ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି

ଆଜି ହେଉଛି ନଭେମ୍ବର ୫ , ଶନିବାର କାର୍ତ୍ତିକ ମାସ ଦ୍ୱାଦଶୀ ତିଥି । ଆଜି ଧର୍ମ ମାସ ପଞ୍ଚୁକର ଦ୍ୱିତୀୟ ଦିନ ମଧ୍ୟ । ଆଜିର ଏହି ପବିତ୍ର ଦିନରେ ୧୨ଟି ରାଶିରେ କଣ ରହିଛି ଭାଗ୍ୟଫଳ ଆସନ୍ତୁ ଜାଣିବା ।

ମେଷ : ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଘରର ବାତାବରଣ ଭଲ ରହିବ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ପଡ଼ିପାରେ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ। ପରିବାରଠାରୁ ସାହାଯ୍ୟ ଆଶା କରିବେ। ଆର୍ଥିକ ଉନ୍ନତି ପାଇଁ ଚେଷ୍ଟିତ ରହିବେ।

ବୃଷ : ସାହିତ୍ୟ ଓ କଳାକ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ମାନସମ୍ମାନ ପାଇବେ। ବହୁତ ଦିନରୁ ବାକି ପଡ଼ିଥିବା ଟଙ୍କା ମିଳିଯିବ। ରାସ୍ତାରେ ଯିବାଆସିବା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦେବା ଦରକାର।

ମିଥୁନ : ମାନସିକ ଅଶାନ୍ତି ଦେଇ ଗତି କରିବେ। ପୁରୁଣା କାର୍ଯ୍ୟ ହଠାତ୍ ବନ୍ଦ ହେବାର ସମ୍ଭାବନା ରହିଛି। ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ଏଣୁ ସତର୍କ ରୁହନ୍ତୁ ।ବିଶିଷ୍ଚ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ, କିନ୍ତୁ ଆଘାତ ଲାଗିପାରେ।

କର୍କଟ : ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।

ସିଂହ : ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

କନ୍ୟା : ଆଶା ସଂଚାର ହେବ। କମ କରିଶ୍ରମ କରିବେ ଅଥିକ ଉପାର୍ଜନକ୍ଷମ ହେବେ। ସାହସିକ ପଦକ୍ଷେପ ନେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବେ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ ।

ତୁଳା : ଆର୍ଥିକ ସ୍ଥିତି ବୃଦ୍ଧି ହେବ। ଋଣମୁକ୍ତ ହେବେ। ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।

ବିଛା : ଆଜି ଆପଣ ପୁରା ସୁସ୍ଥ ରହିବେ। ମନ ପ୍ରସନ୍ନ ରହିବ। ଆପଣଙ୍କ ସହକର୍ମୀ ଆପଣ ଙ୍କ ର କିଛି ଜରୁରୀ ଜିନିଷ ଚୋରି କରି ପାରନ୍ତି। ତେଣୁ ଆପଣ ନିଜ ଜିନିଷ ଦାୟିତ୍ଵ ରେ ରଖନ୍ତୁ। ଆପଣଙ୍କ ଜୀବନସାଥୀ ଙ୍କ ସହ ଅଧିକ ସମୟ ବିତାଇବେ।

ଧନୁ : କୌଣସି ଏକ ଧାର୍ମିକ କାର୍ଯ୍ୟକ୍ରମରେ ଆଜି ଆପଣ ସାମିଲ ହୋଇପାରନ୍ତି। ଗରିବଙ୍କୁ ଖାଇବାକୁ ଦିଅନ୍ତୁ,ମାନସିକ ଶାନ୍ତି ମିଳିବ। ଦେବ। ସୁସ୍ଥ ଓ ନିରାମୟ ରହିବେ। ପୂର୍ବ ଚିନ୍ତିତ କାମରେ ଆଜି ସଫଳତା ମିଳିବ। କଠିନ ପରିଶ୍ରମ ଦ୍ବାରା ଆପଣ ସର୍ବଦା ସଫଳ ହେବେ।

ମକର : ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ। ମାନସିକ ରୂପରେ ଅଣନିଶ୍ୱାସୀ ହେବାର କାରଣରୁ କୌଣସି କାର୍ଯ୍ୟରେ ଆପଣଙ୍କ ମନ ନ ଲାଗିପାରେ। ସ୍ଵାସ୍ଥ୍ୟ ମଧ୍ୟ କିଛିମାତ୍ରାରେ ଭଲ-ଖରାପ ରହିବ।

କୁମ୍ଭ : ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ଆପଣଙ୍କ ମନକୁ ପ୍ରସନ୍ନ ରଖିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ।

ମୀନ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯଦି କୋଉଠିକି ଯାତ୍ରା କରୁଛନ୍ତି ତାହେଲେ ମନେକରି ସବୁ ଆବଶ୍ୟକ କାଗଜ ଗୁଡିକ ନେବାକୁ ଭୁଲନ୍ତୁ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.