ଜାଣନ୍ତୁ ଆଜି ଆପଣଙ୍କ ଭାଗ୍ୟରେ କ’ଣ ଅଛି, ଆଜିର ରାଶିଫଳ

ମେଷ: ପିଲାମାନଙ୍କ କଥାରେ ଖୁସି ରହିବେ ଏବଂ କିଛି କାମରେ ସଫଳ ହେବେ । ନୃତ୍ୟ କରୁଥିବା ଲୋକଙ୍କୁ ଭଲ ଫଳ ମିଳିବ । କୌଣସି କାର୍ଯ୍ୟକୁ ନିର୍ଭୟ ଭାବେ ପୂରା କରିବେ ।
ବୃଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ । ବ୍ୟବସାୟ ଆଗକୁ ବଢାଇବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ ରହିବ ।
ମିଥୁନ: ଆଜି ଆପଣଙ୍କୁ କୌଣସି ପ୍ରକାର ବିବାଦରୁ ଦୂରେଇ ରହିବାକୁ ପଡିବ । ଘର ସଜାଇବାରେ ଧ୍ୟାନ ଦେବେ । ପ୍ରତିଯୋଗିତାରେ ଭଲ ଫଳ ମିଳିବ । କିଛି କାମକୁ ପୂରା କରିବାକୁ ଚେଷ୍ଟା କରିବେ ।
କର୍କଟ: ଦିନଟି ଭଲରେ କଟିବ । ବଡ ଲୋକଙ୍କଠାରୁ ସାହାଯ୍ୟ ମିଳିବ । କାର୍ଯ୍ୟରେ ସଫଳତା ମିଳିବ । ପରିବାରରେ କଳହ ଦୂର ହେବ । ଚାକିରି ପାଇଁ ଅନ୍ୟ ସ୍ଥାନକୁ ଯାଇପାରନ୍ତି ।
ସିଂହ: ଆଜି ଆପଣଙ୍କୁ ଦେବାନେବା କାମରେ ସାବଧାନ ରହିବାକୁ ପଡିବ । ଦାନଧର୍ମରେ ଅଧିକ ରୁଚି ରହିବ । ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ଦିନଟି ଠିକ୍ ଠାକ ରହିବ । ବ୍ୟବସାୟରେ ନୂଆ ଉପାୟ ଭାବିବେ ।
କନ୍ୟା: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢିବ । ବ୍ୟବସାୟିକ ଯୋଜନା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ । ଶୁଭ ଖବର ମିଳିବ । ଭାବିଚିନ୍ତି କାମ କରିବା ଯୋଗୁ ଆପଣଙ୍କୁ ଲାଭ ମିଳିବ ।
ତୁଳା: ପ୍ରତିଯୋଗିତାରେ ଭଲ ଫଳ ମିଳିବ । କିଛି କାମକୁ ପୂରା କରିବା ପାଇଁ ଚେଷ୍ଟା କରିବେ । ଉଚ୍ଚ ଅଧିକାରୀଙ୍କ ମନ ଜିତିବେ । ସାଙ୍ଗସାଥୀଙ୍କ ସମର୍ଥନ ମିଳିବ । ଦିନଟି ଭାଗ୍ୟ ଦୃଷ୍ଟିକୋଣରୁ ଉତ୍ତମ ରହିବ ।
ବିଛା: କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ । ଭାଇ ଓ ଭଉଣୀଙ୍କ ସହ ସମ୍ପର୍କ ଠିକ୍ ରହିବ । ସାହସିକତା ସହ କାମ କରିବେ । ଆପଣଙ୍କୁ ବିବାଦରୁ ଦୂରେଇ ରହିବାକୁ ପଡିବ ।
ଧନୁ: ଆର୍ଥିକ ସ୍ଥିତି ଠିକ୍ ରହିବ । ବେପାରିଙ୍କ ପାଇଁ ଦିନଟି ଭଲ । ବିଚାର କରି କୌଣସି ନିଷ୍ପତ୍ତି ନେବେ । ଛାତ୍ରଛାତ୍ରୀ ପାଠପଢାକୁ ନେଇ ଗୁରୁଜନଙ୍କ ସହ କଥା ହେବେ ।
ମକର: ପରିବାରରୁ ସାହାଯ୍ୟ ମିଳିବ । ନିଜର ବ୍ୟବହାର ଠିକ୍ ରଖିବେ । ଭାବିଚନ୍ତି କାମ କରିବା ଆପଣଙ୍କ ପାଇଁ ଠିକ୍ ହେବ । ପରିବାରରେ ସୁଖ ସୁବିଧା ମିଳିବ । ଖର୍ଚ୍ଚ କମ୍ କରିବାକୁ ପଡିବ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ ।
କୁମ୍ଭ: ଆପଣଙ୍କୁ କୌଣସି ନୂତନ ପଦବୀ ମିଳିବ । ନୂଆ ସାଙ୍ଗ ଗଢିବେ । ନିଜ ଚିନ୍ତାଧାରାରେ ଏକ ନୂଆ ମୋଡ ଆଣିବେ । ଆପଣ ଆଜି ସତ୍ୟ ପଥରେ ଚାଲିବେ ।
ମୀନ: ଭାବିଚିନ୍ତି କୌଣସି କାର୍ଯ୍ୟରେ ଆଗକୁ ବଢିବେ । ଘରକୁ ଅତିଥି ଆସିପାରନ୍ତି । ବରିଷ୍ଠ ଲୋକଙ୍କ ସହ ମିଳିମିଶି କାମ କରିବେ । କୌଣସି ଶୁଭ କାମରେ ଯୋଗ ଦେବେ । ସାଙ୍ଗ ସହ କିଛି ସମୟ କାଟିବେ ।