ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ଭାଗ୍ୟ ଚମକିବ : ଆଜିର ରାଶିଫଳ

ମେଷ : ପାରିବାରିକ କ୍ଷେତ୍ରର ଅସ୍ଥିରତା ସୃଷ୍ଟି ହୋଇପାରେ । ଆଜି କାମକୁ ପୁରା କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । ଈର୍ଷାପରାୟଣ ବ୍ୟକ୍ତି ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ସମାଲୋଚନା କରିପାରନ୍ତି । ସ୍ବାସ୍ଥ୍ୟ ସମସ୍ୟାଜନିତ ଅସ୍ଥିରତାରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ।

ବୃଷ : ଆଜି ଆପଣ ଅସ୍ବାଭାବିକ ପରିସ୍ଥିତିକୁ ସଜାଡ଼ି ନେବାରେ ସମର୍ଥ ହେବେ । ପ୍ରତୀକ୍ଷା କରିଥିବା ବନ୍ଧୁଟିକୁ ଖୋଜି ନ ପାଇ ବ୍ୟସ୍ତ ହୋଇପାରନ୍ତି । ଯେକୌଣସି କ୍ଷେତ୍ର ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହୋଇପାରନ୍ତି । ରୋଗ, ଋଣ ଓ ଶତ୍ରୁତା ଦୁଶ୍ଚିନ୍ତାର ମୁଖ୍ୟ କାରଣ ହୋଇପାରେ ।

ମିଥୁନ : ଆଜି ଯୋଜନାଗୁଡ଼ିକ ଠିକ୍‌ କାର୍ଯ୍ୟକାରୀ କରିପାରିବେ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପୂର୍ବ ପରିକଳ୍ପିତ ଦର୍ଶନୀୟ ସ୍ଥାନକୁ ସାଙ୍ଗସାଥୀଙ୍କ ସହ ଭ୍ରମଣ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ସମସ୍ତ କଥା ଜାଣିଶୁଣି ମଧ୍ୟ ନୀରବତାକୁ ଶ୍ରେୟ ମନେକରିପାରନ୍ତି ।

କର୍କଟ : ଆପଣଙ୍କ କାର୍ଯ୍ୟକଳାପ ବନ୍ଧୁଙ୍କ ଜରିଆରେ ବାହାରେ ଆଲୋଚନାକୁ ସରଗରମ କରିବ । କୌଣସି ଲୋକକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହେବେ । ଦ୍ରବ୍ୟନଷ୍ଟ କିମ୍ବା ଧନହାନି ଘଟିପାରେ । ଦୀର୍ଘଦିନରୁ ମନ ଭିତରେ ଲୁଚି ରହିଥିବା ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ ।

ସିଂହ : ସ୍ବାସ୍ଥ୍ୟ ଠିକ୍‌ ରହିବା ସହ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । କାର୍ଯ୍ୟ ସାଧନ ପାଇଁ ଅନୁକୂଳ ପରିବେଶ ଅଭାବରୁ ଚିନ୍ତା ପ୍ରକଟ କରିପାରନ୍ତି । ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ । ଆଜି କୌଣସି ଅନୁଷ୍ଠାନ କାର୍ଯ୍ୟରେ ଯୋଗଦେଲେ ସମ୍ମାନିତ ହେବେ ।

କନ୍ୟା : ଟେନ୍‌ସନ ସବୁ ସମୟରେ ଲାଗି ରହିଥିବା କାରଣରୁ ମନ ଭଲ ରହି ନ ପାରେ । ଯେତେ ପାଇଲେ ମଧ୍ୟ ଅଭାବବୋଧ ଅନୁଭବ କରିବେ । କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ମିଳିପାରେ । ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଘରକାମ କରିବାକୁ ବାଧ୍ୟ ହୋଇପାରନ୍ତି ।

ତୁଳା : କୌଣସି କାମରେ ନିଜର ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମନସ୍କ ରହିପାରନ୍ତି । ପରିସ୍ଥିତି ପ୍ରତି ଲକ୍ଷ୍ୟ ରଖି କାମ ନ କଲେ ଅସୁବିଧାରେ ପଡ଼ିବେ । ସହକର୍ମୀଙ୍କ ସହ ବହୁଦିନର ମତାନ୍ତର ଓ ମନାନ୍ତର ସମାଧାନ ହେବ । ପାରିବାରିକ ଜୀବନରେ ବୁଝାମଣା ହେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ ।

ବିଛା : କାର୍ଯ୍ୟ ସାଧନ ପରିପେକ୍ଷୀରେ ଶାରୀରିକ ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ । ଅସାବଧାନତାରୁ ଧନହାନି ଘଟିବାର ପୁରା ସମ୍ଭାବନା ରହିଛି । ପରିବାର ସହିତ ଖୁସିର ସମୟ କାଟିବେ । ସାଙ୍ଗମାନଙ୍କ ସହିତ ବାହାରକୁ ଯିବାର ଯୋଜନା କରିପାରନ୍ତି ।

ଧନୁ : ଖୁସିରେ ରହିଲେ ମଧ୍ୟ ମାନସିକ ସ୍ଥିରତା ରହି ନ ପାରେ । ପ୍ରିୟ ବନ୍ଧୁଙ୍କ ସମ୍ପର୍କରେ କୌଣସି ଖବର ମନକୁ ବିଚଳିତ କରିପାରେ । ନିର୍ମାଣାଧୀନ ଗୃହ, ଯାନବାହନକୁ ନେଇ ଖୁସି ମନାଇବେ । ଅନ୍ୟମାନଙ୍କ କଥାକୁ ଠିକ୍‌ ଭାବେ ବୁଝିପାରି ସମ୍ଭାବ୍ୟ ବିପଦକୁ ଦୂରେଇଦେବେ ।

ମକର : ଚେଷ୍ଟା କରୁଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବାରେ ବନ୍ଧୁମାନେ ସାହାଯ୍ୟ କରିପାରନ୍ତି । ପୂର୍ବର ସମସ୍ୟାକୁ କେନ୍ଦ୍ରକରି ଗୃହ,ଭୂମି,ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ । ଆକସ୍ମିକ ଭାବରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବ ଘଟିବ । ବନ୍ଧୁଙ୍କ କଥା ଶୁଣି ବହୁତ ଖୁସି ରହିବେ ।

କୁମ୍ଭ : ପରିବାରରୁ ଆଶାନୁରୂପ, ସ୍ନେହ, ଶ୍ରଦ୍ଧା ଓ ସହାନୁଭୁତି ପାଇବା କମି ଯାଇପାରେ । ଦେହରେ କୌଣସି ବଡ଼ ଧରଣର ରୋଗ ନ ଥାଇ ମଧ୍ୟ ଦୁର୍ବଳତା ଅନୁଭବ କରିବେ । ବନ୍ଧୁମାନଙ୍କ ପ୍ରେରଣାରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ । ପାରିବାରିକ ସମସ୍ୟାକୁ କେନ୍ଦ୍ରକରି କିଛି ଟେନ୍‌ସନ ବଢ଼ିଯିବ ।

ମୀନ : ଆପଣଙ୍କ ଆଜି କିଛି ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି । ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ । କୌଣସି ବ୍ୟକ୍ତିଙ୍କୁ ଗଭୀର ବିଶ୍ୱାସକରି ପ୍ରତାରିତ ହେବା ସମ୍ଭାବନା ରହିଛି । ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟହେବେ ।