ରାଶିଫଳ

ରାଶିଫଳ : ଜାଣନ୍ତୁ ଏହି ରାଶିର ଲୋକେ ଆଜି ଦାମ୍ପତ୍ୟ ଜୀବନରେ ଖୁସିରେ ରହିବେ

ମେଷ: ନୂଆ ଲୋକଙ୍କ ସହ ଦେଖା ହେବାର ସମ୍ଭାବନା ରହିଛି । ଆପଣଙ୍କୁ କିଛି ବଡ ନିଷ୍ପତ୍ତି ନେବାକୁ ପଡିପାରେ । କଳାତ୍ମକ କାର୍ଯ୍ୟରେ ରୁଚି ରହିବ ।   ଭବିଷ୍ୟତ ବିଷୟରେ ଭାବିବେ । କାର୍ଯ୍ୟକ୍ଷେତ୍ରରେ କାମ କରିବାର ନୂତନ ଉପାୟ ମିଳିପାରେ ।  ବାହାରକୁ ଯାତ୍ରା କରିପାରନ୍ତି । କୌଣସି ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି, ହେଲେ ସନ୍ଧ୍ୟା ସମୟରେ ସବୁ ଠିକ୍‌ ହେବାର ସମ୍ଭାବନା ରହିଛି ।

ବୃଷ:  ବନ୍ଧୁଙ୍କ ଠାରୁ ସାହାଯ୍ୟ ନେଇପାରନ୍ତି । କୌଣସି କମ୍ପାନୀ ଠାରୁ ଚାକିରିର ଅଫର ମିଳିପାରେ । ନିଜ ଜରୁରୀ ଜିନିଷର ଧ୍ୟାନ ରଖିବା ଉଚିତ୍‌, ନଚେତ ହଜିପାରେ ।  ଘରକୁ ଅତିଥି ଆସିପାରନ୍ତି । ଆଜି ଘରକୁ ଅତିଥି ଆସିପାରନ୍ତି, ଯାହାଦ୍ୱାରା ଘରେ ଖୁସିର ପରିବେଶ ରହିବ । କୌଣସି ଅସୁବିଧା ଥିଲେ ତାହା ଦୂର ହୋଇଯିବ ।

ମିଥୁନ: ଆଜିର ଦିନଟି ଲାଭଦାୟକ ହେବ ।  ନୂଆ ଢଙ୍ଗରେ ରୋଜଗାର କରିବାର ଅବସର ମିଳିପାରେ। ଆପଣଙ୍କର କୌଣସି ପ୍ରିୟ ଲୋକଙ୍କ ସହ ଭେଟ ହେବ, ଯାହାଦ୍ୱାରା ଭବିଷ୍ୟତରେ ପରିବର୍ତ୍ତନ ଆସିପାରେ ।  କିଛି କାମ ବିଳମ୍ବରେ ପୂରା ହେବ । ଆୟ କରିବାର ଉଚିତ୍‌ ଅବସର ମିଳିପାରେ। ଜୀବନସାଥିଙ୍କ ସହ ଦିନଟି ଭଲରେ କଟିବ, ଯାହାଦ୍ୱାରା ସମ୍ପର୍କ ସୁଦୃଢ ହେବ ।

କର୍କଟ: ନିଜ ଲୋକ ଖୁସି ଖବର ଦେଇ ପାରନ୍ତି । ଆପଣ ଆଜି ନିଜକୁ ଶକ୍ତିଶାଳୀ ଅନୁଭବ କରିବେ । ପୂର୍ବରୁ କରିଥିବା କାମ ଯୋଗୁ ଭଲ ପରିଣାମ ମିଳିବ । କିଛି କାମରେ ବିଳମ୍ବ ହୋଇପାରେ । ଘର କାମ ପୂରା କରିବାରେ ପରିବାର ସଦସ୍ୟ ସାହାଯ୍ୟ କରିବେ । ଆପଣ ନିଜ ଖର୍ଚ୍ଚକୁ ନେଇ ଚିନ୍ତିତ ରହିବେ ।

ସିଂହ: କିଛି ନୂଆ ଦାୟିତ୍ୱ ମିଳିପାରେ, ଯାହାକୁ ଆପଣ ସଫଳତାର ସହ ସମ୍ପୂର୍ଣ୍ଣ କରିବେ । ଘରେ ଖୁସି ଓ ଶାନ୍ତି ଭରି ରହିବ । କିଛି ଜରୁରୀ କାମ ପୂରା ହୋଇପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରା ହୋଇପାରେ । ଜୀବନସାଥିଙ୍କ ସହ ଦିନଟି ଭଲରେ କଟିବ ।  କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ସଫଳତା ମିଳିପାରେ ।

କନ୍ୟା:  କିଛି ନୂତନ କାର୍ଯ୍ୟରୁ ବହୁତ କିଛି ଶିଖିବା ପାଇଁ ମିଳିପାରେ । ଛାତ୍ରଛାତ୍ରୀଙ୍କର ପାଠ ପଢାରେ ରୁଚି ବଢିବ । ପିଲାମାନଙ୍କ ସହ ଖୁସିର ସମୟ କାଟିବେ ।   ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି । କୌଣସି ଲୋକଙ୍କ ସାହାଯ୍ୟ ମିଳିବ ।

ତୁଳା: ଜୀବନସାଥିଙ୍କୁ ସଫଳତା ମିଳିବା ଯୋଗୁ ଘରେ ଖୁସିର ପରିବେଶ ରହିବ ।  ମାତାପିତାଙ୍କ ସହ ବାହାରକୁ ଯିବେ । ଜୀବନରେ ଉନ୍ନତି ଆଣିବା ପାଇଁ ଅନେକ ନୂଆ ରାସ୍ତା ମିଳିବ । ଚାକିରି ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ସୁଦୃଢ ହୋଇପାରେ । କୌଣସି କାମକୁ ବୁଝି ବିଚାରି କରିବେ । ଅଫିସ୍‌ର ଭଲ ବାତାବରଣ ଯୋଗୁ ମନ ଖୁସି ରହିବ ।

ବିଛା:  ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । କିଛି ନୂଆ ଉପାୟରେ ଧନ ପ୍ରାପ୍ତି ହୋଇପାରେ । ସାଙ୍ଗଙ୍କ ସାହାଯ୍ୟ ମିଳିବା ଯୋଗୁ କାମ ପୂରା ହୋଇଯିବ। ଅଟକି ରହିଥିବା କାମ ପୂରା ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ, ଶିକ୍ଷକଙ୍କ ସମର୍ଥନ ମିଳିବ । ନିଜ ଆଖପାଖର ପ୍ରତ୍ୟେକ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ।

ଧନୁ: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ, ଯାହାଦ୍ୱାରା ଲାଭବାନ ହୋଇପାରନ୍ତି । ନୂଆ ଲୋକଙ୍କ ସହ ଭେଟ ହୋଇପାରେ । ଆପଣଙ୍କ ଉଚ୍ଚ ବିଚାର ଯୋଗୁ ଉପହାର ମିଳିପାରେ । କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ, ଯାହା ଆଗକୁ ଯାଇ ଲାଭଦାୟକ ହୋଇପାରେ । ଅଫିସ୍‌ରେ କାମର ଚାପ ବଢିପାରେ ।

ମକର:  କୌଣସି ଯୋଜନାରେ ସଫଳତା ମିଳିବ । ଜୀବନସାଥିଙ୍କ ସାହାଯ୍ୟ ଯୋଗୁ ଲାଭ ମିଳିବାର ସମ୍ଭାବନା ଅଛି ।  ପୂରା ଦିନ ମନ ଖୁସି ରହିବ । ସ୍ୱାସ୍ଥ୍ୟ ଆଜି ଠିକ୍‌ ଠାକ୍‌ ରହିବ । ଆଜି ବେପାରୀ ବର୍ଗର ଲୋକଙ୍କୁ ଧନ ପ୍ରାପ୍ତି ହୋଇପାରେ । ଆଜି ଆପଣଙ୍କ ଭାଗ୍ୟ ସାଥିରେ ରହିବ ।   ଓକିଲାତି କରୁଥିବା ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ ।

କୁମ୍ଭ: ଭାବିବିଚାରି କାମ କରିବା ଦ୍ୱାରା ସଫଳତା ମିଳିପାରେ ।  ମାର୍କେଟିଂର ଲୋକମାନଙ୍କ ପାଇଁ ଦିନଟି ଭଲ ରହିବ । ଜୀବନସାଥିଙ୍କ ସହ ଧାର୍ମିକ ସ୍ଥାନକୁ ଗଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆପଣଙ୍କର ନୂଆ ବନ୍ଧୁ ହେବାର ସମ୍ଭାବନା ରହିଛି । କୌଣସି କାରଣ ଯୋଗୁ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିବ ।

ମୀନ: ପରିବାର ଲୋକ କାମରେ ସାହାଯ୍ୟ କରିବେ । ଛାତ୍ରଛାତ୍ରୀମାନେ ମନ ଶାନ୍ତ ରଖିବେ, ଯାହାଦ୍ୱାରା ପୂରା ଦିନଟି କାମରେ ମନ ଲାଗିବ। ପାରିବାରିକ ସ୍ଥିତି ଠିକ୍‌ ରହିବ । ସନ୍ଧ୍ୟା ସମୟରେ ପିଲାମାନଙ୍କ ସହ ସମୟ ଅତିବାହିତ କରିବେ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ। ଅଭିନୟ କରୁଥିବା ଲୋକଙ୍କୁ କଠିନ ପରିର୍ଶମ କରିବାକୁ ପଡିବ ।

 

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 min ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

2 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago