ମେଷ : ବିଦ୍ୟାଥିର୍ମାନଙ୍କ ପାଇଁ ଦିନଟ ଅନୁକୂଳ ରହିବ । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ । ବେପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ପାଇପାରନ୍ତି । ଆଧ୍ୟାତ୍ମିକ ଦିଗରେ ରୁଚି ବଢ଼ିବ ।
ବୃୃଷ : ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । ଅଯଥା କଥାରେ ରାଗନ୍ତୁ ନାହିଁ, ନଚେତ ଅସୁବିଧାରେ ପଡ଼ିପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ । ବେପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ ।
ମିଥୁନ : ଆଜି ସମସ୍ତ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ । ମାନସିକ ଶାନ୍ତି ମିଳିବା ସହ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବା ସହିତ ବାକି ପଡିଥିବା ଟଙ୍କା ମଧ୍ୟ ଫେରିପାଇବେ । ଆୟ-ବ୍ୟୟ ସମାନ ରହିବ ।
କର୍କଟ : କୌଣସି ଶୁଭସମାଚାର ପାଇ ମନ ଖୁସି ରହିବ । ବ୍ୟବସାୟରେ ଉନ୍ନତି ଯୋଗୁ ମାନସିକ ଶାନ୍ତି ମିଳିପାରେ । ପରିବାରରେ ସୁଖ- ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।
ସିଂହ : କଳା, ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଅତ୍ମ ବିଶ୍ୱାସ ବୃଦ୍ଧି ପାଇବା ସହ ଅଧା ପଡ଼ିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ । ପୁରୁଣା ରୋଗରୁ ମୁକ୍ତି ମିଳିପାରେ ।
କନ୍ୟା : ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ । ଗାଡ଼ି ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । କୌଣସି ଅସହାୟଙ୍କୁ ସାହାଯ୍ୟ କରିପାରନ୍ତି । ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ ।
ତୁଳା : ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ । ଘରକୁ କିଛି ନୂଆ ଜିନିଷ ଆଣିପାରନ୍ତି । କଳାକାରଙ୍କୁ ନୂଆ ଫିଲ୍ମରେ କାମ କରିବା ପାଇଁ ଅଫର ଆସିପାରେ ।
ବିଛା : କିଛି ବିଶେଷ କାମରେ ଦୂରସ୍ଥାନକୁ ଯାଇପାରନ୍ତି । ଅଯଥା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ । ସରକାରୀ ଚାକିରିଆଙ୍କର ଅଫିସରେ କାମର ବୋଝ ଅଧିକ ରହିବ । ବେପାରରେ କ୍ଷତି ହୋଇପାରେ ।
ଧନୁ : ଆଜି ବେପାରରେ ଦିନଟି ମଧ୍ୟମ ରହିବ । ଚାକିରିରେ ପ୍ରମୋଶନ ହୋଇପାରେ । ବ୍ୟସ୍ତ ହୋଇ କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ । ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇପାରେ ।
ମକର : ପୂଜାପାଠରେ ସମୟ ବିତିବ । ଭାବିଚିନ୍ତ ଖର୍ଚ୍ଚ କରନ୍ତୁ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ପ୍ରତିଯୋଗୀ ଓ ଶିକ୍ଷାର୍ଥୀଙ୍କ ପାଇଁ ଦିନଟି ବେଶ୍ ଭଲ । ଲୋକମାନଙ୍କ ସହ ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ ।
କୁମ୍ଭ : କୌଣସି ଶୁଭ ଖବର ମିଳିବା ଯୋଗୁ ଘରେ ଖୁସିର ମାହୋଲ ରହିବ । ଅଫିସରେ କତୃପକ୍ଷ ଆପଣଙ୍କ ଅଧୁରା କାମ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି । ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟ ଭଲ ରହିବ ।
ମୀନ : କର୍ମଜୀବି ମହିଳାଙ୍କର ଦିନଟି ଭଲରେ କଟିବ । ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ । ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇପାରେ । ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ବନ୍ଧ ମଜବୁତ ହେବ ।