ଏହି ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ଆଜିର ରାଶିଫଳ

ମେଷ : ପରିବାରରେ ବ୍ୟତିକ୍ରମ କାରଣରୁ ଆଶା କରୁଥିବା ଜିନିଷଟି ପାଇପାରିବେ ନାହିଁ । ବନ୍ଧୁମାନେ ଠିକ୍‌ ଖବର ଦେବାରେ ହେଳା କରିବାରୁ ସୁଯୋଗ ହାତଛଡ଼ା ହେବ । ଗୁରୁ୍‌ତ୍ୱପୂର୍ଣ୍ଣ କାମ ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ।

ବୃଷ : ଆଜି ଯେଉଁ କାମରେ ହାତ ଦେଇଛନ୍ତି, ସେଥିରେ ସଫଳତା ହାସଲ କରିବେ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ । ଅଫିସ୍‌ ଯିବା ରାସ୍ତାରେ ଅଜଣା ବ୍ୟକ୍ତିଙ୍କ ସହ ମିତ୍ରତା ସୃଷ୍ଟି କରିପାରନ୍ତି । ଖର୍ଚ୍ଚର ସୀମା ଲଙ୍ଘନ କରିଥିବାରୁ ଅର୍ଥାଭାବ ଓ ପରିଶୋଧ ଚିନ୍ତାରେ ବିଚଳିତ ହେବେ ।

ମିଥୁନ : କୌଣସି ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବା ଫଳରେ ଦୁଃଖରେ ରହିବେ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଭୁଲ୍‌ ବୁଝାମଣା କାରଣରୁ ପ୍ରକୃତ ଘଟଣା ନ ବୁଝି ବନ୍ଧୁ କ୍ରୋଧ ପ୍ରକାଶ କରିପାରନ୍ତି । ସଭାସମିତିରେ କିମ୍ବା କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହେବାକୁ ପଡ଼ିପାରେ ।

କର୍କଟ : ମନର ଅସ୍ଥିରତା ହେତୁ ଆପଣଙ୍କ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ସ୍ବାସ୍ଥ୍ୟରେ ଅବହେଳାଜନିତ ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଲେ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହେବେନାହିଁ । ପରିବାରରେ ମନକଥା ମନରେ ରଖି ଚଳିବାକୁ ବାଧ୍ୟହେବେ ।

ସିଂହ : ଯେତେ ଚେଷ୍ଟା କଲେ ମଧ୍ୟ ପାରିବାରିକ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିପାରିବେ ନାହିଁ । ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ ଘଟଣାକୁ ସୁଧାରି ନେବେ । ସାମାଜିକ ସ୍ତରରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି ।

କନ୍ୟା : ପରସ୍ପର ବାକ୍ୟ ବିନିମୟ ସାଙ୍ଗକୁ ବ୍ୟୟାଧିକ୍ୟ କାରଣରୁ ଘରେ ତର୍କ ବିତର୍କର ସୂଚନା ରହିଛି । କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିବେ । ଆଲୋଚନା ଅସମାପ୍ତ ରହିବା ସାଙ୍ଗକୁ ପିଲାଙ୍କ କାମକୁ ନାପସନ୍ଦ କରିପାରନ୍ତି । ଧର୍ମକାମରେ ବ୍ୟସ୍ତ ରହି ଘରର ଆବଶ୍ୟକତାକୁ ଅଣଦେଖା କରିପାରନ୍ତି ।

ତୁଳା : ପାରିବାରିକ କ୍ଷେତ୍ରରେ ଅପୂରଣୀୟ ଆଶା ସାଙ୍ଗକୁ ବିଭିନ୍ନ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଅଫିସ୍‌ରେ ଅଧସ୍ତନ କର୍ମଚାରୀଙ୍କ କାର୍ଯ୍ୟର ବାରମ୍ବାର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପଡ଼ିବେ । ନିର୍ମାଣ, ଚୁକ୍ତିପତ୍ର, ସାମ୍ବାଦିକତା, ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ଅଦାଲତ ମାମଲା ଅନୁକୂଳ ହେବ ।

ବିଛା : ଅର୍ଥନୈତିକ ଅଭିବୃଦ୍ଧି ମାନସିକ ସ୍ଥିତିକୁ ଋଦ୍ଧିମନ୍ତ କରିବ । ପରିସ୍ଥିତି ବଦଳିଯିବା କାରଣରୁ ମାନସିକ ସ୍ଥିତି ଭଲ ରହିବ । ପ୍ରଶାସନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ପଡ଼ୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ । ଭ୍ରମଣ ଓ କଠିନ ଶ୍ରମ ହେତୁକ ସ୍ବାସ୍ଥ୍ୟହାନି ଘଟିପାରେ ।

ଧନୁ : ସାମର୍ଥ୍ୟ ଅନୁଯାୟୀ କାମ କଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ଥିବା ଅନୁଭବ କରିବେ । ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବଢ଼ିବ । କିନ୍ତୁ ଭଲ ସମ୍ପର୍କ ନଥିବା ସହକର୍ମୀଙ୍କ ଦୌରାମତ୍‌ୟ କର୍ମକ୍ଷେତ୍ରରେ ଅସହ୍ୟ ହୋଇପାରେ । ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବାରୁ ଟେନ୍‌ସନ୍‌ କିଛି ମାତ୍ରାରେ କମିଯିବ ।

ମକର : ବିଭିନ୍ନ ପ୍ରତିବନ୍ଧକଜନିତ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ । ସଦାବେଳେ ପ୍ରିୟ ବ୍ୟକ୍ତିଙ୍କ ଉପରେ ଅଯଥା ବିରକ୍ତ ହେଲେ ନିଜେ କ୍ଷତିରେ ପଡ଼ିବେ । ଖର୍ଚ୍ଚଭାର ବଢ଼ିବା ଯୋଗୁ ଚିନ୍ତାପ୍ରକଟ କରିବେ । କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ଦିଗକୁ ମୁହାଁଇପାରନ୍ତି ।

କୁମ୍ଭ : ପରିସ୍ଥିତି ପ୍ରତି ଲକ୍ଷ୍ୟ ରଖି କାମ କରି ଚାଲିଲେ କୌଣସି ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରି ମାନସିକ ଅସନ୍ତୋଷ ବୃଦ୍ଧିର କାରଣ ହେବ । ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।

ମୀନ : ସାଧାରଣ ଘଟଣାକୁ କେନ୍ଦ୍ରକରି ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି । ଅସୁସ୍ଥତା ଲାଗି ରହିଲେ ମଧ୍ୟ ଅନ୍ୟମାନଙ୍କ ସାହାଯ୍ୟରେ କାମ ସମ୍ପାଦନ କରିପାରିବେ । ଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ । ବନ୍ଧୁଙ୍କ ଫେରିବାରେ ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପଡ଼ିବେ ।