ଜାଣନ୍ତୁ ଆଜି କେଉଁ ରାଶି ପାଇଁ କିପରି କଟିବ ଦିନ, ଆଜିର ରାଶିଫଳ
ମେଷ : ଆଜି ଅନ୍ୟମାନଙ୍କ କାର୍ଯ୍ୟ ହାସଲ ସକାଶେ ନିଜକୁ ସମର୍ପିତ କରି ପ୍ରଶଂସିତ ହେବେ । ସହକର୍ମୀ ଓ ବନ୍ଧୁଙ୍କଠାରୁ ପ୍ରଶଂସା ପାଇ ମନୋବଳ ବଢ଼ିବ । ସାହିତ୍ୟ, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ଦୂର ହେବ । କରଜଦାତାଙ୍କ ଚାପରେ ଋଣ ପରିଶୋଧ କରିବାକୁ ବ୍ୟଗ୍ରତା ବୃଦ୍ଧି ପାଇବ ।
ବୃଷ : ଟିକିଏ କଥାରେ ରାଗି ପରିସ୍ଥିତିକୁ ବିଗାଡି ଦେଇ ପାରନ୍ତି । ଆଜି ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା କରି ଆଶ୍ୱସ୍ତି ଲାଭ କରିବେ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ଭଲ । ସମ୍ପର୍କ ସ୍ଥାପନ କ୍ଷେତ୍ରରେ, ଚୁକ୍ତିପତ୍ରରେ, ବୈବାହିକ ସମ୍ପର୍କୀୟ ନିଷ୍ପତ୍ତିରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ ।
ମିଥୁନ : ଆଜି ଅର୍ଥନୈତିକ ଅଭିବୃଦ୍ଧି ସକାଶେ ଯୋଜନା କରିପାରନ୍ତି । ଅନ୍ୟମାନଙ୍କ ଦ୍ୱାରା ପ୍ରରୋଚିତ ହୋଇ ଭୁଲ୍ ନିଷ୍ପତ୍ତି ନେଇ ସମାଲୋଚିତ ହୋଇପାରନ୍ତି । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ନ ରହିବାରୁ କାମ ହାସଲରେ ଅନ୍ତରାୟ ସୃଷ୍ଟି କରିବ । ଭ୍ରମଣ ଇଚ୍ଛା ଜାଗ୍ରତ ହେବ ।
କର୍କଟ : ସ୍ବାସ୍ଥ୍ୟ ପରିସ୍ଥିତି ଭଲ ରହିଲେ ମଧ୍ୟ ଘରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ । କର୍ମକ୍ଷେତ୍ରରେ ମନୋବଳ ଖୁବ୍ ଟାଣ ରହିବ, ମାତ୍ର ନିଜ ଜିଦ୍ରେ ଅଟଳ ରହିପାରନ୍ତି । ସମସ୍ୟା ସମାଧାନ କ୍ଷେତ୍ରରେ ନିକଟ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବାର ସମ୍ଭାବନା ରହିଛି ।
ସିଂହ : ଆଜି ଆର୍ଥିକ ଦିଗଟି ବହୁତ ଭଲ ରହିବ ଏବଂ କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ପ୍ରଶଂସିତ ହେବେ । ବନ୍ଧଙ୍କ ସହ ବାହାରକୁ ଯାଇପାରନ୍ତି । ପାରିବାର ଲୋକଙ୍କ ସହ ଖୁସର ସମୟ ବିତାଇବେ । ଆଜି ନୂଆ କାର୍ଯ୍ଯ ଆରମ୍ଭ କରି ଖୁସି ରହିବେ ।
କନ୍ୟା : ଯେଉଁ କାମରେ ହାତଦେବେ ସଫଳତା ପାଇବେ । ଆଜି ଦାନର ପ୍ରତିଦାନ ନ ପାଇ ଅନୁଶୋଚନା କରିପାରନ୍ତି । କର୍ମକ୍ଷେତ୍ରରେ ନିଜ ସହକର୍ମୀମାନଙ୍କ ସହ ଭୁଲ୍ ବୁଝାମଣାଜନିତ ଦ୍ୱନ୍ଦ୍ୱରେ ପଡି ପାରନ୍ତି । ଭ୍ରମଣ ରାଜନୀତି, ସଂଗଠନ, ପ୍ରକାଶନ ଓ ପ୍ରଶାସନ ପାଇଁ ଦିନଟି ବହୁତ ଭଲ ।
ତୁଳା : ସ୍ବାସ୍ଥ୍ୟ ଓ ପାରିବାରିକ ପରିସ୍ଥିତି ସ୍ବାଭାବିକ ରହିବ । କର୍ମକ୍ଷେତ୍ରରେ ଯେତେ ସମସ୍ୟା ଆସୁନା କାହିଁକି ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ । ସଭାସମିତି, ଆନୁଷ୍ଠାନିକ କାମରେ ସମ୍ମାନ ଲାଭ କରିବେ । ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ରାଗର ଶିକାର ହୋଇପାରନ୍ତି ।
ବିଛା : ମନ ପ୍ରଫୁଲ୍ଲ ରହିବ । ଶୁଭ ସଂସ୍ଥାନରୁ ପୂର୍ବ ପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସମର୍ଥ ହୋଇପାରିବେ । ଭଲ ସମ୍ପର୍କ ନ ଥିବା ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ନୀଚ୍ଚଜାତି ବିଶେଷଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ, ଏଣୁ ସତର୍କ ରହିବା ଭଲ ।
ଧନୁ : ଆଜି ସ୍ବାସ୍ଥ୍ୟ ଭଲ ରହିବ । କାମ ମନ୍ଥର ଗତିରେ ଚାଲିବା ହେତୁ କ୍ଷୋଭ ପ୍ରକାଶ କରିପାରନ୍ତି । ସମ୍ପର୍କୀୟମାନେ ମୁହଁରେ ମିଠାକଥା କହି ପଛରେ ଖାଲରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଗୃହକାର୍ଯ୍ୟ ଶେଷ ପୂର୍ବରୁ ସମସ୍ୟା ଦେଖାଦେଇପାରେ ।
ମକର : ଗୁରୁଙ୍କ କୃପାରୁ ସମସ୍ୟା ଅପସରି ଯାଇ ମନୋବଳ ବୃଦ୍ଧି ପାଇବ । ଆପୋସ ଆଲୋଚନାରୁ ପାରିବାରିକ ସମସ୍ୟାର ସମାଧାନ ହେବ । କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାଜନିତ କାର୍ଯ୍ୟ ସମ୍ପାଦନରେ ଅନିୟମିତତା ହେତୁକ କୈଫିୟତ ଦେବାକୁ ପଡିପାରେ । ନିଜ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଅନ୍ୟମାନଙ୍କୁ ନଜରହୀନ କରି ସମାଲୋଚିତ ହେବେ ।
କୁମ୍ଭ : ଆପଣଙ୍କ କୃତି ଓ କୃତିତ୍ୱ କାରଣରୁ ବନ୍ଧୁବର୍ଗମାନେ ଆପଣଙ୍କୁ ନେଇ ଗର୍ବ ଅନୁଭବ କରିବେ । ସାମାଜିକ ସ୍ତରରେ ତଥା ଆନୁଷ୍ଠାନିକ କାମରୁ କିମ୍ବା ଶୁଭେଚ୍ଛୁଙ୍କ ନିକଟରୁ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । ସାମ୍ବାଦିକତା, କ୍ରୀଡା, ଚଳଚ୍ଚିତ୍ର, ମନୋରଞ୍ଜନ କାର୍ଯ୍ୟକ୍ରମରେ ସନ୍ତୋଷ ଲାଭ କରିବେ ।
ମୀନ : ଆଜି ଆପଣ ନୂଆ ସ୍ଥାନକୁ ଯାଇ ଖୁସି ରହିବେ । ସାବଧାନତା ସହକାରେ କାମ ନ କଲେ ପରଉପରେ ନିର୍ଭର କରି ପଶ୍ଚାନ୍ତେ ଅନୁତପ୍ତ ହେବେ । କର୍ମକ୍ଷେତ୍ରରେ ଔଚିତ୍ୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ । ପଡୋଶୀଙ୍କ ସହ ଭୁଲ୍ ବୁଝାମଣା ହେତୁ ଚିନ୍ତିତ ରହିପାରନ୍ତି ।