ଆଜିର ରାଶିଫଳ : ଜାଣନ୍ତୁ ଆଜି ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ : ଆପଣଙ୍କ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ । ଘର କଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ ସବୁ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେବ । ବାସସ୍ଥାନ ନିକଟରେ ରହୁଥିବା ନିଜ ଲୋକମାନଙ୍କ ଦ୍ୱାରା କେତେକ ସୁବିଧା ପାଇବେ ।

ବୃଷ : ଭୁଲ୍ ବୁଝାମଣା କାରଣରୁ ପାରିବାରିକ କଳହକୁ ନେଇ ଅଶାନ୍ତି ଲାଗିରହିପାରେ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ୟ୍ୟା ଦା ବୃଦ୍ଧି ପାଇବ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ସନ୍ତୋଷଜନକ ହେବନାହିଁ । ପ୍ରକାଶନ,ପ୍ରଶାସନ, ଆଇନ ଅଦାଲତ, ସାମ୍ବାଦିକତା କ୍ଷେତ୍ର ମନ୍ଦ ହେବନି । ସହକର୍ମୀ କିମ୍ବା ବନ୍ଧୁଙ୍କୁ ମନେଇ ନିଜ କାମରେ ଲଗାଇ ପାରନ୍ତି ।

ମିଥୁନ : ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ଅଫିସ୍ କାମରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ ।

କର୍କଟ : କେତେକ ନୂତନ କର୍ମାରମ୍ଭ ସକାଶେ ଯୋଜନା ସମ୍ପର୍କରେ ପରିବାର ଲୋକ ମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ମାନସିକ ସ୍ଥିତି ପୀତିପ୍ରଦ ରହିବ ।

ସିଂହ : ପରିବହନ, ପ୍ଲଟିଙ୍ଗ କାରବାର,ନିର୍ମାଣାଧୀନ କାମକ୍ଷେତ୍ରରେ ଦେଖାଦେଇପାରେ । ପାରିବାରିକ ଖର୍ଚ୍ଚ ପରିମାଣ ବୃଦ୍ଧିଯୋଗୁ ମନରେ ସରସତା ରହି ନ ପାରେ । ରାଜନୈତିକ କ୍ଷେତ୍ରରେ ଗଠନମୂଳକ କାର୍ୟ୍ୟଣରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ ।

କନ୍ୟା : ଆଜି ଯାହା ଯେମିତି ଚାହୁଁଛନ୍ତି ତାହା ପାଇବାରେ କୈାଣସି ଅସୁବିଧା ରହିବ ନାହିଁ । ମାଲିମକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯାଇପାରେ । କଠିନ ଶ୍ରମ ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରି ପାରନ୍ତି ।

ତୁଳା : ଶାରୀରିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିବା ସହ କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳା ଯୋଗୁ କାଳ କ୍ଷେପଣ ନୀତି ହେତୁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ଆପଣ ବିଜୟୀ ହେବାର ସୂଚନା ରହିଛି । ଆଜିର ଯାତ୍ରା ଶୁଭପ୍ରଦ ହେବ କିନ୍ତୁ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ବରେ ପଡିପାରନ୍ତି ।

ବିଛା : ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରି ସଫଳତା ହାସଲ କରିବେ । କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । କିନ୍ତୁ ଅର୍ଥବଳର ସାହାଯ୍ୟ ନେଇ ନିଜର କାମରେ ମନଦେଇ କାମଟିକୁ ପୁରା ନକରିବା ଯାଏଁ ଛାଡିବେ ନାହିଁ ।

ଧନୁ : ପିଲା ମାନଙ୍କ ବିବାହ ସମ୍ପର୍କୀୟ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ । ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହୋଇପାରେ କିନ୍ତୁ ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ନେଇ ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ତିକ୍ତତା ଦେଖାଦେଇପାରେ । ଆକସ୍ମିକ ଯାତ୍ରା ସ୍ଥଗିତ ରହିପାରେ।

ମକର : ନିଜଲୋକ ବୋଲି ଅନ୍ୟକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି, ଫଳରେ ଧନହାନୀ ସଙ୍ଗକୁ ଅପଦସ୍ତ ହେବାର ଆଶଙ୍କା ରହିଛି । ଦୂର ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୈାଣସି ଅସୁବିଧା ହେବ ନାହିଁ । ପରିବାର ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ।

କୁମ୍ଭ : କର୍ମକ୍ଷେତ୍ରରେ ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । ଦାୟିତ୍ୱ ନେଇଥିବା କାମଟିକୁ ଅବହେଳା କରି ଅନୁତାପ କରିବେ । ପାରିବାରିକ ସ୍ବାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ମହିଳା ମାନଙ୍କ ଦିନଟି ବହୁତ ଭଲରେ କଟିବ ।

ମୀନ : ବନ୍ଧୁ ମାନଙ୍କ ସାହାଯ୍ୟ,ସହାନୁଭୂତି ମାଧ୍ୟମରେ କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହେବ । ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭଲ ନଥିଲେ ମଧ୍ୟ ବିଶେଷ ମନ୍ଦ ହେବନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ୟ୍ୟା ଦା ବୃଦ୍ଧି ଘଟିବ ତଥାପି ଯେତିକି ଆଶା କରୁଥିଲେ ନ ହେବାରୁ ଦୁଃଖିତ ହୋଇପାରନ୍ତି ।