ଆଜିର ରାଶିଫଳ: ଘରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ମାନସିକ ଶାନ୍ତି ମିଳିବ

ମନ ପ୍ରସନ୍ନ ରହିବ। ଘର, ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ମାଆଙ୍କ ସାନ୍ନିଧ୍ୟ ପାଇବେ। ପରିଶ୍ରମ ଅଧିକ ରହିବ।

ମେଷ: ମନ ପ୍ରସନ୍ନ ରହିବ। ଘର, ପରିବାରରେ ଧାର୍ମିକ କାର୍ଯ୍ୟ ହୋଇ ପାରେ। ମାଆଙ୍କ ସାନ୍ନିଧ୍ୟ ପାଇବେ। ପରିଶ୍ରମ ଅଧିକ ରହିବ।

ବୃଷ: ମନ ବିଚଳିତ ରହିପାରେ। ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ମାଆଙ୍କଠାରୁ ଧନ ପ୍ରାପ୍ତି ହେବ।

ମିଥୁନ: ଚାକିରିରେ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ। ପରିଶ୍ରମ ଅଧିକ ରହିବ। ମାନସିକ ଶାନ୍ତି ରହିବ। ଅଟକିଥିବା କାମ ପୂରା ହୋଇ ପାରେ।

କର୍କଟ: ଶୈକ୍ଷିକ କାର୍ଯ୍ୟରେ ମନ ଲାଗିବ। କୌଣସି ମିତ୍ରଙ୍କ ସହଯୋଗରୁ ଚାକିରିର ଅବସର ମିଳିପାରେ। ଖର୍ଚ୍ଚ ବଢ଼ିପାରେ। ମାଙ୍ଗଳିକ କାର୍ଯ୍ୟ ହୋଇ ପାରେ।

ସିଂହ: ମାଆଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ବାପାଙ୍କ ସାଥ୍‌ ମିଳିବ। ପାରିବାରିକ ଦାୟିତ୍ୱ ବଢ଼ିପାରେ। ଆଜି ପରିଶ୍ରମ ଅଧିକ କରିବେ।

କନ୍ୟା: ଆତ୍ମବିଶ୍ୱାସ ଭରପୂର ରହିବ। କିନ୍ତୁ ମନ ଅଶାନ୍ତ ରହି ପାରେ। ଚାକିରିରେ ଉନ୍ନତି ହେବ। କିଛି କଠିନତା ଆସିପାରେ। ବନ୍ଧୁଙ୍କ ଆଗମନ ହୋଇ ପାରେ।

ତୁଳା: ଆଜି ଘର-ପରିବାରରେ ସୁଖ, ସୁବିଧା ବିସ୍ତାର ହେବ। କାରବାର ବଢ଼ିପାରେ। ଲାଭର ଅବସର ମିଳିବ। ପରିବାରର ସହଯୋଗ ବି ରହିବ।

ବିଛା: ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। କୌଣସି ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି। ଜୀବନସାଥୀଙ୍କ ସାଥ୍‌ ମିଳିବ। ବ୍ୟବସାୟିକ ଆୟ ବୃଦ୍ଧି ପାଇବ।

ଧନୁ: ମନ ପ୍ରସନ୍ନ ରହିବ। ଭବନ ସୁଖ ବଢ଼ି ପାରେ। ଘରେ ଧାର୍ମିକ କାର୍ଯ୍ୟ ହେବ। ସୁଖଦ ସମାଚାର ପ୍ରାପ୍ତି ହେବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

ମକର: ଆଜି ଭାଇ, ଭଉଣୀଙ୍କର ସହଯୋଗ ମିଳି ପାରେ। ଆତ୍ମବିଶ୍ୱାସ ଭରପୂର ରହିବ। କ୍ରୋଧ ବି ଅଧିକ ରହିବ। ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବେ।

କୁମ୍ଭ: ଚାକିରିରେ ପରିବର୍ତ୍ତନର ଅବସର ମିଳି ପାରେ। ଉଚ୍ଚ ପଦ ପ୍ରାପ୍ତ ହୋଇପାରେ। ଆୟରେ ବୃଦ୍ଧି ହେବ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ।

ମୀନ: ଆତ୍ମବିଶ୍ୱାସ ବହୁତ ରହିବ। ଖର୍ଚ୍ଚ ବଢ଼ିବ। ଚାକିରିରେ ଅସୁବିଧାର ସାମ୍ନା କରିପାରନ୍ତି। ମିତ୍ରଙ୍କ ସହଯୋଗ ମିଳିବ। କୌଣସି ଅତିରିକ୍ତ ଦାୟିତ୍ୱ ମିଳି ପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.