ଆଜିର ଭାଗ୍ୟଫଳ ! ଜାଣନ୍ତୁ ଦିନଟି କେମିତି କଟିବ

ମେଷ : ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ବୃଷ : ଖେଳକୁଦରେ ନିଜକୁ ନିୟୋଜିତ କରିବେ। ଏପରିକି ଅଗ୍ରଣୀ ଭୂମିକା ଗ୍ରହଣ କରି ସମସ୍ତ ଦୃଷ୍ଟି ଆକର୍ଷଣ କରିବେ। ଆଶା ବାସ୍ତବିକ ରୂପ ନେବ। ବେକାରମାନେ ସବୁ ପରୀକ୍ଷାରେ ଦକ୍ଷତା ପ୍ରତିପାଦନ କରି କର୍ମ କ୍ଷେତ୍ରରେ ଅବସ୍ଥାନ ହେବେ।

ମିଥୁନ : ଆଜି ଆପଣ ନିଜର କାର୍ଯ୍ୟ ପଦ୍ଧତି ପରିବର୍ତ୍ତନ କରିବେ। ଯୋଜନା ବଦଳିଯିବା ସାଙ୍ଗକୁ ଗସ୍ତ ମଧ୍ୟ ସ୍ଥଗିତ ରହିଯାଇପାରେ। ଯାନ ବାହନ, ଗୃହସୀମା, ସଭାସମିତି, ଜମିଜମା, ନିକଟ ସମ୍ପର୍କୀୟ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ଯାହାକୁ ଅଧିକ ବିଶ୍ୱାସ କରୁଛନ୍ତି ସେହି ବ୍ୟକ୍ତି ଦ୍ୱାରା ପ୍ରତାରିତ ହୋଇପାରନ୍ତି।

କର୍କଟ : ଆଜିର ଦିନ ଅତ୍ୟନ୍ତ ଶୁଭ। ରାଜଯୋଗ ରହିଛି। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ସିଂହ : ପୂର୍ବରୁ ଆପଣଙ୍କ ଗ୍ରହ ଖରାପ ଥିଲା। କର୍ମ କ୍ଷେତ୍ରରେ ଅସ୍ଥିରତା ଦେଖା ଦେଇଥିଲା। ଯେହେତୁ ଏବେ ବୃହସ୍ପତି ବକ୍ରି ହୋଇଗଲେ, ଏଣୁ ପୂର୍ବରୁ ନଷ୍ଟ ହୋଇଥିବା ମାନ, ସମ୍ମାନ, ପ୍ରତିଷ୍ଠା, ସୁଖ ନିଦ୍ରା ଆଦି ପୁଣି ଫେରିବ। ନିଜର ଚେଷ୍ଟା, ପ୍ରଚେଷ୍ଟା ଯୋଗୁ ମର୍ଯ୍ୟାଦାର ସହ ପ୍ରତିଷ୍ଠା ଲାଭ କରିବେ। ଦେହ, ମନ ସୁସ୍ଥ ରହିବ। ଆଶା ବାସ୍ତବତାରେ ପରିଣତ ହେବ। ପରିବାରରେ ସବୁ କାର୍ଯ୍ୟ ସୁଚାରୁରୂପେ କରିବେ।

କନ୍ୟା : ଦୁଃସାହସିକ ପଦକ୍ଷେପ ନେବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ଆଶା ବାସ୍ତବତାରେ ପରିଣତ ହେବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ନିଜ କାର୍ଯ୍ୟଦକ୍ଷତା ବଳରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନା କରିବେ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ ପଦୋନ୍ନତି ମିଳିବ। ଦେହ ଓ ମନ ସୁସ୍ଥ ରହିବ।

ତୁଳା : ସାହସିକ ପଦକ୍ଷେପ ନେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବେ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ।

ବିଛା : କର୍ମକ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବ ସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ। ଶତଭିଷା ନକ୍ଷତ୍ରର ଲୋକ ଆରୋଗ୍ୟଲାଭ କରିବା ସହ ରାଜନୀତିରେ ନୈତିକ ସମର୍ଥନ ହାସଲ କରିପାରିବେ।

ଧନୁ : ଯାହା କହିବେ ତାହା କରିବେ ନାହିଁ, ଯାହା କରିବେ ତାହା କହିବେ ନାହିଁ। ଶନି ଓ ବୃହସ୍ପତି ବକ୍ରିରେ ଥିବାରୁ ନିଶ୍ଚିତ ଭାବେ ବିଳମ୍ବରେ ହେଲେ ମଧ୍ୟ ଲିଖିତ ପରୀକ୍ଷା, ମୌଖିକ ପରୀକ୍ଷା ଓ ଅନ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ମକର : ପୂର୍ବରୁ ସମୟ ଖରାପ ଥିଲା। କିନ୍ତୁ ଏବେ ଭଲ ସମୟ ଆସିଛି। ଏଣୁ ଉଦ୍ୟମରେ ସଫଳତା ମିଳିବ। ନୂତନ କାମକୁ କାର୍ଯ୍ୟକାରୀ କରିବେ। ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ।

କୁମ୍ଭ : ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

ମୀନ : ପରୀକ୍ଷା, ନିରୀକ୍ଷା କରନ୍ତୁ ନାହିଁ। ସହକର୍ମୀଙ୍କ ବିରୋଧାଚରଣର ସମ୍ମୁଖୀନ ହେବେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.