ଆଜିର ଭାଗ୍ୟଫଳ: ଜାଣନ୍ତୁ ମେଷଠୁ ମୀନ ରାଶିର ଲୋକଙ୍କ ଭାଗ୍ୟରେ ଆଜି କ’ଣ ରହିଛି

ମେଷ: ଆୟ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ କାର୍ଯ୍ୟଭାର ବଢ଼ିପାରେ । ଅଧିକ ବ୍ୟସ୍ତ ରହିବେ । କଠିନ ପରିଶ୍ରମ ଅଧିକ କରିବେ ।

ବୃଷ: ଅତି ଉତ୍ସାହିତ ହୁଅନ୍ତୁ ନାହିଁ । ଚାକିରିରେ ସ୍ଥାନ ପରିବର୍ତ୍ତନର ସମ୍ଭାବନା ରହିଛି । ଧୌର୍ଯ୍ୟହରା ହେବେ । ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିବ ।

ମିଥୁନ: ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ । ଧର୍ମ ପ୍ରତି ସଦ୍‌ଭାବ ରହିବ । କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ରହିବ । ଖର୍ଚ୍ଚ ବଢ଼ିପାରେ ।

କର୍କଟ: ଚାକିରିରେ ଅଧିକାରୀଙ୍କ ସହଯୋଗ ମିଳିବ । ଆତ୍ମବିଶ୍ୱାସ ଭରପୂର ରହିବ । ଶୈକ୍ଷିକ କାର୍ଯ୍ୟରେ ସଫଳ ହେବେ । ସାଙ୍ଗମାନଙ୍କ ସମର୍ଥନ ମିଳିବ ।

ସିଂହ: ମନ ଚିନ୍ତିତ ରହିବ । ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ । ଲାଭର ସୁଯୋଗ ରହିଛି । କଥାବାର୍ତ୍ତାରେ ସଂଯତ ରୁହନ୍ତୁ । ଆତ୍ମବିଶ୍ୱାସ ଭରପୂର ରହିବ ।

କନ୍ୟା: କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ । ପରିଶ୍ରମ ଅଧିକ ରହିବ । ଖର୍ଚ୍ଚ ବଢ଼ିବ । ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ । ମାନ ସମ୍ମାନ ମିଳିବ ।

ତୁଳା: ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ । ବ୍ୟବସାୟରେ ଲାଭ ମିଳିପାରେ । ଆତ୍ମନିର୍ଭରଶୀଳ ହୁଅନ୍ତୁ । ଭ୍ରମଣର ସମ୍ଭାବନା ରହିଛି ।

ବିଛା: ଧାର୍ମିକ ସଙ୍ଗୀତ ପ୍ରତି ରୁଚି ବଢ଼ିବ । ପାରିବାରିକ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆତ୍ମସଂଯତ ରୁହନ୍ତୁ । ଖର୍ଚ୍ଚ ବଢ଼ିପାରେ ।

ଧନୁ: ମନରେ ଆଶା ଓ ନିରାଶାର ଭାବ ରହିବ । ବ୍ୟବସାୟରେ ବୃଦ୍ଧି ଘଟିବ । ସାଥୀଙ୍କ ସମର୍ଥନ ପାଇବେ । ପାରିବାରିକ ଦାୟତ୍ୱ ବଢ଼ିପାରେ ।

ମକର: ମାନସିକ ଶାନ୍ତି ରହିବ । ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ । ଆୟ ବଢ଼ିବ । କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ ।

କୁମ୍ଭ: କଥାବାର୍ତ୍ତାରେ ସଂଯତ ରୁହନ୍ତୁ । ସନ୍ତାନର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଲାଭ ମିଳିପାରେ । ମାନସିକ ଶାନ୍ତି ରହିବ । ପରିଶ୍ରମ କରିବେ ।

ମୀନ: ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ପରିବାରର ସମର୍ଥନ ପାଇବେ । ମନ ଖୁସି ରହିବ । ଭ୍ରମଣରେ ଯାଇପାରନ୍ତି । ଆୟ ବଢ଼ିବ ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।