କେଉଁ ରାଶି ପାଇଁ ଆଜିର ଦିନଟି ଶୁଭ, ଜାଣନ୍ତୁ ଭାଗ୍ୟଫଳ

ଆଜି ଅଫିସ୍‌ କାମରେ ଫସି ରହିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବେ। ଆଜିର ଦିନଟି ଶୁଭ। ସାହିତ୍ୟ ସହ ଜଡ଼ିତ ଲୋକମାନେ ସମ୍ମାନିତ ହେବେ। ଆର୍ଥିକ ଉନ୍ନତି ହେବ। ଅନ୍ୟର ଉତ୍ସାହ ଦେଖି ଆପଣ ବି ଉତ୍ସାହିତ ହେବେ।

ମେଷ: ଆଜି ଅଫିସ୍‌ କାମରେ ଫସି ରହିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବେ।

ବୃଷ: ସାହିତ୍ୟ ସହ ଜଡ଼ିତ ଲୋକମାନେ ଆଜି ସମ୍ମାନିତ ହେବେ। ଆର୍ଥିକ ଉନ୍ନତି ହେବ। ଅନ୍ୟର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ।

ମିଥୁନ: କେହି ନିଜ ଲୋକ ଆପଣଙ୍କ ଖୁସିକୁ ଦ୍ୱିଗୁଣ କରିଦେବେ। ମାତାପିତାଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିବ। ଦାମ୍ପତ୍ୟ ଜୀବନ ମଧୁର ହେବ।

କର୍କଟ: ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ମନରେ ନୂଆ ନୂଆ ବିଚାର ଆସିବ। ମାତାପିତାମାନେ ନିଜ ପିଲାମାନଙ୍କୁ ଉପହାର ଦେବେ।

ସିଂହ: ଯୋଜନା ଠିକ୍‌ ସମୟରେ ପୂରା ହେବ। ପରିବାରର ମାହୋଲ ସୁଖମୟ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ନୂଆ କାମ ଆରମ୍ଭ କରିବେ।

କନ୍ୟା: ଆଜି ଆପଣଙ୍କର ଅନେକ କାମ ହୋଇଯିବ। ସନ୍ତାନର ଉନ୍ନତିରେ ଆପଣ ଖୁସି ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୌଣସି ଖୁସି ଖବର ମିଳିପାରେ।

ତୁଳା: ନିଜକୁ ଠିକ୍‌ ପ୍ରମାଣିତ କରିବା ପାଇଁ ଆଜିର ଦିନଟି ଭଲ। ଭାଗ୍ୟ ସାଥ୍‌ ଦେବ। ବରିଷ୍ଠମାନଙ୍କ ସହଯୋଗ ମିଳିବ। ଆର୍ଥିକ ପକ୍ଷ ଦୃଢ଼ ହେବ।

ବିଛା: ନିଜ ମା’ଙ୍କଠାରୁ କିଛି ଉପହାର ମିଳିପାରେ। ମହିଳାମାନେ ଘରୋଇ କାମ ଶୀଘ୍ର ସାରିଦେବେ। ସ୍ୱାସ୍ଥ୍ୟ ଭଲ ରହିବ। ଜରୁରୀ କାମ ପୂରା ହେବ।

ଧନୁ: ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ବହୁତ ଭଲ। ଅଫିସ୍‌ କାମ ସହଜରେ ପୂରା ହୋଇଯିବ। ପ୍ରବଳ ଧନ ଲାଭର ଯୋଗ ରହିଛି।

ମକର: ମନର କଥା ଜୀବନସାଥୀଙ୍କ ସହ ନିଶ୍ଚୟ ସେୟାର କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଭୌତିକ ସୁଖ, ସୁବିଧା ପ୍ରତି ଆକର୍ଷିତ ହେବେ।

କୁମ୍ଭ: ଆଜି ଲୋକମାନଙ୍କ ସହିତ ଉଦାର ରହିବେ। ଘରକୁ ଅତିଥି ଆସିବେ, ଯଦ୍ଦ୍ଵାରା ପିଲା ବହୁତ ଖୁସି ହେବେ। ରୋଜଗାରର ଅବସର ମିଳିବ।

ମୀନ: ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଏହା ସହିତ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ମାତାପିତାଙ୍କ ଆଶୀର୍ବାଦରେ କାମ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.