳିବ । ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆର୍ଥିକ ଯୋଜନା ଫଳପ୍ରଦ ହେବ । ବିବାହିତ ଲୋକମାନେ ଘରେ କୌଣସି ଛୋଟ ପାର୍ଟିର ଆୟୋଜନ କରିପାରନ୍ତି ।

ମିଥୁନ: ସୃଜନଶୀଳ ପ୍ରୟାସ ଫଳପ୍ରଦ ହେବ । ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ । ଶିକ୍ଷା ଦିଗରେ ଚାଲିଥିବା ପ୍ରୟାସ ସାର୍ଥକ ହେବ । ପ୍ରେମ ସମ୍ବନ୍ଧରେ ଦିନଟି ବହୁତ ଭଲରେ କଟିବ । ଆପଣଙ୍କ ବ୍ୟବହାର ଅନ୍ୟକୁ ପ୍ରଭାବିତ କରିବ। ଲଭ୍‌ମେଟ୍‌ଙ୍କ ପାଇଁ ଦିନଟି ଭଲ ।

କର୍କଟ: ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ, ତଥାପି ମନ ବିବ୍ରତ ରହିବ । ବନ୍ଧୁତା ସମ୍ପର୍କ ଦୃଢ଼ ହେବ । ଆଜି ଆପଣଙ୍କ ଦିନ ଠିକ୍‌ଠାକ୍‌ ରହିବ । ଯାତ୍ରା ସୁଖଦ ହେବ । ବୁଦ୍ଧି, କୌଶଳ ସହିତ କରାଯାଇଥିବା କାର୍ଯ୍ୟ ସମାପ୍ତ ହେବ ।

ସିଂହ: ଆଜିର ଦିନ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦୀର୍ଘ ଦିନର ସମସ୍ୟାର ଆଜି ସମାଧାନ ହେବ । ସ୍ୱାସ୍ଥ୍ୟ ଠିକ୍‌ଠାକ୍‌ ରହିବ । ସୃଜନଶୀଳ ପ୍ରୟାସ ଫଳପ୍ରଦ ହେବ । ପିଲାଙ୍କ ସହିତ କୌଣସି ପାର୍କକୁ ବୁଲିବାକୁ ଯିବେ । ପରିବାରରେ ଖୁସିର ମାହୋଲ ରହିବ । ପାଠରେ ମନ ଲାଗିବ ।

କନ୍ୟା: ଆଜି ବିଜନେସ୍‌ ସମ୍ବନ୍ଧୀୟ ଯାତ୍ରାରେ ଯାଇପାରନ୍ତି । ରଚନାତ୍ମକ କାର୍ଯ୍ୟରେ ସଫଳ ହେବେ । ଆଖି ଏବଂ ପେଟଜନିତ ରୋଗକୁ ନେଇ ସଚେତନ ରୁହନ୍ତୁ । ବ୍ୟବସାୟିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଚାକିରି ସ୍ଥିତିରେ ସୁଧାର ଆସିବ ।

ତୁଳା: ନିଜ ଲୋକଠାରୁ ଚାପ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ରହିଛି । ରାଜନୈତିକ ଅଭିଳାଷ ପୂରଣ ହେବ । ବୈଦ୍ଧିକ ଆଲୋଚନା କରିବେ । ପାରିବାରିକ ଦାୟିତ୍ୱଗୁଡିକ ପୂରଣ ହେବ । ଛାତ୍ରଛାତ୍ରୀଙ୍କୁ ଆଜି ସଫଳତା ମିଳିବ ।

ବିଛା: ଆଜିର ଅନ୍ୟର ପରାମର୍ଶ ଆପଣଙ୍କ ପାଇଁ ଫଳଦାୟୀ ହେବ । ବିବାହିତ ଲୋକଙ୍କ ପାଇଁ ଆଜିର ଦିନଟି ଭଲ । ଜୀବନସାଥୀଙ୍କ ସହ ସମ୍ପର୍କ ଦୃଢ଼ ହେବ । ଶିଶୁର ସଫଳତାରୁ ଖୁସି ମିଳିବ । ଜୀବନସାଥୀଙ୍କ ସହଯୋଗ ରହିବ ।

ଧନୁ: ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ପାଇବେ । ଉପହାର କିମ୍ବା ସମ୍ମାନ ମିଳିବ । ଅନ୍ୟମାନଙ୍କଠାରୁ ସହଯୋଗ ନେବାରେ ସଫଳ ହେବେ । ପୁରୁଣା କଥା ଭାବି ଚିନ୍ତିତ ରହିବେ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

ମକର: ଆର୍ଥିକ ଦିଗ ମଜଭୁତ ହେବ । ପରିବାରର ଘନିଷ୍ଠତା ବଢ଼ିବ । ସନ୍ତାନ କିମ୍ବା ଶିକ୍ଷା କାରଣରୁ ଚିନ୍ତିତ ରହିବେ । ସାମାଜିକ ପ୍ରତିଷ୍ଠା ବଢ଼ିବ । ଆପଣଙ୍କ ଯୋଜନା ସଫଳ ହେବ । ଆଜି ଆପଣଙ୍କ ପରିଶ୍ରମ ସଫଳ ହେବ । ଆର୍ଥିକ ପକ୍ଷ ମଜଭୁତ ରହିବ । ଦାମ୍ପତ୍ୟ ଜୀବନ ଖୁସିରେ ଭରି ରହିବ ।

କୁମ୍ଭ: ଆଜି ଆପଣଙ୍କ ଦିନ ଭଲ ରହିବ । ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଅଧିକ ମଜଭୁତ ହେବ । ପାରିବାରିକ ଦାୟିତ୍ୱ ପୂରଣ ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । କୌଣସି କାର୍ଯ୍ୟ ସମାପ୍ତ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ । ସନ୍ତାନଙ୍କ ସାହାଯ୍ୟରେ ବଡ଼ କାମ ସମାପ୍ତ ହେବ ।

ମୀନ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ବିଜନେସ୍‌ ପାଇଁ ନୂଆ ପ୍ରପୋଜାଲ ମିଳିବ । ଆଜି ନିଜର ଜିନିଷକୁ ସମ୍ଭାଳି ରଖନ୍ତୁ । ଅଫିସ୍‌ରେ କାମର ବୋଝ ଅଧିକ ରହିବ ।

You might also like