ଜାଣନ୍ତୁ ଆଜିର ରାଶିଫଳ: ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ, ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ

ଗୁରୁଙ୍କ ଘରେ ଚନ୍ଦ୍ରର ଗୋଚର ଆଜି ଅନେକଙ୍କ ପାଇଁ ଖୁସି ଖବର ଆଣିପାରେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଆଜି ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିବ।

ମେଷ: ଗୁରୁଙ୍କ ଘରେ ଚନ୍ଦ୍ରର ଗୋଚର ଆଜି ଅନେକଙ୍କ ପାଇଁ ଖୁସି ଖବର ଆଣିପାରେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଆଜି ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିବ।

ବୃଷ: ଆଜି ଦିନ ବହୁତ ବ୍ୟସ୍ତ ରହିବ। ଶାରୀରିକ ପରିଶ୍ରମ ହୋଇପାରେ। ଅଧିକ ବ୍ୟସ୍ତତା ଭିତରେ ସାବଧାନ ରୁହନ୍ତୁ। ଗୋଡ଼ରେ ଆଘାତ ଲାଗିପାରେ।

ମିଥୁନ: ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଆର୍ଥିକ ରୂପେ ସାବଧାନ ରହିବାର ଆବଶ୍ୟକ ରହିଛି। ଭବିଷ୍ୟତରେ ଆର୍ଥିକ ଲାଭ ହୋଇପାରେ। ଶାରୀରିକ ସମସ୍ୟା ହୋଇପାରେ।

କର୍କଟ: ଆଜି ଭାଗ୍ୟ ପୂରା ସାଥ୍‌ ଦେବ। ପରିଶ୍ରମର ଫଳ ମିଳିବ। ଲମ୍ବା ସମୟରୁ ଅଟକିଥିବା କାର୍ଯ୍ୟ ଆଜି ସଫଳ ହୋଇପାରେ। ସନ୍ତାନ ପକ୍ଷରୁ ଶୁଭ ସମାଚାର ମିଳିପାରେ।

ସିଂହ: ସିଂହ ରାଶିର ଲୋକଙ୍କ ପାଇଁ ଦିନଟି ଶୁଭ ହୋଇପାରେ ଏବଂ କିଛି ଭଲ ଖବର ମିଳିପାରେ। ମାନସିକ ଅଶାନ୍ତି ଦୂର ହେବ। ପିତାମାତାଙ୍କ ଆଶୀର୍ବାଦ ଏବଂ ଭାଇଭଉଣୀଙ୍କ ସହଯୋଗରୁ ଦିନଟି ଭଲରେ କଟିବ।

କନ୍ୟା: କଠିନ କାର୍ଯ୍ୟ ପୂରା କରିବାରେ ସଫଳତା ମିଳିବ। ମାଆ, ବାପାଙ୍କୁ ସୁଖଦ ସହଯୋଗ ମିଳିବ। ପତ୍ନୀଙ୍କୁ ଶାରୀରିକ ସମସ୍ୟା ହୋଇପାରେ।

ତୁଳା: ପରାକ୍ରମ ଦେଖାଇବାର ଅବସର ମିଳିବ ଏବଂ ଧନ ବୃଦ୍ଧି ହେବ। ଅନ୍ୟମାନଙ୍କ ସେବା ଉପରେ ଧ୍ୟାନ ଦେବେ। ନୂଆ କାର୍ଯ୍ୟରେ ନିବେଶ କରିବାକୁ ପଡ଼ିଲେ ସାବଧାନ ରୁହନ୍ତୁ।

ବିଛା: ଆଜି ମନ ଅଶାନ୍ତ ହୋଇପାରେ। ବ୍ୟବସାୟରେ ବୃଦ୍ଧି ହୋଇପାରେ। ଧୌର୍ଯ୍ୟ ସହିତ ଶତ୍ରୁ ପକ୍ଷ ଉପରେ ବିଜୟ ହାସଲ କରିବେ। ଆଇନଗତ ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ।

ଧନୁ: ଆଜିର ଦିନ ଆପଣଙ୍କ ପାଇଁ ଶୁଭ। ବିଦ୍ୟା ଏବଂ ବୁଦ୍ଧିରେ ବିକାଶ ହେବ। ମନରେ ପରୋପକାର ଭାବନା ବିକାଶ ହେବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ।

ମକର: ଆର୍ଥିକ ମାମଲାରେ ଆଜି ମିଶ୍ରିତ ଦିନ ହେବ। ମୂଲ୍ୟବାନ ଜିନିଷକୁ ନେଇ ସାବଧାନ ରୁହନ୍ତୁ। କୌଣସି ପ୍ରିୟ ବସ୍ତୁ ହରାଇ ପାରନ୍ତି। ଅନ୍ୟପଟେ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ସାମ୍ନାକୁ ଆସିବ।

କୁମ୍ଭ: ଭାଗ୍ୟ ଦୃଷ୍ଟିରୁ ଆଜିର ଦିନ ଶୁଭ। ବ୍ୟବସାୟରେ ମନ ଲାଗି ରହିବ ଏବଂ ଲମ୍ବିତ କାର୍ଯ୍ୟ ସମାପ୍ତ ହେବ। ନୂଆ କାର୍ଯ୍ୟରେ ନିବେଶ କରିବା ସମୟରେ ସାବଧାନ ରୁହନ୍ତୁ।

ମୀନ: କାହା ପାଇଁ କରିଥିବା ସାହାଯ୍ୟ ଭବିଷ୍ୟତ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଆଜି ଅସ୍ଥିରତା ଲାଗି ରହିବ। ପିଲାମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତା ଘାରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.