ଜାଣନ୍ତୁ କେଉଁ ରାଶି ପାଇଁ ଦିନଟି ଶୁଭ, ଆଜିର ଭାଗ୍ୟଫଳ

ମେଷ: ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । କୌଣସି ବଡ଼ କମ୍ପାନୀ ସହ ପାର୍ଟନରସିପ୍‌ କରିବାକୁ ମଉକା ମିଳିବ । ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ ।

ବୃଷ: କ୍ୟାରିୟରରେ ଉନ୍ନତି କରିବେ । ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । ଧନ ବୃଦ୍ଧି ହେବ । ଜୀବନସାଥୀ ଖୁସି ରହିବେ ।

ମିଥୁନ: ମନରେ ନୂଆ ନୂଆ ବିଚାର ଆସିବ । ମାତାପିତାମାନେ ନିଜ ପିଲାମାନଙ୍କୁ ଉପହାର ଦେବେ । ଦାମ୍ପତ୍ୟ ଜୀବନ ମଧୁର ହେବ ।

କର୍କଟ: କେହି ନିଜ ଲୋକ ଆପଣଙ୍କ ଖୁସିକୁ ଦ୍ୱିଗୁଣ କରିଦେବେ । ମାତାପିତାଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ: ଆଜି ଆପଣଙ୍କର ଅନେକ କାମ ହୋଇଯିବ । ସନ୍ତାନର ଉନ୍ନତିରେ ଆପଣ ଖୁସି ହେବେ । ଯୋଜନା ଠିକ୍‌ ସମୟରେ ପୂରା ହେବ ।

କନ୍ୟା: ପରିବାରର ମାହୋଲ ସୁଖମୟ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ନୂଆ କାମ ଆରମ୍ଭ କରିବେ । ସ୍ୱାସ୍ଥ୍ୟ ଭଲ ରହିବ। କୌଣସି ଖୁସି ଖବର ମିଳିପାରେ ।

ତୁଳା: ନିଜ ମା’ଙ୍କଠାରୁ କିଛି ଉପହାର ମିଳିପାରେ । ମହିଳାମାନେ ଘରୋଇ କାମ ଶୀଘ୍ର ସାରିଦେବେ। ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ପକ୍ଷ ଦୃଢ଼ ହେବ ।

ବିଛା: ନିଜକୁ ଠିକ୍‌ ପ୍ରମାଣିତ କରିବା ପାଇଁ ଆଜିର ଦିନଟି ଭଲ । ଭାଗ୍ୟ ସାଥ୍‌ ଦେବ। ବରିଷ୍ଠମାନଙ୍କ ସହଯୋଗ ମିଳିବ । ଜରୁରୀ କାମ ପୂରା ହେବ ।

ଧନୁ: ମନର କଥା ଜୀବନସାଥୀଙ୍କ ସହ ନିଶ୍ଚୟ ସେୟାର କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ପ୍ରବଳ ଧନ ଲାଭର ଯୋଗ ରହିଛି ।

ମକର: ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ବହୁତ ଭଲ। ଅଫିସ୍‌ କାମ ସହଜରେ ପୂରା ହୋଇଯିବ । ଭୌତିକ ସୁଖ, ସୁବିଧା ପ୍ରତି ଆକର୍ଷିତ ହେବେ ।

କୁମ୍ଭ: ଆଜି ଲୋକମାନଙ୍କ ସହିତ ଉଦାର ରହିବେ । ଏହା ସହିତ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ମାତାପିତାଙ୍କ ଆଶୀର୍ବାଦରେ କାମ ହୋଇଯିବ ।

ମୀନ: ଘରକୁ ଅତିଥି ଆସିବେ, ଯଦ୍ଦ୍ଵାରା ପିଲା ବହୁତ ଖୁସି ହେବେ । ରୋଜଗାରର ଅବସର ମିଳିବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ ।

You might also like