ଆଜି ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିବ, ରାଶିଫଳ

ମେଷ : ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ । ସବୁ ସମୟରେ ମିଶିପାରୁଥିବା ବନ୍ଧୁଙ୍କ ସହ ଆଲୋଚନା ପୂର୍ବକ କାର୍ଯ୍ୟପନ୍ଥା ଗ୍ରହଣ କରିପାରନ୍ତି । କଚେରି ମାମଲାର ଶୁଣାଣି ବିଳମ୍ବ ହେତୁ ବ୍ୟସ୍ତତା ଅନୁଭବ କରିପାରନ୍ତି । କଳା, କ୍ରୀଡା, ସଙ୍ଗୀତ, ଚଳଚ୍ଚିତ୍ର ତଥା ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ ।

ବୃଷ : ଆଜି ଯାତ୍ରା ଓ ବାଣିଜ୍ୟରୁ ଅର୍ଥଲାଭ ହୋଇପାରେ । ବନ୍ଧୁଙ୍କ ସାହାଯ୍ୟ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ନିଷ୍ପତ୍ତି ନେବେ । ଉପସ୍ଥିତ ବୁଦ୍ଧି ଖଟାଇ ଘରର ଅଶାନ୍ତ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ଅଧ୍ୟାପନା, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ ।

ମିଥୁନ : ଆଜି ପ୍ରତ୍ୟେକ ଦିଗରୁ ସାହାଯ୍ୟ, ସହଯୋଗ ଲାଭ କରି କର୍ମପ୍ରବାହକୁ ଗତିଶୀଳ କରାଇବେ । ପାରିବାରିକ ଓ ପାରିପାର୍ଶ୍ୱିକ ପରିସ୍ଥିତି ଅନୁକୂଳ ରହିବ । ଶିଳ୍ପ, ବାଣିଜ୍ୟ, ପରିବହନରେ ସଫଳତା ହାସଲ କରିବେ । ରଚନାତ୍ମକ କାମ ତଥା ବିଜ୍ଞାନ, କାରିଗରିରେ ପ୍ରୋତ୍ସାହନ ପାଇବେ ।

କର୍କଟ : ଆପଣଙ୍କ ମନ ଯେମିତି ଉଚ୍ଚ କଥା ଓ କାମ ମଧ୍ୟ ଶୃଙ୍ଖଳିତ ରହିବ । ସମୟାନୁସାରେ କାମ ଶେଷ କରି ଲକ୍ଷ୍ୟ ହାସଲ କରିବେ । ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟିର ସୂଚନା ରହିଛି । ଆନୁଷ୍ଠାନିକ ତଥା ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ ।

ସିଂହ : ଘରକୁ ମୂଲ୍ୟବାନ୍‌ ଜିନିଷ ଆଣିପାରନ୍ତି । ସ୍ବାର୍ଥହାନି ଆଶଙ୍କାରେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିପାରନ୍ତି । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଅଭିଳଷିତ କାମ ହାସଲ କରିବେ । ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡିପାରେ ।

କନ୍ୟା : ପୂର୍ବ ସମସ୍ୟା କେତେକାଂଶରେ ଦୂରୀଭୂତ ହୋଇ ଯାଇଥିବାରୁ ମନ ହାଲୁକା ରହିବ । ବନ୍ଧୁଙ୍କ ପ୍ରତିଶ୍ରୁତିରୁ ଆଗାମୀ ଆଶାକୁ ନେଇ କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡିଚାଲିବ । ଘରୋଇ କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେଇ ନ ପାରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ । ଶାରୀରିକ ଅସୁସ୍ଥତାଜନିତ ମନ ଭାରାକ୍ରାନ୍ତ ରହିପାରେ ।

ତୁଳା : ପୂର୍ବ ପରିକଳ୍ପିତ ଯୋଜନା କାର୍ଯ୍ୟକାରୀ ହୋଇପାରିବ । ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି । ପୁରୁଣା ଦିନର କଥାକୁ ନେଇ ଦୁଃଖରେ ରହିବାକୁ ବାଧ୍ୟ ହେବେ ।

ବିଛା : ଆଜି ଯାହା ଯେମିତି ଚାହୁଁଛନ୍ତି ତାହା କରିବାରେ ଅସୁବିଧା ହେବନାହିଁ । ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଘରୋଇ ସମସ୍ୟା ଦୂର କରିବେ । ସାହିତ୍ୟଚର୍ଚ୍ଚା, ସଙ୍ଗୀତ ସମାରୋହ, ପ୍ରବଚନ, ସତ୍‌ସଙ୍ଗ ଓ ମନୋରଞ୍ଜନରୁ ପ୍ରଶଂସିତ ହେବେ । ହଠାତ୍‌ କୌଣସି ଘଟଣା ବିଚଳିତ କରିପାରେ କିନ୍ତୁ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ ।

ଧନୁ : ଧର୍ମକାର୍ଯ୍ୟରେ ବ୍ୟୟକରିବେ ଏବଂ ଦୂରଯାତ୍ରା କରିବାକୁ ପଡ଼ିପାରେ । ସ୍ଥଗିତ କାମ ଆରମ୍ଭ ଯୋଜନା ଫଳପ୍ରଦ ହେବ । ପ୍ରତିବନ୍ଧକକୁ ପ୍ରତିହତ କରି କାମ କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ବନ୍ଧୁଙ୍କ ବଦାନ୍ୟତାରୁ ଅଭିଳଷିତ ଜିନିଷ ପାଇବାରେ କୌଣସି ଅସୁବିଧା ରହିବ ନାହିଁ ।

ମକର : ବନ୍ଧୁଙ୍କ ସାହାଯ୍ୟରୁ ଅଭାବ ଦୂରେଇଯିବ । ଆଳସ୍ୟ ଓ ଅବହେଳା କ୍ଷତିର କାରଣ ହୋଇପାରେ । ସାହିତ୍ୟ, କଳା, ସାମ୍ବାଦିକତା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ । ପ୍ରଶାସନିକ କିମ୍ବା ସାମାଜିକ ସ୍ତରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ ।

କୁମ୍ଭ : କୌଶଳ ପ୍ରୟୋଗକରି ଦିନଟିକୁ ଖୁସି ମନରେ ବିତାଇବେ । ଏହା ସାଙ୍ଗକୁ ସମସ୍ୟାର ସମାଧାନ, ଅଭିଳଷିତ ଜିନିଷ ପ୍ରାପ୍ତି ଏବଂ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ମଧ୍ୟ ପାଇପାରିବେ । ରାଜନୀତି, ସଂଗଠନ ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି ।

ମୀନ : ମନ ବୁଝିଲା ଭଳି କଥା କହି ସମସ୍ୟା ସମାଧାନରେ ତପତ୍ରତା ଦେଖାଇବେ । ଘରୋଇ କଥାକୁ କେନ୍ଦ୍ରକରି ଆତ୍ମୀୟ ଦୂରେଇ ଯାଇପାରନ୍ତି । ଶିଳ୍ପ ଓ ବ୍ୟବସାୟରେ ଉନ୍ନତିରୁ ସନ୍ତୋଷ ଲାଭ କରିବେ । ସଙ୍ଗୀତ ସାଧନା, ସାହିତ୍ୟ ଚର୍ଚ୍ଚା, କଳା, କ୍ରୀଡ଼ା, ଚଳଚ୍ଚିତ୍ର ଜଗତରୁ ସୁନାମ ଅର୍ଜନ କରିବାରେ ସହାୟକ ହେବ ।