ମେଷଠୁ ମୀନ ଆଜିର ଭାଗ୍ୟଫଳ: ଆଜି ମନ ପ୍ରସନ୍ନ ରହିବ; ଦିନ ମଉଜ, ମସ୍ତିରେ ବିତିବ

ଆଜି ବୈବାହିକ ସମ୍ପର୍କରେ ଆପଣଙ୍କ ରୁଚି କମ୍‌ ହୋଇପାରେ। ଜୀବନ ଅଧିକ ଆରାମଦାୟକ ହେବ। ଆଜି ଆପଣଙ୍କୁ ଅପ୍ରତ୍ୟାଶିତ ଲାଭ ହେବାର ସମ୍ଭାବନା ରହିଛି।

ମେଷ: ଆଜି ବୈବାହିକ ସମ୍ପର୍କରେ ଆପଣଙ୍କ ରୁଚି କମ୍‌ ହୋଇପାରେ। ଜୀବନ ଅଧିକ ଆରାମଦାୟକ ହେବ। ଆଜି ଆପଣଙ୍କୁ ଅପ୍ରତ୍ୟାଶିତ ଲାଭ ହେବାର ସମ୍ଭାବନା ରହିଛି।

ବୃଷ: ଆଜିର ଦିନ ଆପଣଙ୍କ ପାଇଁ ଉନ୍ନତି ଦାୟକ ରହିବ। ଛୋଟ ଛୋଟ ଯାତ୍ରାରୁ ଆପଣଙ୍କୁ କିଛି ନୂତନ ସମ୍ପର୍କ ସୃଷ୍ଟି କରିବାକୁ ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ।

ମିଥୁନ: ଆଜି ପଇସା ସହ ଜଡିତ କୌଣସି ବି ପ୍ରକାରର ରିସ୍କ ନିଅନ୍ତୁ ନାହିଁ। କୌଣସି ବି ବଡ ପଦକ୍ଷେପ ନେବା ପୂର୍ବରୁ ଆପଣ ଥରେ ଭଲ ଭାବରେ ଚିନ୍ତା କରିବା ଉଚିତ୍।

କର୍କଟ: କୌଣସି ନୂତନ କାର୍ଯ୍ୟ କରିବା ପୂର୍ବରୁ ନିଶ୍ଚିତ ଭାବରେ ବଡ଼ମାନଙ୍କର ପରାମର୍ଶ ନିଅନ୍ତୁ। ବୈବାହିକ ଜୀବନରେ ଭଲ ତାଳମେଳ ରହିବାର ସମ୍ଭାବନା ରହିଛି।

ସିଂହ: ଆଜି ଆପଣ ମାନସିକ ସ୍ତରରେ ଚାପଗ୍ରସ୍ତ ରହିବେ। ଆପଣଙ୍କ ଖର୍ଚ୍ଚ ଅଧିକ ହେବ ଏବଂ ଆୟ ଏହା ତୁଳନାରେ ସାମାନ୍ୟ କମ୍ ରହିବ।

କନ୍ୟା: ଆଜି ସଫଳତା ଆପଣଙ୍କ ପାଦ ଛୁଇଁବ। ଆପଣ କୌଣସି ସମାରୋହରେ ଯିବାକୁ ଯୋଜନା କରିବେ। ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନ ଅନ୍ୟ ଦିନ ଅପେକ୍ଷା ଅଧିକ ଲାଭଦାୟକ ରହିବ।

ତୁଳା: ଆଜି ଉପହାର ଏବଂ ସମ୍ମାନର ଲାଭ ମିଳିବ। ପଡ଼ୋଶୀମାନଙ୍କ ସହିତ ଆପଣଙ୍କ ସମ୍ପର୍କ ମଧୁର ରହିବ। ସାଙ୍ଗମାନଙ୍କ ସହିତ ବାର୍ତ୍ତାଳାପରେ କୌଣସି ରୋମାଞ୍ଚକ ଖବର ପ୍ରାପ୍ତ ହୋଇପାରେ।

ବିଛା: ଆପଣଙ୍କ ଚିନ୍ତା ବଢ଼ିବ ଏବଂ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ଆପଣ ନିଜ ସୁଖ, ସୁବିଧା ଉପରେ ଏତେ ଖର୍ଚ୍ଚ କରିବେ ଯେ ଯାହାକୁ ନେଇ ପଛରେ ଏ ବିଷୟରେ ଚିନ୍ତା କରିବେ।

ଧନୁ: ଆଜି ପରିବାରର ସମର୍ଥନ ମିଳିବା ଦ୍ୱାରା ଆପଣଙ୍କ ମନ ଖୁସି ରହିବ। ଲୋକଙ୍କ ଦୃଷ୍ଟି ଆପଣଙ୍କ ଆଡ଼କୁ ଆକର୍ଷିତ କରିବାରେ ସଫଳ ହେବେ। ଆପଣଙ୍କ ଦିନ ମଉଜ, ମସ୍ତିରେ କଟିବ।

ମକର: ଆପଣଙ୍କ ପାରିବାରିକ ଜୀବନ ଆରାମଦାୟକ ପରିବେଶରେ ସୁଖମୟ ହେବ। କିଛି ନିଷ୍ପତ୍ତି ଭଲ ପ୍ରମାଣିତ ହେବ ଏବଂ ସାମାଜିକ ଭାବରେ ଆପଣ ଅଧିକ ଲୋକପ୍ରିୟତା ହାସଲ କରିବେ।

କୁମ୍ଭ: ଯାତ୍ରାରେ ଯିବା ପାଇଁ ଦିନଟି ଶୁଭ ରହିବ। କିଛି ଖୁସି ଖବର ମିଳିପାରେ, ଯେଉଁ କାରଣରୁ ଆପଣଙ୍କ ପରିବାରରେ ଖୁସିର ଲହରି ଖେଳିଯିବ।

ମୀନ: ଆଜି କରାଯାଇଥିବା କାର୍ଯ୍ୟର ଫଳାଫଳ ଆପଣଙ୍କ ପକ୍ଷରେ ରହିବ। କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ରୂପରେ ମଧ୍ୟ ସବୁକିଛି ଭଲ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.